ଖେଳ ରାଜ୍ୟ ସ୍ପେଶାଲ ରିପୋର୍ଟ

କଟକରେ ବିଶ୍ବକପ୍ ହକି ଉଦ୍‌ଘାଟନ ସମାରୋହ, ପ୍ରତିନିଧି ଦଳର ସ୍ଥିତି ସମୀକ୍ଷା

କଟକ: ଐତିହାସିକ ବାଲିଯାତ୍ରାକୁ ନେଇ ଚଳିତବର୍ଷ କଟକ ସାରାବିଶ୍ବର ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଏବେ ପୁଣି ବିଶ୍ବରେ ନିଜର ପରିଚୟ ଜାହିର କରିବାକୁ ଯାଉଛି କଟକ ସହର। ୨୦୨୩ ବିଶ୍ବ କପ୍ ହକିର ଉଦ୍‌ଘାଟନୀ କାର୍ଯ୍ୟକ୍ରମ କଟକରେ ଆୟୋଜନ ହେବାକୁ ଯାଉଛି। ଜାନୁଆରି ୧୧ ତାରିଖରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ନିଜ ଜନ୍ମସ୍ଥାନ କଟକ ସହରକୁ ବାଛିବା କଟକ ସହରବାସୀଙ୍କ ପାଇଁ ଉତ୍ସାହର କାରଣ ହୋଇଛି। କଟକରେ ବିଶ୍ବକପ୍ ଉଦ୍‌ଘାଟନ କାର୍ଯ୍ୟକ୍ରମ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଜି ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ କଟକ ଆସି ସ୍ଥିତି ସମୀକ୍ଷା କରିଛନ୍ତି। ଐତିହାସିକ ବାଲିଯାତ୍ରାର ସଫଳ ଆୟୋଜନ, କାଗଜ ଡଙ୍ଗା ପ୍ରସ୍ତୁତିରେ କଟକ ଗିନିସ୍ ବୁକ୍ ଅଫ୍ ୱାର୍ଲଡ୍‌ ରେକର୍ଡସ୍‌ରେ ସ୍ଥାନ ପାଇବା ପରେ ଏବେ ବିଶ୍ବ କପ୍ ହକି ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ କଟକ ପୌର ନିଗମ ଉପରେ ଭରସା କରିଥିବା କୁହାଯାଉଛି।

ଏ ସଂପର୍କରେ ମେୟର ସୁବାସ ସିଂହ କହିଛନ୍ତି ଯେ ବିଶ୍ବକପ ହକି ଉଦ୍‌ଘାଟନୀ କାର୍ଯ୍ୟକ୍ରମ କଟକରେ ଆୟୋଜନ ପାଇଁ ଆଜି ଏକ ପ୍ରତିନିଧି ଦଳ କଟକ ଆସିଥିଲେ। ପ୍ରତିନିଧି ଦଳ ସହିତ ସେ ଓ ପୌର ନିଗମର କମିସନର ନିଖିଲ ପୱନ କଲ୍ୟାଣ ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ ପାଇଁ କଟକ ସହରକୁ ନୂଆ ରୂପରେ ପ୍ରସ୍ତୁତ କରାଯିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ