ଦେଶ ବିଦେଶ ରାଜନୀତି

ନିର୍ବାଚନ ପୂର୍ବରୁ କାର୍ଯ୍ୟାନୁଷ୍ଠାନ; ଗୁଜରାଟରେ ୧୨ବାଗୀଙ୍କୁ ବିଦା କଲା ବିଜେପି

ରାଜକୋଟ୍୨୩/୧୧: ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଆକ୍ସନ ମୋଡରେ ଭାରତୀୟ ଜନତା ପାର୍ଟି । ଦଳରୁ ବିଦା ହେଲେ ଆଉ ୧୨ଜଣ ନେତା । ଦଳ ବିରୋଧୀ କାର୍ଯ୍ୟ ପାଇଁ ବାଗୀ ନେତାଙ୍କୁ ବିଜେପି ବହିଷ୍କାର କରିଛି । ଏହା ପୂର୍ବରୁ ୭ଜଣ ବିଧାୟକଙ୍କୁ ଗୁଜରାଟ ବିଜେପି ଅଧ୍ୟକ୍ଷ ନିଲମ୍ବିତ କରିଥିଲେ । ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଟିକେଟ୍ କଟିବା ପରେ ଦଳ ବିରୋଧୀ କାର୍ଯ୍ୟରେ ଏମାନେ ଲିପ୍ତ ରହୁଥିବା ଅଭିଯୋଗ ହୋଇଥିଲା ।

ନିର୍ବାଚନ ଆଉ ଦିନ କେଇଟା ଥିବାବେଳେ ଅସନ୍ତୁଷ୍ଟ ଗୋଷ୍ଠୀକୁ ଦଳରୁ ବାହାର ରାସ୍ତା ଦେଖାଇଛି ବିଜେପି । ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ନେତାଙ୍କ ଉପରେ କର୍ଯ୍ୟାନୁଷ୍ଠାନ ହୋଇଛି । ପୂର୍ବରୁ ୭ଜଣ ବିଧାୟକ ନିଲମ୍ବିତ ହୋଇଥିବାବେଳେ ଏବେ ପୁଣି ଆଉ ୧୨ଜଣ ଦଳରୁ ସସ୍‌ପେଣ୍ଡ ହୋଇଛନ୍ତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ବର୍ତ୍ତମାନ ସୁଦ୍ଧା ୧୯ ଜଣ ବାଗୀ ନେତାଙ୍କୁ ନିଲମ୍ବିତ କରିଛନ୍ତି ଗୁଜରାଟ ବିଜେପି ଅଧ୍ୟକ୍ଷ ସିଆ.ର. ପାଟିଲ୍ ।

ନିଲମ୍ବିତ ବାଗୀ ନେତାଙ୍କ ମଧ୍ୟରେ ବାହୁବଳୀ ବିଧାୟକ ମଧୁ ଶ୍ରୀବାସ୍ତବ ରହିଛନ୍ତି । ନିର୍ବାଚନରେ ଦଳୀୟ ଟିକେଟ୍ କଟିବା ପରେ ବିରୋଧ କରିଥିଲେ ବାଗୀ ନେତା । ସ୍ବାଧୀନ ବିଧାୟକ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଯାହାକୁ ନେଇ ବାଗୀ ନେତାଙ୍କୁ ପାର୍ଟି ଅଧ୍ୟକ୍ଷ ସସ୍‌ପେଣ୍ଡ କରିଛନ୍ତି । ନିଲମ୍ବିତ ନେତାମାନେ ହେଲେ ଦିନୁ ପଟେଲ, ମଧୁ ଶ୍ରୀବାସ୍ତବ, କୁଳଦୀପ ସିଂହ, ଉଦୟ ସିଂହ ରାଉଲ, ଖତୁ ପାଗୀ, ଏମଏମ ଖାଣ୍ଟ, ଜେପି ପଟେଲ୍, ରମେଶ ଝାଲା, ଅମରିଶ ଝାଲା, ଓବଲସିଂହ ଝାଲା, ରାମସିଂହ ଶଙ୍କର, ଜୀ ଠାକୁର, ମାଓ୍ବଜୀ ଦେଶାୟୀ ଓ ଲେବଜୀ ଠାକୁର ରହିଛନ୍ତି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର