ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀଗୁଣ୍ଡିଚା ମନ୍ଦିର ବୁଲିଲେ ଗଜପତି ମହାରାଜା, ନାଟ ମଣ୍ଡପରେ ହୋଇଥିଲା ଫାଟ

ପୁରୀ ୨୨।୧୧ : ଶ୍ରୀଗୁଣ୍ଡିଚା ମନ୍ଦିରର ସ୍ଥିତି ଅନୁଧ୍ୟାନ କଲେ ଗଜପତି ମହାରାଜା । ଶ୍ରୀଗୁଣ୍ଡିଚା ମନ୍ଦିର ନାଟ ମଣ୍ଡପରେ ୪ଟି ବିମ୍‌ରୁ ଗୋଟିଏ ବିମ୍ ଓ ୩ଟି କଲମରେ ଫାଟ ସୃଷ୍ଟି ହୋଇଥିବା ବେଳେ ତାହାକୁ ୨ ମାସ ମଧ୍ୟରେ ସାରିବା ପାଇଁ ନିଷ୍ପତ୍ତି ହୋଇଥିଲା । କାର୍ଯ୍ୟକୁ କିଭଳି ତ୍ୱରାନ୍ୱିତ କରାଯିବ ତାହାର ଅନୁଧ୍ୟାନ କରିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଭାପତି ଗଜପତି ମହାରାଜା । ଏହି ଅବସରରେ ଗଜପତିଙ୍କ ସହ ଶ୍ରୀମନ୍ଦିର ବୈଷୟିକ ଅଧିକାରୀ, ଉନ୍ନୟନ ପ୍ରଶାସକ ପ୍ରମୁଖ ଉପସ୍ଥିତ ରହିଛନ୍ତି ।

ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ନାଟମଣ୍ଡପ ବିପଦରେ ରହିଥିବା ସ୍ପଷ୍ଟ ହୋଇଥିଲା । ନାଟମଣ୍ଡପ କ୍ୟାପିଟାଲ ବିମ୍‌ରେ ଫାଟ ରହିଥିବା ସୂଚନା ଦିଆଯାଇଥିଲା । ନାଟମଣ୍ଡପର ୪ଟି କଲମରୁ ତିନୋଟି କଲମରେ ଫାଟ ଓ ବିମ୍ ରେ ମଧ୍ୟ ଫାଟ ରହିଛି। ଚଳିତବର୍ଷ ରଥଯାତ୍ରା ବେଳେ ଏହା ନଜରକୁ ଆସିଥିଲା । ଯେପରି ମହାପ୍ରଭୁଙ୍କ ନୀତିରେ ବ୍ୟାଘାତ ନଘଟେ ସେଥିପାଇଁ ଅସ୍ଥାୟୀ ଭାବରେ ଲୁହା କ୍ଲାମ୍ପ ଦିଆଯାଇ ଏହାର ମରାମତି କରାଯାଇଥିଲା। ଏବେ ଏହାକୁ ଗୁରୁତର ସହ ନେଇ ଅକ୍ଟୋବର ୨୯ ତାରିଖରେ ଶ୍ରୀମନ୍ଦିର ବୈଷୟିକ କୋର କମିଟିର ଅଧ୍ୟକ୍ଷ ଏବଂ ରୁର୍କୀ ଆଇଆଇଟିର ପ୍ରଫେସର ଓ ସିବିଆରାଇ ବିଶେଷଜ୍ଞ ଏସ କେ ଭଟାଚାର୍ଯ୍ୟଙ୍କ ନେତୃତ୍ୱରେ ୭ଜଣିଆ ଟିମ୍ ଗୁଣ୍ଡିଚା ମନ୍ଦିର ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ ।

କ୍ୟାପିଟାଲ ବିମ୍‌ର ସ୍ଥିତି ଖରାପ ଥିବାରୁ ଏହାର ମରାମତି ନେଇ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯିବା ପୂର୍ବରୁ ଗୁଣ୍ଡିଚା ମନ୍ଦିରରେ ସମୀକ୍ଷା କରିବା ପରେ ଏକ ସ୍ୱତନ୍ତ୍ର ବୈଠକ କରି ମରାମତି ଉପରେ ଆଲୋଚନା କରାଯାଇଥିଲା । ପୂର୍ଣ୍ଣାଙ୍ଗ ମରାମତି ୨ ମାସ ଭିତରେ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଶ୍ରୀମନ୍ଦିର ବୈଷୟିକ ଟିମ୍ ର ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ଏହି ଅନୁଧ୍ୟାନ କରାଯାଇଥିବା ବେଳେ ଟିମ୍ ରେ ବିଶିଷ୍ଟ ବିଶେଷଜ୍ଞ ଏସ କେ ଭଟ୍ଟାଚାର୍ଯ୍ୟଙ୍କ ସମେତ ଶ୍ରୀମନ୍ଦିର ବୈଷୟ କମିଟି ସଦସ୍ୟ ଏନସି ପାଲ, ବିନ୍ଧେଶ୍ୱର ପାତ୍ର, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା , ପରିଚାଳନା କମିଟି ସେବାୟତ ସଦସ୍ୟଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ସ୍ଥିତି ଯାଞ୍ଚ କରିଥିଲେ । ଏନେଇ ଏସ.କେ.ଭଟାଚାର୍ଯ୍ୟ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଶ୍ରୀଗୁଣ୍ଡିଚା ମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ୱ ଶ୍ରୀମନ୍ଦିର ପ୍ରଶାସନ ହାତରେ ସମ୍ପୂର୍ଣ ନ୍ୟସ୍ତ ଥିବା ବେଳେ ଶ୍ରୀମନ୍ଦିର ପରିଚାଳନା କମିଟି ସଭାପତି ଭାବରେ ଗଜପତି ମହାରାଜ ଗୁଣ୍ଡିଚାମନ୍ଦିର ନାଟମଣ୍ଡପର ସ୍ଥିତି ବିଧିବଦ୍ଧ ଭାବରେ ଯାଞ୍ଚ କରିଛନ୍ତି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।