ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

କେଶ ଝଡ଼ିବା ରୋକିବ ଏହି ହର୍ବାଲ୍ ପାଉଡର୍ : ଘରେ ନିଜେ ତିଆରି କରିପାରିବେ

ଭୁବନେଶ୍ୱର ୧୪/୧୨ : ଆଜିକାଲି କେଶ ଉପୁଡିବା ଏକ ସାଧାରଣ ସମସ୍ୟା ହୋଇଗଲାଣି। କମ୍ ବୟସରୁ କେଶ ଝାଡ଼ିବା ଆରମ୍ଭ ହେଉଛି। କେଶ ଝଡ଼ିବା ରକବକୁ ଲୋକେ ନାନା ତରିକା ଆପଣାଉଛନ୍ତି କିଛି ତାହା ଫଳପ୍ରଦ ହେଉନାହିଁ। ଲୋକେ ଏଥିପାଇଁ ବିଭିନ୍ନ ପ୍ରକାର ମହଙ୍ଗା ପ୍ରଡକ୍ଟ ଓ ଘରୋଇ ଉପଚାର ମଧ୍ୟ କରିଥାନ୍ତି। କିନ୍ତୁ ସମସ୍ୟା ଦୂର ହୋଇନଥାଏ। ହର୍ବଲ ହେୟାର ପାଉଡର କେଶ ଝଡ଼ିବା ରୋକିବା ସହ ନୂଆ କେଶ ମଧ୍ୟ ବିକାଶ କରିବାରେ ସାହାଯ୍ୟ କରିଥାଏ। ଏହି ହର୍ବାଲ୍ ପାଉଡର ବ୍ୟବହାର କରିବା ଦ୍ୱାରା କେଶ ସୁସ୍ଥ ଓ ସୁନ୍ଦର ଦେଖାଯାଇଥାଏ। କିଛି ପ୍ରାକୃତିକ ଜଡିବୁଟି ଅଛି ଯାହାଦ୍ୱାରା ଆପଣଙ୍କ କେଶ ମୂଳରୁ ମଜବୁତ ଓ ସୁନ୍ଦର ହୋଇପାରିବ। ଏହି ପ୍ରାକୃତିକ ଜଡିବୁଟିରେ ପ୍ରାକୃତିକ ହର୍ବାଲ ପାଉଡର ତିଆରି କରାଯାଇପାରିବ। ଏହାକୁ ନିୟମିତ ଲଗାଇଲେ କେଶ ଦୁଇଗୁଣ ସ୍ପିଡ଼ରେ ବଢିବ। ଜାଣନ୍ତୁ ଘରେ କିଭଳି ତିଆରି କରିବେ ଏବଂ ଏହାର ଉପଯୋଗ କିଭଳି କରିବେ :

ଏଲୋବେରା – ଏଲୋବେରା ସ୍କାଲ୍ପରେ ରକ୍ତ ସଞ୍ଚାଳନ କରି କେଶର ବିକାଶକୁ ସକ୍ରିୟ କରିବାରେ ସାହାଯ୍ୟ କରିଥାଏ। ଏଲୋବେରାରେ ମହତ୍ତ୍ୱପୂର୍ଣ୍ଣ ଭିଟାମିନ ଓ ମିନେରାଲ୍ସ ରହିଛି ଯାହା କେଶକୁ ପୋଷଣ ଦେଇଥାଏ। ଏଥିରେ ପ୍ରୋଟିୟୋଲିଟିକ୍ ଏଞ୍ଜାଇମ୍ ରହିଛି ଯାହା ସ୍କାଲ୍ପରେ ଜମିଥିବା ଡେଡ୍ ସେଲକୁ ହଟାଇଥାଏ। କେଶ ଝଡ଼ିବା ରୋକିବା ପାଇଁ ଏବଂ ପତଳା କେଶର ଚିକିତ୍ସା ପାଇଁ ରୋଜମେରି ପାଉଡର ବହୁତ ଲାଭଦାୟକ। ଏହା କେଶକୁ ମଜବୁତ ଓ ସୁନ୍ଦର କରିଥାଏ।

Aloe vera juice, gel, moisturising cream, soap and powder powder

ତିଆରି କରିବା ବିଧି – ୧/୪ କପ୍ ଏଲୋବେରା, ୧/୪ କପ୍ ରୋଜମେରି ପାଉଡର, ଏସେନସିଆଲ ତେଲ ୧୦ ବୁନ୍ଦା

ଏକ ପାତ୍ରରେ ଏଲୋବେରା ପାଉଡର୍, ରୋଜମେରି ପାଉଡର୍ ଓ ଏସେନସିଆଲ୍ ତେଲକୁ ମିଶାଇ ଦିଅନ୍ତୁ। ଏଲୋବେରା ପାଉଡର ଅନଲାଇନ୍ ଉପଲବ୍ଧ। ଆପଣ ଘରେ ମଧ୍ୟ ତିଆରି କରିପାରିବେ। ରୋଜମେରି ପାଉଡର ନଥିଲେ ତା ବଦଳରେ ମେହେନ୍ଦି ପାଉଡର ମଧ୍ୟ ବ୍ୟବହାର କରିପାରିବେ। କେଶର ବିକାଶ ପାଇଁ ପାଉଡରରେ କିଛି ବୁନ୍ଦା ପିପରମେଣ୍ଟ ବା ରୋଜମେରି ଏସେନସିଆଲ୍ ତେଲ ମିଶାଇ ଏକ ଏୟାର୍ ଟାଇଟ୍ କଣ୍ଟେନରରେ ରଖିଦିଅନ୍ତୁ।

ବ୍ୟବହାର ବିଧି – ଏକ କାଚ ପାତ୍ରରେ ୨ ଚାମଚ୍ ହର୍ବାଲ ପାଉଡର୍ ନେଇ ସେଥିରେ ନିଜ ପସନ୍ଦର ଅଧା କପ୍ ହେୟାର ଅଏଲ ମିଶାନ୍ତୁ। ନଡ଼ିଆ ତେଲ ମଧ୍ୟ ବ୍ୟବହାର କରିପାରିବେ। ସବୁକୁ ମିଶାଇ ପାଖାପାଖି ୨ ସପ୍ତାହ ଖରାରେ ରଖିଦିଅନ୍ତୁ। ୨ ସପ୍ତାହ ପରେ ଏହି ମିଶ୍ରଣକୁ ସ୍କାଲ୍ପରେ ଭଲ ଭାବେ ଲଗାନ୍ତୁ। ନିୟମିତ ଏହି ତେଲ ବ୍ୟବହାର କଲେ କେଶ ଖୁବ ଶୀଘ୍ର ବଢିଥାଏ ଏବଂ ଘଞ୍ଚ ମଧ୍ୟ ହୋଇଥାଏ।

ହେୟାର ମାସ୍କ ତିଆରି କରିବା ଉପାୟ – ଏକ ପାତ୍ରରେ ୨ ଚାମଚ୍ ହେୟାର ପାଉଡର ନେଇ ଏଥିରେ ପିଆଜ ରସ ମିଶାନ୍ତୁ। ପିଆଜରେ ସଲଫର୍ ଅଛି ଯାହା କେଶକୁ ସୁସ୍ଥ ରଖିଥାଏ ଏବଂ ଝଡ଼ିବା ରୋକିଥାଏ। ଏହି ମାସ୍କକୁ ୩୦ ମିନିଟ୍ ପାଇଁ ସ୍କାଲ୍ପରେ ଲଗାନ୍ତୁ ଏବଂ ତାପରେ ସାଧା ପାଣିରେ ଧୋଇ ଦିଅନ୍ତୁ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ