ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମେଘାଳୟରେ ଭୂମିକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୩.୪

ନୂଆଦିଲ୍ଲୀ, ୨୪/୧୧: ମେଘାଳୟର ତୁରାରେ ଗୁରୁବାର ସକାଳେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଭୂମିକମ୍ପ ସକାଳ ୩:୪୬ ସମୟରେ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୪ ଥିଲା। ଭୂମିକମ୍ପର ଗଭୀରତା ୫ କିମି ରହିଥିଲା। ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଏହି ଭୂମିକମ୍ପ ତୁରା ଠାରୁ ୩୭ କିମି ଦୂର ଉତ୍ତର-ପୂର୍ବରେ ହୋଇଥିଲା।

ଏହା ପୂର୍ବରୁ ୨୩ ନଭେମ୍ବରରେ ମହାରାଷ୍ଟ୍ରର ନାସିକରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପ ୪.୪ ସମୟରେ ଆସିଥିଲା ଏବଂ ଏହାର ତୀବ୍ରତା ୩.୬ ଥିଲା, ଏହାର ଗଭୀରତା ୫ କିମି ରହିଥିଲା। ସେହିପରି ୨୨ ନଭେମ୍ବରରେ ଲଦାଖର ଲେହ ଏବଂ କାରଗିଲ୍‌ରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ରହିଥିଲା। ଭୂମିକମ୍ପ କେନ୍ଦ୍ର କାରଗିଲ ଠାରୁ ୧୯୧ କିମି ଉତ୍ତରରେ ରହିଥିଲା।

ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ୨୧ ନଭେମ୍ବରରେ ଭୟଙ୍କର ଭୂମିକମ୍ପ ହୋଇଥିଲା, ଯେଉଁଥିରେ ୨୬୮ ଜଣଙ୍କ ମୃତ୍ୟୁ ହୋଇଛି। ୧୫୧ ଲୋକ ଏବେବି ନିଖୋଜ ଅଛନ୍ତି। ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୫.୬ ରହିଥିଲା। ଇଣ୍ଡୋନେସିଆର ସିୟାନଜୁର ଏହାର କେନ୍ଦ୍ର ରହିଥିଲା। ଭୂମିକମ୍ପ ସମୟରେ ଲୋକେ ଘରୁ ବାହାରକୁ ବାହାରି ଆସିଥିଲେ। ଭୂମିକମ୍ପ ଯୋଗୁଁ ଅନେକ ଘର ବିଲ୍ଠିଂ ଭୁଷୁଡ଼ି ପଡ଼ିଥିଲା। ଯାହାର ଭଗ୍ନାଂଶ ତଳେ ଚାପି ହୋଇ ଅଧିକାଂଶ ଲୋକଙ୍କ ପ୍ରାଣ ଯାଇଛି। ସୂଚନା ଅନୁଯାୟୀ ପ୍ରାୟ ୧,୦୮୩ ଲୋକ ଆହତ ହୋଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ