ଖେଳ ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ରାଞ୍ଚି ବଜାରରେ ବଢି ଚାଲିଛି ଧୋନିଙ୍କ ଫାର୍ମ ହାଉସର ପରିବା ଚାହିଦା :୧୦ ଟଙ୍କାରେ ମିଳୁଛି କୋବି

ରାଞ୍ଚି ୧୪/୧୨ : ଝାରଖଣ୍ଡ ରାଜଧାନୀ ରାଞ୍ଚିର ପରିବା ବଜାରରେ କ୍ରିକେଟର ମହେନ୍ଦ୍ର ସିଂହ ଧୋନିଙ୍କ ଫାର୍ମ ହାଉସର ପନିପରିବାର ଚାହିଦା ବହୁତ ରହିଛି। ଧୋନିଙ୍କ ଫାର୍ମ ହାଉସରୁ ପ୍ରତିଦିନ ତଟକା ପରିବା ବଜାରକୁ ଯାଉଛି। ପରିବା ମଣ୍ଡିରେ ଅନେକ ଜାଗାରେ ଆଉଟଲେଟ ଲଗାଯାଇଛି। ସେଠାରେ ଧୋନିଙ୍କ ଫଟୋ ଥିବା ବ୍ୟାନର ମଧ୍ୟ ଲଗାଯାଇଛି। ଏହି ବ୍ୟାନରରେ ଡାଏରୀ ପ୍ରଡକ୍ଟ, ତଟକା ପରିବା ଓ କଡକନାଥ କୁକୁଡ଼ା ଅଣ୍ଡା ବିକ୍ରି ସମ୍ପର୍କରେ ସୂଚନା ଦିଆଯାଇଛି। ଏହି ସବୁ ଷ୍ଟଲରେ କୋବି କିଲୋ ପ୍ରତି ୧୦ ଟଙ୍କା ଓ ଟମାଟୋ କିଲୋ ପ୍ରତି ୪୦ ଟଙ୍କାରେ ବିକ୍ରି ହେଉଛି । ସେହିଭଳି ବ୍ରୋକୋଲି ଗୋଟା ପ୍ରତି ୩୦ ଟଙ୍କାରେ ଉପଲବ୍ଧ।

ରାଞ୍ଚି ଦୈନିକ ବଜାରରେ ଧୋନିଙ୍କ ଫାର୍ମ ହାଉସର ପନିପରିବା ବିକ୍ରି କରୁଥିବା ଜଣେ ପରିବା ବିକାଳୀ କହିଛନ୍ତି ଯେ, ଧୋନିଙ୍କ ଫାର୍ମ ହାଉସର ପନିପରିବା ସମ୍ପୂର୍ଣ୍ଣ ଅର୍ଗାନିକ୍। ଏହି ପରିବା ଖାଇବାରେ ସ୍ୱାଦିଷ୍ଟ ଏବଂ ପୃଷ୍ଟିକର ମଧ୍ୟ। ସେଥିପାଇଁ ରାଞ୍ଚି ବଜାର ସହ ଗ୍ରାମୀଣ ଅଞ୍ଚଳରେ ମଧ୍ୟ ଏହି ପରିବାର ଚାହିଦା ରହିଛି। ସେ କହିଛନ୍ତି, ଧୋନିଙ୍କ ଫାର୍ମ ହାଉସ ପରିବାର ଚାହିଦା ଏତେ ଅଧିକ ଯେ ଦିନେ ପୂର୍ବରୁ ବିକ୍ରେତା ତାଙ୍କୁ ଫୋନ୍ କରି ଅର୍ଡର କରିଦିଅନ୍ତି। ଅଧିକାଂଶ ପରିବା ଦିନେ ପୂର୍ବରୁ ହିଁ ବୁକ ହୋଇଯାଇଥାଏ। ସେ କହିଛନ୍ତି ଧୋନିଙ୍କ ଫାର୍ମ ହାଉସର ପରିବା ବଜାରରେ ଉପଲବ୍ଧ ନୟା ପରିବା ତୁଳନାରେ କମ୍ ଦାମରେ ଉପଲବ୍ଧ। ପରିବା ଉତ୍ପାଦନରେ ଗୋବର ଖତ ଓ କମ୍ପୋଷ୍ଟ ବ୍ୟବହାର କରାଯାଉଛି।


କୋବି କିଲୋପ୍ରତି ୧୦ ଟଙ୍କା, ଟମାଟୋ ହୋଲସେଲରେ ୨୮ ଟଙ୍କା ଓ ଖୁଚୁରା କିଲୋ ପ୍ରତି ୪୦ ଟଙ୍କା, ବ୍ରୋକୋଲି ଗୋଟା ୩୦ ଟଙ୍କା ଓ କ୍ୟାପ୍ସିକମ କିଲୋ ପ୍ରତି ୪୦ ଟଙ୍କାରେ ଉପକବ୍ଧ।

ସୂଚନାଯୋଗ୍ୟ ଯେ ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ନିଜର ୪୩ ଏକର ଫାର୍ମ ହାଉସରେ ପନିପରିବା ଚାଷ କରିଛନ୍ତି। ରାଞ୍ଚି ବଜାରରେ ଏହି ପରିବାର ଚାହିଦା ଅନେକ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ