ଅପରାଧ ଦେଶ ବିଦେଶ

ଦିଲ୍ଲୀ ପାଲମ୍ ଅଞ୍ଚଳରେ ଚାଞ୍ଚଲ୍ୟ, ପରିବାରର ୪ଜଣଙ୍କୁ ହତ୍ୟା କଲା ପୁଅ, କାରଣ ଅସ୍ପଷ୍ଟ

ନୂଆଦିଲ୍ଲୀ: ଜଘନ୍ୟ, ବୀଭତ୍ସ ଓ ଦୃଦୟବିଦାରକ । ସମ୍ପର୍କରେ ଲାଗିଲା ରକ୍ତର ଛିଟା । ପରିବାର ୪ଜଣଙ୍କୁ ନିର୍ମମ ଭାବେ ହତ୍ୟା । ବାପା, ଦୁଇ ଭଉଣୀ ଓ ଜେଜେ ମା’ଙ୍କୁ ଛୁରୀ ଭୁସି ହତ୍ୟା କରିଛି ପୁଅ । ରାଜଧାନୀ ଦିଲ୍ଲୀରୁ ଏଭଳି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ପୋଲିସ ଅଭିଯୁକ୍ତକୁ ଗିରଫ କରି ଅଧିକ ତଦନ୍ତ କରୁଛି ।

ଦିଲ୍ଲୀର ପାଲମ୍ ଅଞ୍ଚଳରେ ଏହି ଛାତିଥରା ହତ୍ୟାକାଣ୍ଡ ଘଟିଛି । ମଙ୍ଗଳବାର ରାତିରେ ଘରେ ସମସ୍ତ ସଦସ୍ୟ ଶୋଇପଡ଼ିବା ପରେ ଅଭିଯୁକ୍ତ ଭିଆଇଛି ଏହି ଜଘନ୍ୟ କାଣ୍ଡ । ମିଡିଆ ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ଯୁବକ ପ୍ରଥମ ଭଉଣୀକୁ ତା’ ରୁମରେ ହତ୍ୟା କରିବା ପରେ ଜେଜେ ମା’କୁ ମାରିଥିଲା । ଦୁଇ ଜଣଙ୍କ ମୃତଦେହ ରୁମ୍‌ରେ ପଡ଼ିଥିବାର ଫଟୋ ସାମ୍ନାକୁ ଆସିଛି । ସେହିପରି ଅନ୍ୟଜଣେ ଭଉଣୀ ଓ ବାପାଙ୍କୁ ହତ୍ୟା କରି ଗାଧୁଆ ଘରେ ପକାଇଥିଲା । ଖବର ମିଳିବା ପରେ ପାଲମ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ଏହା ସହିତ ଅଭିଯୁକ୍ତକୁ ଗିରଫ କରି ଅଧିକ ପଚରାଉଚରା କରୁଛି ।

ପୋଲିସର ପ୍ରାଥମିକ ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ରାତି ସାଢେ ୧୦ଟା ସମୟରେ ଏହି ମର୍ଡର ହୋଇଛି । କୌଣସି ଏକ କାରଣକୁ ନେଇ ଅଭିଯୁକ୍ତ ଯୁବକ ନିଜ ପରିବାର ସଦସ୍ୟଙ୍କ ଉପରେ ଅସନ୍ତୁଷ୍ଟ ଥିଲା । ଯାହାକୁ ନେଇ ଘରର ୪ଜଣଙ୍କୁ ଛୁରି ଭୁସି ହତ୍ୟା କରିଛି । ତେବେ କେଉଁ କାରଣରୁ ଯୁବକ ଜଣକ ମାର୍ଡର ପ୍ଲାନ୍ ରଚିଥିଲା ଏନେଇ କୌଣସି ସୂଚନା ମିଳିପାରି ନାହିଁ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ