ଖେଳ ଦେଶ ବିଦେଶ

IND vs NZ : ଟସ୍‌ ଜିତି ନ୍ୟୁଜିଲାଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ

ନାପିୟର ୨୨।୧୧ : ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜ୍‌ରେ ଅନ୍ତିମ ମ୍ୟାଚ୍‌ । ସିରିଜ୍‌ରେ ଏହି ଶେଷ ମ୍ୟାଚ୍‌ରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ । ଯାହାଫଳରେ ଭାରତୀୟ ଟିମ୍‌ ବୋଲିଂ କରିବାକୁ ପଡିଆକୁ ଓହ୍ଲାଇବ । ସିରିଜ୍‌ରେ ଭାରତ ଏବେ ୧-୦ରେ ଆଗୁଆ ରହିଛି । ଅନ୍ତିମ ମ୍ୟାଚ୍‌ ସାଜିବ ଡିସାଇଡର ।

ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ବର୍ଷା ଲାଗି ବାତିଲା ହେବା ପରେ ୨ୟ ମ୍ୟାଚ୍‌ରେ ଭାରତୀୟ ଟିମ୍ ଦମ୍‌ଦାର ବିଜୟ ହାସଲ କରିଥିଲା । ଯାହାଫଳରେ ୩ଟିକିଆ ସିରିଜ୍‌ରେ ଭାରତୀୟ ଟିମ୍‌ ୧-୦ରେ ଆଗୁଆ ରହିଛି । ପୂର୍ବ ମ୍ୟାଚ୍‌ରେ ହିରୋ ସାଜିଥିବା ସୂର୍ଯ୍ୟକୁମାର ଯାଦବଙ୍କଠୁ ମଧ୍ୟ ଶେଷ ମ୍ୟାଚ୍‌ରେ ଅନେକ ଆଶା ରଖିଛନ୍ତି ଫ୍ୟାନ୍ସ ।

ତେବେ ତୃତୀୟ ମ୍ୟାଚ୍‌ ଲାଗି ଭାରତୀୟ ଟିମ୍‌ରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ଖାସ୍‌ କରି ସଂଜୁ ସାମ୍‌ସମ ଓ ଉମ୍‌ରାନ୍‌ ମଲ୍ଲିକଙ୍କୁ ଚାନ୍ସ ମିଳିପାରେ ବୋଲି ଆଶା କରାଯାଉଥିଲା । କିନ୍ତୁ ତାହା ହେଲାନାହିଁ ।

ଭାରତ : ଇଶାନ କିଷନ, ରିଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବ, ଶ୍ରେୟାସ ଆୟର, ଦୀପକ ହୁଡ଼ା, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ହର୍ଷଲ ପଟେଲ, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂହ, ମହମ୍ମଦ ସିରାଜ, ୟୁଝବେନ୍ଦ୍ର ଚହଲ ।

ନ୍ୟୁଜିଲାଣ୍ଡ : ଫିନ ଆଲେନ, ଡେଭନ କନୱେ, ମାର୍କ ଚାପମାନ, ଗ୍ଲେନ ଫିଲିପ୍ସ, ଡାରିଲ ମିଚେଲ, ଜି ନିଶାନ୍‌, ମିଚେଲ ସାଣ୍ଟନର, ଟିମ ସାଉଦି, ଆଇସ ସୋଦ୍ଧି, ଆଡାମ ମିଲନେ, ଲୋକି ଫର୍ଗୁସନ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ