ରାଜ୍ୟ ସ୍ପେଶାଲ ରିପୋର୍ଟ

ବାହାଘର ଭୋଜିରେ ଯୁବବିଜ୍ଞାନୀ ଶେଷ କିସାନଙ୍କ ଘୋଷଣା: ଖୋଲିବେ ଫାର୍ମା କମ୍ପାନି, ଶସ୍ତାରେ ଯୋଗାଇବେ ଔଷଧ

ରେଢ଼ାଖୋଲ: ଯୁବବିଜ୍ଞାନୀ ଶେଷ କିଷାନଙ୍କ ବାହାଘର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସେ ଓଡ଼ିଶାରେ ଡ.ଶେଷ କିଷାନ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନି ଖୋଲିବେ ଓ ତା’ର ଲାଭାଂଶ ଗରିବ ପିଲାଙ୍କ ପାଠପଢ଼ାରେ ଖର୍ଚ୍ଚ ହେବ ବୋଲି ଘୋଷଣା କରିଛନ୍ତି। ମଙ୍ଗଳବାର ବାହାଘର ଭୋଜି ଅବସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ. କିଷାନ ଏହି ଘୋଷଣା କରିଥିଲେ। ସେ କହିଛନ୍ତି ଯେ ଅତି ଅଳ୍ପ ଖର୍ଚ୍ଚରେ ସାଧାରଣ ରୋଗୀମାନେ ଉନ୍ନତ ମାନର ଔଷଧ ପାଇପାରିବେ। ୪ ମାସ ମଧ୍ୟରେ ଓଡ଼ିଶାରେ ଜେନେରିକ୍‌ ମେଡିସିନ ଡାଇବେଟିସ, ବ୍ଲଡ୍‌ପ୍ରେସର, ଆଣ୍ଟିବାୟୋଟିକ, ମଲ୍‌ଟିଭିଟାମିନ, ଗ୍ୟାଷ୍ଟିକ ଭଳି ୫ ପ୍ରକାର ମେଡିସିନ ତାଙ୍କ କଂପାନି ଦ୍ବାରା ବାହାର କରାଯାଇ ସାଧାରଣ ଲୋକଙ୍କୁ ବ୍ୟବହାର ପାଇଁ ଯୋଗାଇ ଦିଆଯିବ। ଆଗକୁ ୫୦୦ରୁ ୧୦୦୦ ଜେନେରିକ ମେଡିସିନ ପ୍ରଡକ୍ଟ ବାହାର କରିବେ ଓ ଏହାର ମୁଖ୍ୟାଳୟ ଭୁବନେଶ୍ବରରେ ରହିବ ବୋଲି ଘୋଷଣା କରିଥିଲେ। ପରବର୍ତ୍ତୀ ସମୟରେ କ୍ୟାନ୍‌ସର ଭଳି ରୋଗର ମେଡିସିନ ମଧ୍ୟ କଂପାନି ଦ୍ବାରା ପ୍ରସ୍ତୁତ ହେବ ବୋଲି କହିଥିଲେ। ଏହି ସାମ୍ବଦିକ ସମ୍ମଳନୀରେ ତାଙ୍କ ନବବିବାହିତ ସ୍ତ୍ରୀ’ଙ୍କ ଉଚ୍ଚ ପ୍ରଶଂସା କରିଥିଲେ ଡ. କିଷାନ। ସେ କହିଥିଲେ ବାଲେଶ୍ବର ଝିଅ ହେଲେ ମଧ୍ୟ ଉଚ୍ଚ ଶିକ୍ଷିତା ଓ ଗୁଣବତୀ। ତାଙ୍କ ସହିତ ସେ ବେଶ ଆଡଜଷ୍ଟ କରିପାରିବେ ବୋଲି କହିଥିଲେ। ତାଙ୍କ ବୈଜ୍ଞାନିକ ଜୀବନର ସବୁ କିଛିକୁ ବହୁତ ଭଲ ପାଆନ୍ତି ତାଙ୍କ ନବବିବାହିତ ସ୍ତ୍ରୀ ବୋଲି ଡ. କିଷାନ ପ୍ରକାଶ କରିଥିଲେ। ହେଲେ କମ୍ପାନି ପାଇଁ ଏତେ ଟଙ୍କା କେଉଁଠୁ ଆସିବ ବୋଲି ସାମ୍ବାଦିକଙ୍କ ପ୍ରଶ୍ନକୁ ଏଡାଇ ଯାଇଥିଲେ ଡ. କିଷାନ।

ପ୍ରକାଶ ଥାଉ କି ଗତ ୧୦ ତାରିଖ ଦିନ ଡ. କିଷାନ ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଖଗଡ଼ାପାଳ ଗ୍ରାମର ଗୋପାଳ କୃଷ୍ଟ ଜେନା ଓ ସୁଚିତ୍ରା ଜେନାଙ୍କ ଝିଅ ଜୟଶ୍ରୀଙ୍କୁ ରେଢ଼ାଖୋଲ ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ରେଜିଷ୍ଟ୍ରି ମ୍ୟାରେଜ କରିଥିଲେ। ସୋମବାର ପୁଣି ବୈଦିକ ରୀତିରେ ଉଭୟଙ୍କ ବିବାହ ରେଢ଼ାଖୋଲ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଥିଲା। ଡ. କିଷାନଙ୍କ ପିତାମାତା ଇହଧାମ ତ୍ୟାଗ କରିଥିବା ବେଳେ ତାଙ୍କ ବିବାହ କାର୍ଯ୍ୟ ଧର୍ମ ପିତା-ମାତା ସୁନନ୍ଦ ପ୍ରଧାନ ଓ ସୈାଦାମିନୀ ସାହୁ ତୁଲାଇ ଥିଲେ। ଡ. କିଷାନ ସ୍ଥାନୀୟ କଦମ୍ବ ପଡ଼ିଆରୁ ବରଯାତ୍ରୀ ସହ ବାହାରି କଲ୍ୟାଣ ମଣ୍ଡପରେ ପହଞ୍ଚିବା ପରେ ବିଳମ୍ବିତ ରାତିରେ ବିବାହ ହୋଇଥିଲା।

ଶେଷ କିଷାନ ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ୍‌ ବଲାସିଙ୍ଗା ଗ୍ରାମର ବାସିନ୍ଦା। ପିଲାବେଳୁ ପିତା ବିପିନ କିଷାନ ଓ ମା’ ଦୁଃଖୀ କିଷାନଙ୍କୁ ହରାଇ ଥିଲେ। ତାଙ୍କ ସଂଘର୍ଷର କାହାଣୀ ଅତ୍ୟନ୍ତ ହୃଦୟସ୍ପର୍ଶୀ। ନିଜେ ଗାଈଗୋରୁ ଚରାଇବା ସହିତ ଦିନ ମଜୁରିଆ ଭାବେ କାର୍ଯ୍ୟ ମଧ୍ୟ କରିଥିଲେ। ଯାହା କି ସେ ନିଜେ କହନ୍ତି ଯେ ସଂଘର୍ଷରୁ ହିଁ ସଫଳତଳ ମିଳେ। ସେ ଜର୍ମାନୀର ଗଟିନଜେନ ୟୁନିଭର୍ସିଟିରେ ଅଗାର୍ନିକ କ୍ୟାମଷ୍ଟ୍ରିରେ ପିଏଚ୍‌ଡି କରିଛନ୍ତି। ତାଙ୍କ ସଫଳତା ଅଞ୍ଚଳରେ ଉଦାହରଣ ହୋଇ ରହିଛି। କାରଣ ଦାରିଦ୍ର୍ୟର ତାଡ଼ନାରେ ମଧ୍ୟ ସେ ହାର ମାନିନାହାନ୍ତି। ବରଂ ସଫଳତା ଶିଢ଼ି ଚଢ଼ିଛନ୍ତି। ଆଜି ଡ. କିଷାନଙ୍କ ବିବାହ ଭୋଜିରେ ପୂର୍ବ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ସହ ରେଢ଼ାଖୋଲ ଓ ନାକଟିଦେଉଳ ବ୍ଲକ୍‌ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।