ଖେଳ ଦେଶ ବିଦେଶ

IND vs NZ : ଶେଷ ଟି-୨୦ ଜିତି ସିରିଜ୍‌ କବ୍‌ଜା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ, ବାଧକ ସାଜିପାରେ ବର୍ଷା

ନାପିୟର ୨୨।୧୧ : ଘରୋଇ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ମଙ୍ଗଳବାର ଖେଳାଯିବ ତୃତୀୟ ଟି-ଟ୍ୱେଣ୍ଟି । ଦ୍ୱିତୀୟ ମ୍ୟାଚ୍‌ ଜିତି ଭାରତ ୧-୦ରେ ଆଗୁଆ ରହିଛି । ଆଜିର ମ୍ୟାଚ୍‌ରେ ବିଜୟ ସହ ସିରିଜ କବ୍‌ଜା କରିବାକୁ ଲକ୍ଷ୍ୟ ରଖିଛି ଟିମ୍‌ ଇଣ୍ଡିଆ । ଅନ୍ୟପଟେ ଘରୋଇ ଦଳ ପାଇଁ ଏହି ମ୍ୟାଚ୍‌ କର ବା ମର ପରିସ୍ଥିତି ସୃଷ୍ଟି କରିଛି । ନାପିୟରରେ ଜିତି ସିରିଜ ବରାବର କରିବାକୁ ନ୍ୟୁଜିଲାଣ୍ଡ ପ୍ରୟାସ କରିବ ।

ମାଉଣ୍ଟ ମୋଙ୍ଗନୁଇରେ ଭାରତ ପ୍ରଭାବୀ ପ୍ରଦର୍ଶନ କରି ବିଶାଳ ବିଜୟ ହାସଲ କରିଥିଲା । ସୂର୍ଯ୍ୟକୁମାର ଯାଦବ ମାତ୍ର ୫୧ଟି ବଲ୍‌ରୁ ଅପରାଜିତ ୧୧୧ ରନ୍‌ ସଂଗ୍ରହ କରିଥିଲେ । ପ୍ରାୟତଃ ସବୁ ବିଭାଗରେ ଭାରତ ଉନ୍ନତ ପ୍ରଦର୍ଶନ କରିଥିଲା । ଆଜି ମଧ୍ୟ ଭାରତ ଆଧିପତ୍ୟ ଜାରି ରଖିବାକୁ ଲକ୍ଷ୍ୟ ରଖିଛି । କିନ୍ତୁ ଏହା ପୂର୍ବରୁ କିଛି ତ୍ରୁଟି ସୁଧାରିବା ଜରୁରି । ରିଷଭ ପନ୍ତ ଓ ଇଶାନ କିଷନଙ୍କୁ ନେଇ ଗଠିତ ଓପନିଂ ବିଭାଗ ଠାରୁ ବଡ ଭାଗିଦାରୀ ଆଶା କରାଯାଉଛି । ଅନ୍ୟ ଓପନର ଭାବେ ଶୁଭମନ ଗିଲ୍‌ ଦଳରେ ରହିଛନ୍ତି । ସେହିପରି ଲୋକପ୍ରିୟ ୱିକେଟ୍‌ କିପର ସଞ୍ଜୁ ସାମସନଙ୍କୁ ମଧ୍ୟ ସୁଯୋଗ ମିଳିନାହିଁ ।

ଭାରତକୁ ହରାଇବା ପାଇଁ ନ୍ୟୁଜିଲାଣ୍ଡ ଦଳ ନିକଟରେ ଯଥେଷ୍ଟ କ୍ଷମତା ରହିଛି । କିନ୍ତୁ ଓପନରଙ୍କ ପ୍ରଦର୍ଶନ ଦଳକୁ ଚିନ୍ତାରେ ପକାଇଛି । ଦୁର୍ଦ୍ଦର୍ଷ ଫିନ ଆଲେନ ଓ ଡେଭନ କନୱେ ସହଳ ଆଉଟ୍‌ ହେବା ଫଳରେ ନ୍ୟୁଜିଲାଣ୍ଡ ବଡ ବିଜୟ ଲକ୍ଷ୍ୟର ପିଛା କରିପାରିନଥିଲା । ଆଜିର ମ୍ୟାଚ୍‌ରେ ଅଧିନାୟକ କେନ ୱିଲିୟମସନ ଖେଳିବେନି । ତାଙ୍କ ସ୍ଥାନରେ ଟିମ ସାଉଦି ଦଳର ନେତୃତ୍ୱ ନେବେ । ୱିଲିୟମସନଙ୍କ ଅନୁପସ୍ଥିତିରେ ଆଲେନଙ୍କ ସହ ମାର୍ଟିନ ଗପତିଲ ପାଳି ଆରମ୍ଭ କରିବା ଆଶା କରାଯାଉଛି । କନୱେ ୩ନଂ ସ୍ଥାନରେ ବ୍ୟାଟିଂ କରିବେ ।

ଉଭୟ ଦଳର ବୋଲିଂ ବିଭାଗ ସନ୍ତୁଳିତ । ତେଣୁ ପରିବର୍ତ୍ତନ ସମ୍ଭାବନା ନାହିଁ । ତଥାପି ମହମ୍ମଦ ସିରାଜଙ୍କ ସ୍ଥାନରେ ଉମ୍ରାନ ମଲିକଙ୍କୁ ସୁଯୋଗ ମିଳିପାରେ । ନ୍ୟୁଜିଲାଣ୍ଡ ବୋଲିଂ ବିଭାଗ ଅପରିବର୍ତ୍ତିତ ରହିବ । ମ୍ୟାକ୍‌ଲିନ୍‌ ପାର୍କ ପିଚ୍‌ ବ୍ୟାଟ୍ସମ୍ୟାନଙ୍କୁ ସହାୟତା କରିବା ନିଶ୍ଚିତ । ଏଠାରେ ଟସ୍‌ ବିଜୟୀ ଦଳ ବ୍ୟାଟିଂକୁ ପ୍ରାଥମିକତା ଦେବେ । ବର୍ଷା ହେଲେ ପେସ ବୋଲରମାନେ ଫାଇଦା ଉଠାଇ ପାରିବେ । ଆଜି ବର୍ଷା ସମ୍ଭାବନା ରହିଛି । ୨୦୧୯ରେ ଇଂଲଣ୍ଡ ଦଳ ଏଠାରେ ୨୪୧ ରନ୍‌ର ବିଶାଳ ସ୍କୋର ସଂଗ୍ରହ କରିଥିଲା । ଭାରତୀୟ ଦଳ ପୁର୍ବରୁ ଏଠାରେ ୭ଟି ଦିନିକିଆ ଓ ୨ଟି ଟେଷ୍ଟ ଖେଳିଛି । ଆଜିର ମ୍ୟାଚ୍ ପ୍ରଥମ ଟି-ଟ୍ୱେଣ୍ଟି ଖେଳିବ।

ସମ୍ଭାବ୍ୟ ଦଳ
ଭାରତ: ଇଶାନ କିଷନ, ରିଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବ, ଶ୍ରେୟାସ ଆୟର/ ସଞ୍ଜୁ ସାମସନ, ଦୀପକ ହୁଡ଼ା, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ୱାସିଂଟନ ସୁନ୍ଦର, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂହ, ମହମ୍ମଦ ସିରାଜ, ୟୁଝବେନ୍ଦ୍ର ଚହଲ ।

ନ୍ୟୁଜିଲାଣ୍ଡ: ଫିନ ଆଲେନ, ମାର୍ଟିନ ଗପତିଲ, ଡେଭନ କନୱେ, ମାର୍କ ଚାପମାନ, ଗ୍ଲେନ ଫିଲିପ୍ସ, ଡାରିଲ ମିଚେଲ, ମିଚେଲ ସାଣ୍ଟନର, ଟିମ ସାଉଦି, ଆଇସ ସୋଦ୍ଧି, ଆଡାମ ମିଲନେ, ଲୋକି ଫର୍ଗୁସନ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ