ଅପରାଧ ରାଜ୍ୟ

ପ୍ରଚଣ୍ଡ ଶବ୍ଦ ହେଲା କାହିଁକି? ଭୟଭୀତ ହେଲେ ୩ ଜିଲ୍ଲାର ଲୋକେ

ଯାଜପୁରସଦର/ଭଦ୍ରକ : ସମୟ ସକାଳ ୧୦.୪୫। ଯାଜପୁର, ଭଦ୍ରକ ଏବଂ କେନ୍ଦୁଝର ଜିଲ୍ଲାର ବିଭିନ୍ନ -ଅଞ୍ଚଳରେ ଶୁଣିବାକୁ ମିଳିଲା ପ୍ରଚଣ୍ଡ ଶବ୍ଦ। ଲୋକେ ଭୟଭୀତ ହେଲେ। ଶବ୍ଦକୁ ନେଇ ଗୁଜବ ବି ପ୍ରଚାର ହେଲା। କିଏ କହିଲା ଭୂମିକମ୍ପ ତ ଆଉ କିଏ କହିଲା ବିମାନ ଖସି ପଡ଼ିଲା। ହେଲେ ସେସବୁ ଗୁଜବ ଥିଲା ବୋଲି ସ୍ପଷ୍ଟ ହେଲା। ତେବେ ଏଭଳି ପ୍ରଚଣ୍ଡ ଶବ୍ଦ କାହିଁକି ହେଲା ଏହା‌ର କାରଣ ଅସ୍ପଷ୍ଟ ରହିଗଲା।

ଆଜି ସକାଳ ପ୍ରାୟ ୧୦.୪୫ରେ ସମସ୍ତେ ନିଜର ନିଜର କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ହଠାତ୍ ପ୍ରଚଣ୍ଡ ଶବ୍ଦ ଶୁଭିଲା। ଅନେକ ଏହାକୁ ଭୂକମ୍ପ ବୋଲି ମନେ କରିଥିଲେ। ତେବେ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଭୂକମ୍ପ ହୋଇନଥିବା ସ୍ପଷ୍ଟ କରିଛି। ବିଭାଗୀୟ ସୂଚନା ଅନୁସାରେ ଭୋର ୪ଟାରେ ମହାରାଷ୍ଟ୍ରରେ, ସକାଳ ୬ଟା ୩୮ରେ ତୁର୍କୀରେ, ସକାଳ ୭ଟାରେ ଅରୁଣାଚଳ ପ୍ରଦେଶ ଓ ସକାଳ ୯ଟା ୩୭ରେ ଆଫ୍‌ଗାନିସ୍ତାନରେ ଭୂକମ୍ପ ହୋଇଛି। ଓଡ଼ିଶାରେ ଭୂକମ୍ପର କୌଣସି ପ୍ରଭାବ ନଥିବା କୁହାଯାଇଥିଲା। ସେହି ସମୟରେ କୋରେଇ ବ୍ଲକ୍‌ର ଧନେଶ୍ବର ନିକଟ‌ରେ ଏକ କବାଡ଼ିଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। କୌଣସି ବିସ୍ଫୋରକ ସାମଗ୍ରୀରୁ ଏପରି ଶବ୍ଦ ଶୁଣାଯାଇଥିବା ଚର୍ଚ୍ଚା ହୋଇଥିବା ବେଳେ ସ୍ଥାନୀୟ ଅତିରିକ୍ତ ତହସିଲଦାର,ଆରଆଇ ଏବଂ ଅଗ୍ନିଶମ ଅଧିକାରୀ ଅଗ୍ନିକାଣ୍ଡସ୍ଥଳରେ କୌଣସି ବଡ଼ ବିସ୍ଫୋରଣ ହୋଇନଥିବା ସ୍ପଷ୍ଟ କରିଥିଲେ। ସେହିପରି ଘସିପୁରା ବ୍ଲକ୍‌ର କେଶଦୁରାପାଳ ନିକଟରେ ବିମାନ ଖସି ପଡ଼ିଥିବା ନେଇ ପ୍ରଚାର ହୋଇଥିଲା। ଏହା ମଧ୍ୟ ଗୁଜବ ଥିଲା ବୋଲି ସ୍ପଷ୍ଟ ହୋଇଥିଲା। ଅପରପକ୍ଷରେ ଜଣେ ପୂର୍ବତନ ବାୟୁ‌ସେନା କର୍ମଚାରୀ କହିଛନ୍ତି ଯେ, କୌଣସି ବାୟୁସେନାର ଯୁଦ୍ଧ ବିମାନ ମେଘୁଆ ପାଗ ପାଇଁ କମ୍‌ ଉଚ୍ଚରେ ଅଭ୍ୟାସ କଲେ ବହୁଦୂର ପର୍ଯ୍ୟନ୍ତ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥାଏ। ପଶ୍ଚିମବଙ୍ଗର ଖଡ଼ଗପୁରରୁ ଓଡ଼ିଶାର ତାଳଚେର ପର୍ଯ୍ୟନ୍ତ ବାୟୁସେନା ବିମାନଗୁଡ଼ିକ ଅଭ୍ୟାସ ପାଇଁ ଆସିଥା’ନ୍ତି ବୋଲି ସେ କହିଛନ୍ତି।

ଆଜି ଯାଜପୁର, ଭଦ୍ରକ ଜିଲ୍ଲା ସମେତ କେନ୍ଦୁଝର ଜିଲ୍ଲାର ହାଟଡିହି, ଆନନ୍ଦପୁର, ଘସିପୁରା ବ୍ଲକ୍‌ ଅଞ୍ଚଳରେ ଭୟଙ୍କର ଶବ୍ଦ ଶୁଣିବାକୁ ମିଳିଥିଲା। ଯାଜପୁର ସହରସ୍ଥ ଜଳ ବିଭାଜିକା କାର୍ଯ୍ୟାଳୟର କର୍ମଚାରୀଙ୍କ କହିବା କଥା ଏଠାରେ ପ୍ରଚଣ୍ଡ ଶବ୍ଦ ସହ କମ୍ପନ ହୋଇଥିଲା। ଏପରିକି ଏହି ଶଦ୍ଦ ବାଲେଶ୍ବର ଜିଲ୍ଲାର କୁପାରୀ, ସିମୁଳିଆ, ମାର୍କୋଣା ଆଦି ଅଞ୍ଚଳକୁ ଅନୁଭୁତ ହୋଇଥିଲା। ଏପରିକି, ଏହାର ପ୍ରଭାବରେ ଟେବୁଲ୍‌ ଉପରୁ ଫାଇଲ୍‌ ଖସିପଡ଼ିଥିବା କିଛି ଲୋକ ମତ ଦେଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।