ରାଜ୍ୟ ସ୍ପେଶାଲ ରିପୋର୍ଟ

ଗୁରୁବାରଠୁ ବିଧାନସଭା ଶୀତ ଅଧିବେଶନ, ଆଗତ ହେବ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍

ଭୁବନେଶ୍ୱର ୨୪/୧୧: ଗୁରୁବାରଠାରୁ ବିଧାନସଭା ଶୀତ ଅଧିବେଶନ । ଏହା ଡିସେମ୍ବର ୩୧ ତାରିଖ ଯାଏ ଚାଲିବ । ଅଧିବେଶନରେ ମୋଟ୍ ୩୩ଟି କାର୍ଯ୍ୟଦିବସ ରହିଛି । ଅଧିବେଶନର ପ୍ରଥମ ଦିନରେ ଆଜି ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଆଗତ କରାଯିବ । ୩୦ ଓ ୧ ତାରିଖ ଦୁଇ ଦିନ ଧରି ଖର୍ଚ୍ଚଦାବି ଉପରେ ଆଲୋଚନା ହେବ । ୨ ତାରିଖରେ ବ୍ୟୟମଞ୍ଜୁରି ବିଲ୍ ପାରିତ ହେବ ।

ଏହି ଅଧିବେଶନରେ କୋଭିଡ୍ କଟକଣା ଉଠାଇ ଦିଆଯାଇଛି। କୋଭିଡ୍ ପୂର୍ବରୁ ଯେପରି ଗୃହ କାର୍ଯ୍ୟ ଚାଲୁଥିଲା, ଏବେ ସେହିପରି ଚାଲିବ। ଶୀତ ଅଧିବେଶନ ପୂର୍ବରୁ ଗତକାଲି ବିଜେପି ବିଧାୟକ ଦଳ ବୈଠକରେ ରଣନୀତି ସ୍ଥିର କରିଛି। ଚାଷ ଓ ଚାଷୀ ପ୍ରସଙ୍ଗକୁ ବିଧାନସଭାରେ ମୁଖ୍ୟ ପ୍ରସଙ୍ଗ କରିବାକୁ ନିଷ୍ପତ୍ତି ନେଇଛି ଦଳ। ଫସଲ ବୀମାରୁ ଚାଷୀ ବଞ୍ଚିତ ହେବା, ମଣ୍ତି ଅବ୍ୟବସ୍ଥା, କଟନି ଓ ଛଟନି ପ୍ରସଙ୍ଗରେ ସରକାରଙ୍କ ଜବାବ ତଲବ କରିବ ବିଜେପି ।

ଏହା ସହିତ ଅର୍ଚ୍ଚନା ନାଗ ମାମଲରେ ରାଜ୍ୟ ପୋଲିସର ନିଷ୍କ୍ରିୟତା ଏବଂ ବଡ଼ ବଡ଼ିଆଙ୍କୁ ଖସାଇ ଦେବାକୁ ଚେଷ୍ଟା ପ୍ରସଙ୍ଗ ବି ଉଠାଇବ ବିଜେପି । ଦାଦନ ସମସ୍ୟା, ମନରେଗା, ଠିକା ନିଯୁକ୍ତି ପ୍ରସଙ୍ଗ ଉଠାଇକୁ ବିଧାୟକ ଦଳ ବୈଠକରେ ନିଷ୍ପତି ହୋଇଥିବା ବିରୋଧୀ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି। ସେହିପରି କଂଗ୍ରେସ ଆରମ୍ଭରୁ ଅର୍ଚ୍ଚନା ପ୍ରସଙ୍ଗ ଉଠାଇବା ସହ ଚାଷୀ ସମସ୍ୟାକୁ ମୁଖ୍ୟ ମୁଦ୍ଦା କରିବ। ଅନ୍ୟପଟେ ବିରୋଧୀଙ୍କ ସାମ୍ନା କରିବାକୁ ସରକାରୀ ଦଳ ପ୍ରସ୍ତୁତ ଥିବା ବେଳେ ଆଜି ସକାଳ ସାଢ଼େ ୧୦ଟାରେ ବିଧାୟକ ଦଳ ବୈଠକ ବସାଇ ରଣନୀତି କରିବ ବିଜେଡି।…

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।