ରାଜ୍ୟ ସ୍ପେଶାଲ ରିପୋର୍ଟ

ଜଙ୍ଗଲରୁ ମାଓ କମାଣ୍ଡରଙ୍କ ମୃତଦେହ ଠାବ, ସାଥୀ ସଦସ୍ୟ ହତ୍ୟା କରିଥିବା ସନ୍ଦେହ

ମାଲକାନିଗିରି ୨୩।୧୧ : ଜଙ୍ଗଲ ଭିତରୁ ମାଓ କମାଣ୍ଡରଙ୍କ ମୃତଦେହ ଠାବ। ମାଲକାନଗିରି ଛତିଶଗଡ ସୀମାନ୍ତ ସୁକୁମା ଓ ଦନ୍ତେୱାଡା ଜିଲ୍ଲା ମଧ୍ୟରେ ରହିଥିବା ଜଙ୍ଗଲ ଭିତରୁ ଜଣେ ମାଓ କମାଣ୍ଡରଙ୍କ ମୃତଦେହ ଠାବ ହୋଇଛି। ମାଓ ସଙ୍ଗଠନର ସଦସ୍ୟ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି।

ଖବର ଅନୁଯାୟୀ, ସୁକୁମା ଓ ଦନ୍ତେୱାଡା ଜିଲ୍ଲା ସୀମାନ୍ତରେ ଥିବା ଫୁସାରାସ ଘାଟୀ ନିକଟରେ ଥିବା ଜଙ୍ଗଲ ଭିତରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡିଥିବା ଖବର ପାଇ ସିଆରପିଏଫ ଏବଂ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ମୃତକ ଜଣଙ୍କ ଦରଭା ମାଓ ଡିଭିଜନର କଟେକଲ୍ୟାଣ କମିଟିର କମାଣ୍ଡର ବୋଲି ପୋଲିସ ଚିହ୍ନଟ କରିଛି। ତାଙ୍କ ନାମ ଦେବା ଓରଫ ତିରି ମାଡକାମୀ ବୋଲି ଜଣାପଡ଼ିଛି। ମୃତ ଦେବାଙ୍କ ନାମରେ ପୂର୍ବରୁ ଛତିଶଗଡ ପୋଲିସ ୯ଟି ହିଂସା ଘଟଣା ନେଇ ମାମଲା ରୁଜୁ କରିଥିଲା। ଦେବା ନାମରେ ଛତିଶଗଡ ସରକାର ପୂର୍ବରୁ ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲେ। ତେବେ ମାଓ ସଙ୍ଗଠନର ସଦସ୍ୟ ଟଙ୍କାକୁ ନେଇ ନିଜ ନିଜ ଭିତରେ ଲଢେଇ କରି ଦେବାକୁ ହତ୍ୟା କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣା ପଡିଛି। ବସ୍ତର ଆଇଜି ପି. ସୁନ୍ଦରରାଜ ଏନେଇ ସୂଚନା ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।