ରାଜ୍ୟ ସ୍ପେଶାଲ ରିପୋର୍ଟ

ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ଚିଠି : ପରପୁରୁଷ ପ୍ରେମରେ ପଡିଛି ମାଆ, ତାଙ୍କ ଦରମାରୁ କାଟି ମୋ ପଢା ଖର୍ଚ୍ଚ ବହନ କରନ୍ତୁ…

ଆନନ୍ଦପୁର ୨୮।୧୧ : ପରପୁରୁଷ ପ୍ରେମରେ ପଡି ଧରାଛୁଆଁ ଦେଉନାହିଁ ମା’ । ଶିକ୍ଷୟତ୍ରୀ ମା’ ଦରମାରୁ ମୋ ପଢା ଖର୍ଚ୍ଚ ବହନ ପାଇଁ ଚିଠି ଲେଖିଲା ଝିଅ । ମୁଖ୍ୟମନ୍ତ୍ରୀଙ୍କୁ ଏପରି ଚିଠି ଲେଖି ଆକୁଳ ନିବେଦନ କରିଛି ଝିଅ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ଅଞ୍ଚଳରେ ଘଟିଛି ଏପରି ଘଟଣା ।

ଖବର ଅନୁଯାୟୀ, ହାଟଡିହି ବ୍ଲକ୍ ସୁନ୍ଦରାପାଳ ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢୁଛନ୍ତି ଜଣେ ଛାତ୍ରୀ । ସେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି । ଚିଠିରେ ଲେଖିଛନ୍ତି ଯେ, ବାପାଙ୍କ ସ୍ୱଳ୍ପ ରୋଜଗାରରେ ଘର ଚଳିବା କଷ୍ଟ । ମୁଁ ଏବେ ଷଷ୍ଠ ଶ୍ରେଣୀରେ ବଢୁଛି । ଘରଠୁ ମୋ ବିଦ୍ୟାଳୟଟି ୧୮କିମି ଦୂରରେ ରହିଛି । ତେଣୁ ମୋତେ ଯିବାଆସିବାରେ ବହୁ କଷ୍ଟ ହେଉଥିବାରୁ, ମୁ ସେଠାରେ ମେସ୍‌ କରି ରହୁଛି । ହେଲେ ମୋ ମେସ୍‌ ଖର୍ଚ୍ଚ ବହନ କରିବାକୁ ବାପା ଅସମର୍ଥ । ତେଣୁ ମୋ ପାଠପଢା ଖର୍ଚ୍ଚ ମୋ ମା’ ବହନ କରୁ । ମୋ ମା’ ଜଣେ ହାଇସ୍କୁଲ ଶିକ୍ଷୟିତ୍ରୀ । ସେ ପାଞ୍ଚ ବର୍ଷ ହେବ ଘରକୁ ଆସୁନି ।

ସୋସିଆଲ୍‌ ମିଡିଆରେ ଅନ୍ୟ ଜଣ ପୁରୁଷ ସହିତ ଚିହ୍ନା ହୋଇ ଏବେ ତାଙ୍କ ପ୍ରେମରେ ପଡିଛି । ଏପିରିକି ଗତ ୫ ବର୍ଷ ହେବ ଆମ ଘରକୁ ବି ଆସୁନାହାନ୍ତି କି ଆମ ସହିତ କୌଣସି ଯୋଗାଯୋଗ ରଖିନାହାନ୍ତି । ତେଣୁ ମା’ଙ୍କ ଦରମାରୁ କାଟି ମୋ ପଢା ଖର୍ଚ୍ଚ ବହନ କରନ୍ତୁ । ମୋ ମା’ ଏବେ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ ସିରିଗିଡା ହାଇସ୍କୁଲରେ ବିଜ୍ଞାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି । ଏହି ଚିଠିର ନକଲ ଜିଲ୍ଲା ଶିକ୍ଷାଧିକାରୀ, ବ୍ଲକ ଶିକ୍ଷାଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ମଧ୍ୟ ପଠାଯାଇଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।