ରାଜ୍ୟ ସ୍ପେଶାଲ ରିପୋର୍ଟ

ପାଟଣାରେ ଘନ କୁହୁଡିର ଧଳା ଚାଦର, ଲୋକେ ଭୋଗୁଛନ୍ତି ଅନେକ ସମସ୍ୟା

ପାଟଣା ୨୪।୧୧: କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳରେ ଘନ କୁହୁଡ଼ିର ଧଳା ଚାଦର ଦେଖିବାକୁ ମିଳିଛି । ସକାଳୁ ସକାଳୁ ଘନ କୁହୁଡିର ଆସ୍ତରଣ ଲାଗି ଲୋକଙ୍କ ଯିବାଆସିବାରେ ବହୁ ଅସୁବିଧା ହେଉଛି । ଏପିରିକି ସାଧାରଣ ଲୋକେ ଘରୁ ବାହାରିବା ମଧ୍ୟ କଷ୍ଟକର ହୋଇପଡିଛି ।

ସେହିପରି ପ୍ରାତଃ ଭ୍ରମଣ ପାଇଁ ଲୋକେ ସମସ୍ୟାରେ ପଡିଛନ୍ତି । ସବୁ ସମୟରେ ଚଳଚଞ୍ଚଳ ଥିବା ପାଟଣା ଅଞ୍ଚଳ ଏବେ ପୁରା ଶୁନ୍‌ଶାନ୍‌ ହୋଇଛି । କୁହୁଡ଼ା ଲାଗି ଦୃଶ୍ୟମାନ କମ୍‌ ଥିବା ଲାଗି ଗାଡି ମୋଟର ଚଳାଚଳରେ ବାଧା ସୃଷ୍ଟି ହୋଇଛି । କେନ୍ଦୁଝର ପାଟଣା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ବମ୍ବେ- କଲିକତା, ଏବଂ ୨୨୦ ନମ୍ବର ରାଞ୍ଚି- ବିଜୟୱାଡା ଜାତୀୟ ରାଜପଥରେ ଗାଡି ଚଳାଚଳରେ ସମସ୍ୟା ଦେଖାଦେଇଛି । ଏପିରିକି ଲାଇଟ୍ ଲଗାଇ ଗାଡି ମୋଟର ଯିବା ଆସିବା କରୁଥିବା ଦେଖିବାକୁ ମିଳିଛି l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।