ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଏଲ୍‌ଓସିରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ପଣ୍ଡ, ସେନା ଗୁଳିରେ ଜଣେ ଆତଙ୍କୀ ନିହତ

ଜାମ୍ମୁ-କାଶ୍ମୀର: ଜାମ୍ମୁକାଶ୍ମୀରରେ ବିଏସଏଫ-ଆତଙ୍କବାଦୀ ମୁହାମୁହିଁ ହୋଇଛନ୍ତି । ଭାରତୀୟ ସେନାର ଏନକାଉଣ୍ଟରରେ ଜଣେ ଆତଙ୍କୀ ନିହତ ହୋଇଛି । ଅନ୍ୟଜଣକୁ ଗିରଫ କରିଛି ସୁରକ୍ଷାକର୍ମୀ । ଜାମ୍ମୁକାଶ୍ମୀର ଆରନିୟା ଓ ସାମ୍ବା ଜିଲ୍ଲାର ରାମଗଡ଼ ସେକ୍ଟରେ ଆତଙ୍କବାଦୀ ଅନୁପ୍ରବେଶ ସମୟରେ ଗୁଳିବିନିମୟ ହୋଇଥିଲା ।

ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ମଙ୍ଗଳବାର ଏଲଓସିର ପୃଥକ ପୃଥକ ସ୍ଥାନରେ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ଆତଙ୍କୀଙ୍କ ଯୋଜନାକୁ ପଣ୍ଡ କରିଥିଲା ଭାରତୀୟ ସେନା । ଅରନିୟା ଓ ସାମ୍ବା ଜିଲ୍ଲାର ରାମଗଡ଼ ସେକ୍ଟରରେ ଅନୁପ୍ରବେଶ ସମୟରେ ଏନକାଉଣ୍ଟର କରିଥିଲା ବିଏସଏଫ । ଏଥିରେ ଜଣେ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଥିବାବେଳେ ଅନ୍ୟଜଣକୁ ଗିରଫ କରାଯାଇଛି । ସେପଟେ ପୂରା ଅଞ୍ଚଳକୁ ସିଲ୍ କରି ସର୍ଚ୍ଚ ଅପରେସନ ଜାରି ରଖିଛି ସୁରକ୍ଷାବଳ ।

ମଙ୍ଗଳବାର ରାତି ୨ଟାରେ ଗୁଳି ବିନିମୟ ହୋଇଥିଲା । ଆତଙ୍କବାଦୀଙ୍କୁ ସୀମାରେ ଅନୁପ୍ରବେଶ ପାଇଁ ସହଯୋଗ କରିଥିଲା ପାକିସ୍ତାନ ସେନା । ବିଏସଏଫର ଧ୍ୟାନ ହଟାଇବା ପାକିସ୍ତାନ ସେନା ପକ୍ଷରୁ ପ୍ରଥମେ ଫାୟାରିଂ କରାଯାଇଥିଲା । ଏହା ପରେ ମୁହଁତୋଡ ଜବାବ ଦେଇଥିଲା ସେନା । ଏକକାଉଁଣ୍ଟରରେ ଜଣେ ଆତଙ୍କୀ ନିହତ ହୋଇଛି । ସେପଟେ ପୂରା ଅଞ୍ଚଳକୁ ସିଲ୍ କରି ସର୍ଚ୍ଚ ଅପରେସନ ଜାରି ରଖିଛି ସୁରକ୍ଷାବଳ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ