ରାଜ୍ୟ ସ୍ପେଶାଲ ରିପୋର୍ଟ

ବିବାଦରେ ମାଟ୍ରିକ୍‌ ପରୀକ୍ଷା ପରିଚାଳନା ବ୍ୟବସ୍ଥା: ନିୟମ ନ ଥାଇ ବିଦ୍ୟାଳୟରେ ସେଲ୍‌ଫ ସେଣ୍ଟର

କଟକ : ମାଟ୍ରିକ୍ ପରୀକ୍ଷାକୁ ସ୍ବଚ୍ଛ ଓ ଶୃଙ୍ଖଳିତ କରିବା ପାଇଁ ଛାତ୍ରଛାତ୍ରୀ ନିଜ ସ୍କୁଲ୍‌ରେ ପରୀକ୍ଷା ଦେବା ନିୟମକୁ ଉଚ୍ଛେଦ କରିଥିଲେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) କର୍ତ୍ତୃପକ୍ଷ। କିନ୍ତୁ, ପୁରୀ ଜିଲ୍ଲା କାକଟପୁର ବ୍ଲକ୍ ବନ୍ଦିସାହି-ମୁଟୁଣିଆସ୍ଥିତ ୟୁଜିଏମ୍‌ଏସ୍ ବିଦ୍ୟାପୀଠ ସେଲ୍‌ଫ ସେଣ୍ଟର ହୋଇଥିବାରୁ ଦଶମ ଛାତ୍ରଛାତ୍ରୀ ନିଜ ସ୍କୁଲ୍‌ରେ ପ୍ରଥମ ସମ୍ମେଟିଭ୍ ଆସେସ୍‌ମେଣ୍ଟ(ଏସ୍ଏ-୧) ପରୀକ୍ଷା ଦେଉଛନ୍ତି। ତିନି ଦିନ ପରୀକ୍ଷା ଚାଲିଥିଲେ ମଧ୍ୟ ଏ ବିଷୟରେ ବୋର୍ଡ ପାଖରେ ଖବର ନାହିଁ। ଏଭଳି ପରୀକ୍ଷା କେନ୍ଦ୍ର କିଏ ଚୟନ କଲେ? ବୋର୍ଡ ପକ୍ଷରୁ ଏହାକୁ ସ୍ବୀକୃତି ମିଳିଲା କିପରି? ମାଟ୍ରିକ୍ ପରୀକ୍ଷାର ସ୍ବଚ୍ଛତାକୁ ନେଇ ଏଭଳି ଅନେକ ପ୍ରଶ୍ନ ଉଠିଛି।

କାକଟପୁର ବ୍ଲକ୍‌ ଭଣ୍ଡିସାହି ମୁଟୁଣିଆସ୍ଥିତ ୟୁଜିଏମ୍‌ଏସ୍ ବିଦ୍ୟାପୀଠ ଦଶମ ‌ଏସ୍ଏ-୧ ପରୀକ୍ଷା ପାଇଁ ସେଲ୍‌ଫ ସେଣ୍ଟର ହୋଇଛି। ଏହି କେନ୍ଦ୍ରରେ ଭଣ୍ଡିସାହି ୟୁଜିଏମ୍‌ଏସ୍ ବିଦ୍ୟାପୀଠର ୩୭ ଜଣ ଓ ଅସ୍ତରଙ୍ଗ ବ୍ଲକ୍‌ର ଏଡ୍‌ବଂଶ ପଢ଼ିହାରୀ ବିଦ୍ୟାପୀଠର ୩୫ ଜଣ, ଏହିପରି ୭୨ଜଣ ପରୀକ୍ଷା ଦେଉଛନ୍ତି। ନିଜେ ପଢ଼ୁଥିବା ବିଦ୍ୟାଳୟରେ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବାରୁ ବ୍ୟାପକ କପି ଚାଲୁଥିବା ଅଭି‌ଯୋଗ ହୋଇଛି। ଏପରିକି ଶିକ୍ଷକମାନେ ପିଲାଙ୍କୁ ଉତ୍ତର କହି ଦେଉଥିବା ଅଭିଯୋଗ ହେଉଛି।

ଏ ସଂକ୍ରାନ୍ତରେ ଭଣ୍ଡିସାହି ୟୁଜିଏମ୍‌ଏସ୍ ବିଦ୍ୟାପୀଠ ପ୍ରଧାନଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ସାହୁ କହିଛନ୍ତି ଯେ ଭୌଗୋଳିକ ଦୃଷ୍ଟି‌କୋଣରୁ ଭଣ୍ଡିସାହି ୟୁଜିଏମ୍‌ଏସ୍ ବିଦ୍ୟାପୀଠକୁ ପରୀକ୍ଷା କେନ୍ଦ୍ର ଚୟନ କରାଯାଇଛି। ଏଠାରେ ଭଣ୍ଡିସାହିର ୩୭ଜଣ ଓ ପଢ଼ିହାରୀ ବିଦ୍ୟାପୀଠର ୩୫ଜଣ ପରୀକ୍ଷା ଦେଉଛନ୍ତି। ଶୁକ୍ରବାର ଜିଲ୍ଲା ଶିକ୍ଷା ଅଧିକାରୀ ପରିଦର୍ଶନରେ ଆସି‌ଥିଲେ ଓ ପରୀକ୍ଷା ଠିକ୍‌ଠାକ୍ ଚାଲିଛି ବୋଲି ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସାହୁ କହିଛନ୍ତି। ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି ଯେ, ବୋର୍ଡ ଅନୁମୋଦନକ୍ରମେ ଏହାକୁ ପରୀକ୍ଷା କେନ୍ଦ୍ର କରାଯାଇଛି। କିନ୍ତୁ, ବୋର୍ଡ ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି କହିଛନ୍ତି ଯେ ପୁରୀ ଜିଲ୍ଲାର କେବଳ ଗୋଟିଏ ସ୍କୁଲକୁ ସେଲ୍‌ଫ ସେଣ୍ଟର କରାଯାଇଛି। ଚିଲିକା ହ୍ରଦ ମଧ୍ୟରେ ଥିବା ମହଂସା ବ୍ରହ୍ମପୁର ହାଇସ୍କୁଲ ସେଲ୍‌ଫ ସେଣ୍ଟର ହୋଇଛି। ଏହି ସ୍କୁଲଟି ପାଣିଘେରରେ ଥିବାରୁ ଏହାକୁ ସେଲ୍‌ଫ ସେଣ୍ଟର କରାଯାଇଛି। କିନ୍ତୁ, ଆଉ କୌଣସି ସ୍କୁଲ୍‌କୁ ସେଲ୍‌ଫ ସେଣ୍ଟର କରାଯାଇନାହିଁ ବୋଲି ଡକ୍ଟର ମହାନ୍ତି କହିଛନ୍ତି।

ବୋର୍ଡ କର୍ତ୍ତୃପକ୍ଷ ଏଭଳି ସ୍ପଷ୍ଟ କହୁଥିବା ବେଳେ କାକଟପୁରରେ ସେଲ୍‌ଫ ସେଣ୍ଟର ହେବା ଘଟଣା ସଂପୂର୍ଣ୍ଣ ବ୍ୟବସ୍ଥା ଆଉ ପ୍ରକ୍ରିୟା ଉପରେ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।