ଅପରାଧ ରାଜ୍ୟ

ବିଳମ୍ୱିତ ରାତିରେ ମାତିଲେ ଦୁର୍ବୃତ୍ତ, ବାଇକ ଓ ସାଇକେଲରେ ପେଟ୍ରୋଲ ଢ଼ାଳି ଲଗାଇଦେଲେ ନିଆଁ

ପୁରୀ ୨୪/୧୧: ଅସୁରକ୍ଷିତ ଶ୍ରୀକ୍ଷେତ୍ର ପୁରୀ । କେତେବେଳେ ବୋମା ମାଡ ତ ଆଉ କେତେବେଳେ ହଣାକଟା । ଏପରିକି କଥା କଥାକେ ଫୁଟୁଛି ଗୁଳି । ଏଭଳି ସ୍ଥିତିରେ ନୀଳଚକ୍ର ନଗରରେ ଦୁର୍ବୃତ୍ତମାନେ ଚଲାଇଛନ୍ତି ସେମାନଙ୍କ ଆତଙ୍କ ରାଜ । ବିଳମ୍ୱିତ ରାତିରେ ଦୁର୍ବୃତ୍ତମାନେ ଦୁଇଟି ବାଇକ ଓ ସାଇକେଲରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଇଛନ୍ତି ।

ବୁଧବାର ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । ନିଳଚକ୍ର ନଗରର ସଞ୍ଜୟ କୁମାର ଦାସଙ୍କ ବାଇକ ଓ ସାଇକେଲରେ ଦୁର୍ବୃତ୍ତ ମାନେ ଲଗାଇଛନ୍ତି ନିଆଁ । କିଏ ଏବଂ କାହିଁକି ଏଭଳି କରିଛି ତାହା ସ୍ପଷ୍ଟ ହୋଇନାହିଁ। ପୋଲିସ ଖବର ପାଇଁ ତଦନ୍ତ ଆରମ୍ଭ କରିଛି । ଆଗକୁ ଘଟଣା ଘଟିବାର କାରଣ କଣ ତାହା ଜଣାପଡିବ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।