ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ‘ଘୋଡ ଲାଗି’ ବେଶ, ଶୀତବସ୍ତ୍ର ପିନ୍ଧିବେ ଚତୁର୍ଦ୍ଧାମୁରତୀ

ପୁରୀ ୨୪/୧୧: ମାର୍ଗଶୀର ମାସରୁ ଥଣ୍ଡା ବଢ଼ିଯାଏ । ଶୀତ ପ୍ରକୋପରୁ ବଞ୍ଚିବାକୁ ଲୋକେ ଶୀତବସ୍ତ୍ର ପିନ୍ଧନ୍ତି । ବଡ଼ଦେଉଳରେ ଚାଲିଛି ଶ୍ରୀଜଗନ୍ନାଥଙ୍କ ମାନବୀୟ ଳୀଳା । ଠାକୁରଙ୍କୁ ମଧ୍ୟ ରହିଛି ଶୀତ ଭୟ । ପ୍ରଚଣ୍ଡ ଥଣ୍ଡାରୁ ବର୍ତ୍ତିବାକୁ ଶ୍ରୀବିଗ୍ରହ ଶୀତବସ୍ତ୍ର ପରିଧାନ କରନ୍ତି । ଅନୁଷ୍ଠିତ ହୁଏ ମହାପ୍ରଭୁଙ୍କ ‘ଘୋଡ଼ ଲାଗି’ ବେଶ । ଶୀତ ସହ ଲଢ଼ିବାକୁ ଠାକୁରଙ୍କ ଏହା ହେଉଛି ସ୍ୱତନ୍ତ୍ର ପୋଷାକ । ଶ୍ରୀମନ୍ଦିରରେ ଓଢ଼ଣ ଷଷ୍ଠୀ ପର୍ବ ପାଳନ ଅବସରରେ ରତ୍ନ ସିଂହାସନରେ ଦାରୁଦିଅଁ ଘୋଡ଼ ଲାଗି ବେଶରେ ବିଭୂଷିତ ହୋଇଥାନ୍ତି ।

ମାର୍ଗଶୀର ଶୁକ୍ଳ ଷଷ୍ଠୀରୁ ମାଘ ସପ୍ତମୀ ଯାଏଁ ଶୀତ ୪ ମାସ ମହାପ୍ରଭୁଙ୍କ ଏହି ଘୋଡ଼ ଲାଗି ନୀତି ହୁଏ । ୫ମୀ ଦିନ ରାତିରେ ଚନ୍ଦନଲାଗି ପରେ ୩ ଠାକୁରଙ୍କ ଘୋଡ଼ ୨୧ଟି ସହିତ ବିମଳା, ସରସ୍ୱତୀ, ମହାଲକ୍ଷ୍ମୀ, ମଦନମୋହନଙ୍କ ଘୋଡ଼ ଅଧିବାସ ହୁଏ । ଷଷ୍ଠୀରେ ଠାକୁରଙ୍କୁ ୭ ମୂର୍ତ୍ତି ଲେଖାଏଁ ଘୋଡ଼ ଲାଗି କରି ୬ ମୂର୍ତ୍ତି ଅଳଙ୍କାର ଲାଗି କରାଯାଏ । ଖଣ୍ଡୁଆ, ଭେଲ୍‌ଭେଟର ଘୋଡ଼ ବସ୍ତ୍ର, ଫୁଟା, ମଫଲର୍‌ ଓ ଟୋପର ଆଦି ଠାକୁରେ ଲାଗି ହୁଅନ୍ତି । ପରମ୍ପରା ଅନୁଯାୟୀ ସପ୍ତାହର ବିଭିନ୍ନ ଦିନରେ ଭିନ୍ନଭିନ୍ନ ରଙ୍ଗର ବସ୍ତ୍ର ଶ୍ରୀବିଗ୍ରହଙ୍କୁ ଲାଗି କରାଯାଏ । ସୋମବାର କଳାଛିଟା ମିଶା ଶୁକ୍ଳ ରଙ୍ଗ ବେଶ ପରିଧାନ କରନ୍ତି । ମଙ୍ଗଳବାର ବାର ପଟିଆ(ପଞ୍ଚ ରଙ୍ଗ ମିଶା) ଓ ବୁଧବାର ନୀଳରଙ୍ଗର ବସ୍ତ୍ର, ଗୁରୁବାର ହଳଦିଆ ରଙ୍ଗର ବସ୍ତ୍ର, ଶୁକ୍ରବାର ଶୁକ୍ଳ ରଙ୍ଗ, ଶନିବାର କଳା, ରବିବାର ଲାଲ ବସ୍ତ୍ର ପରିଧାନ କରିଥାନ୍ତି । ଜ୍ୟୋତିଷ ତଥା ଶାସ୍ତ୍ରଜ୍ଞମାନେ ଘୋଡ଼ର ରଙ୍ଗକୁ ଗ୍ରହର ପ୍ରତୀକ ବୋଲି କହିଥାନ୍ତି ।

ଶ୍ରୀମନ୍ଦିରର ପାରମ୍ପରିକ ଦର୍ଜି ସେବକ ଠାକୁରଙ୍କ ଏହି ସ୍ୱତନ୍ତ୍ର ଶୀତବସ୍ତ୍ର ବେଶ ତିଆରି କରନ୍ତି । ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ପୋଷାକ ତିଆରି ହୁଏ । ପତନୀ, ଗୀତଗୋବିନ୍ଦ ପାଟ ଓ ସୂତାପୁଟାରେ ଠାକୁରଙ୍କ ନୂତନ ବସ୍ତ୍ର ତିଆରି ହୁଏ । ଘୋଡ଼ଲାଗି ବେଶ ପାଇଁ ଖଟ ପାଛୋଡ଼ି, ତୁଳିପଟା, ଥୋଡ଼ ପାହାଡ଼ିଆ, ଫୁଲଛେଦା ଓ ଚତୁର୍ଦ୍ଧାମୂର୍ତ୍ତିଙ୍କ ପାଇଁ ୪ଟି ଘୋଡ଼ ତିଆରି କରାଯାଏ । ସେହିଭଳି ମାର୍ଗଶୀରରେ ଶ୍ରୀମନ୍ଦିରରେ ଠାକୁରଙ୍କ ପ୍ରଥମାଷ୍ଟମୀ, ଉତ୍ପନ୍ନା ଏକାଦଶୀ, ଦେବ ଦୀପାବଳି, ଗୋମତୀ ଏକାଦଶୀ ଓ ପଣ୍ଡୁ ନୃସିଂହ ବିଜେ ନୀତି ପାଳିତ ହୁଏ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।