ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ତୁର୍କିରେ ଶକ୍ତିଶାଳୀ ଭୂମିକମ୍ପ; ରିକ୍ଟର ସ୍କେଲରେ ତୀବ୍ରତା ୬.୧ ରେକର୍ଡ, ମହାରାଷ୍ଟ୍ରରେ ବି ମୃଦୁ ଭୂକମ୍ପ

ନୂଆଦିଲ୍ଲୀ: ତୁର୍କିରେ ଶକ୍ତିଶାଳୀ ଭୂମିକମ୍ପ । ଉତ୍ତର ତୁର୍କିର ଅଙ୍କରା ଓ ଅଷ୍ଟାଣ୍ଟବୁଲ୍ ଅଞ୍ଚଳରେ ଝଟକା ଲଗିଛି । ବୁଧବାର ଭୋରରୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲର ଏହାର ତୀବ୍ରତା ୬.୧ ରେକର୍ଡ କରାଯାଇଛି । ଭୂମିକମ୍ପ ପରେ ଭୟଭୀୟ ହୋଇଛନ୍ତି ଲୋକେ ।

ୟୁରୋପିଆନ୍ ସିସ୍‌ମୋଲୋଜି ସେଣ୍ଟରର ରିପୋର୍ଟ ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳୀ ଉତ୍ତର-ପଶ୍ଚିମ ଡର୍ଜ ଠାରୁ ୯ମାଇଲ୍ ଓ ଆଡ୍‌ପାଜନ ଠାରୁ ୩୨ ମାଇଲ୍ ଦୂରରେ ରହିଛି । ସେହିପରି ଏହାର କେନ୍ଦ୍ରବିନ୍ଦୁ ଭୂପୃଷ୍ଠ ଠାରୁ ୧.୨୪ମାଇଲ୍ ଗଭୀରତାରେ ରହିଛି । ଭୂକମ୍ପ ପରେ ବିଦ୍ୟୁତ୍ ସରବରାହ, ମୋବାଇଲ ନେଟ୍ଓ୍ବର୍କ, ଇଣ୍ଟରନେଟ୍ ସବୁ କିଛି ବିଚ୍ଛିନ୍ନ ହୋଇଯାଇଛି । ଭୂମିକମ୍ପ ଯୋଗୁ ବହୁ ଧନଜୀବନ ନଷ୍ଟ ହୋଇଥିବା ଜଣାପଡ଼ିଛି ।

ସେପଟେ ମହାରାଷ୍ଟ୍ରରେ ମଧ୍ୟ ଭୂମିକମ୍ପ ଝଟକା । ବୁଧବାର ସକାଳୁ ଥରି ଉଠିଲା ମହାରାଷ୍ଟ୍ରର ନାସିକ୍ ସମତେ ଏହାର ଆଖପାଖ ଅଞ୍ଚଳ । ରିକ୍ଟର ସ୍କେଲରେ ଭୂ-କମ୍ପର ତୀବ୍ରତା ୩.୬ ରହିଛି। ଭୂମିକମ୍ପର କେନ୍ଦ୍ରସ୍ଥଳୀ ନାସିକ୍‌ର ଠାରୁ ପଶ୍ଚିମ ଦିଗରେ ରହିଛି । ଏହାର କେନ୍ଦ୍ରବିନ୍ଦୁ ଭୂପୃଷ୍ଠରୁ ୫କିଲୋମିଟର ଦୂରେ ରହିଥିବା ଜଣାପଡ଼ିଛି ।

ଭାରତୀୟ ଭୂ-ବିଜ୍ଞାନ ବିଭାଗର ରିପୋର୍ଟ ଅନୁଯାୟୀ, ବୁଧବାର ଭୋର ୪.୦୪ମିନିଟ୍‌ରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ଭୂଗର୍ଭରେ ପ୍ଲେଟ୍ ଟାକ୍ଟୋନିକ୍ ଯୋଗୁ ଝଟକା ଲାଗିଛି । ବିଶେଷ କରି ମହାରାଷ୍ଟ୍ରର ନାସିକ୍ ଓ ଏହାର ଆଖପାଖ ଅଞ୍ଚଳରେ ରହିଛି । ନାସକ୍ ଠାରୁ ପଶ୍ଚିମରେ ୮୯କିଲୋମିଟର ଦୂରରେ ଭୂମିକମ୍ପର କେନ୍ଦ୍ରସ୍ଥଳୀ ରହିଥିବାବେଳେ କେନ୍ଦ୍ରବିନ୍ଦୁ ଭୂ-ପୃଷ୍ଠରୁ ୫କିଲୋମିଟର ଗଭୀରତା ରହିଛି ।

ସେହିପରି ସୋମବାର ଇଣ୍ଡୋନେସିଆରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏଥିରେ ପ୍ରାଯ ୨୫୨ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ମଙ୍ଗଳବାର ସୋଲୋମନ ଦ୍ବୀପରେ ଭୟଙ୍କର ଭୂମିକମ୍ପ ଝଟକା ଲାଗିଥିଲେ । ରିକ୍ଟର ସ୍ଲେଲରେ ତୀବ୍ରତା ରହିଛି ୭.୦ ରହିଥିଲା

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ