ରାଜନୀତି ରାଜ୍ୟ

ଭୋଟ୍‌ ବେଳେ ଦାଦନ ଲୋଡ଼ା, ୨୦ହଜାର ଭୋଟ୍‌ ହାତେଇବାକୁ କସରତ

ବରଗଡ଼ : ରାଜ୍ୟରେ ନିଯୁକ୍ତି ସୁଯୋଗ ନଥିବାରୁ ହଜାରହଜାର ଲୋକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ସେତେ‌ବେଳେ ସେମାନଙ୍କ ଜୀବିକା ଓ ସଂଘର୍ଷପୂର୍ଣ୍ଣ ଜୀବନ ସମ୍ପର୍କରେ କେହି ଥରୁଟିଏ ବି ଚିନ୍ତା କରୁନାହାନ୍ତି। ମାତ୍ର, ନିର୍ବାଚନ ଆସିଲେ ଭୋଟ୍‌ ହାତେଇବା ପାଇଁ ସେମାନେ ଲୋଡ଼ା ପଡ଼ୁଛନ୍ତି। ପୂର୍ବର ନିର୍ବାଚନ ଭଳି ଏବେ ପଦ୍ମପୁର ଉପନିର୍ବାଚନରେ ବି ସମ‌ାନ ଦୃଶ୍ୟ ଦେଖିବାକୁ ମିଳିଛି। ୨୦,୦୦୦ ଦାଦନ ଭୋଟର୍‌ଙ୍କ ସମର୍ଥନ ନିଜ ସପକ୍ଷ‌ରେ ଆଣିବା ପାଇଁ ସବୁ ରାଜନୈତିକ ଦଳ କସରତ ଆରମ୍ଭ କରିଦେଇଛନ୍ତି।

ବରଗଡ଼ ଜିଲ୍ଲାର ପାଇକମାଳ, ଝାରବନ୍ଧ ଭଳି ପଦ୍ମପୁର ବି ଏକ ଦାଦନପ୍ରବଣ ବ୍ଲକ୍‌। ଜିଲ୍ଲାର ପ୍ରାୟ ୯୦ ପ୍ରତିଶତ ଦାଦନ ରାଜ୍ୟ
ବାହାରକୁ ଯାଇଥା’ନ୍ତି। ଜିଲ୍ଲାରେ ବି ମୋଟ୍‌ ୨ଲକ୍ଷ ପଞ୍ଜିକୃତ ନିର୍ମାଣ ଶ୍ରମିକ ଅଛନ୍ତି। କିନ୍ତୁ, ବହୁ ଶ୍ରମିକ ପଞ୍ଜୀକରଣ ନହୋଇ ବାହାର ରାଜ୍ୟକୁ ଯାଉଛନ୍ତି, ଯାହାର ହିସାବ ପ୍ରଶାସନ ପାଖରେ ରହୁନାହିଁ। ‌ବେସରକାରୀ ହିସାବ ଅନୁସାରେ, ବର୍ତ୍ତମାନ ରାଜ୍ୟ ବାହାରେ ପଦ୍ମପୁର ଉପଖଣ୍ଡରୁ ଅତିକମ୍‌ରେ ୨୦ହଜାରରୁ ଅଧିକ ଦାଦନ ଅଛନ୍ତି। ବିଶେଷକରି ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁରେ ଏମାନଙ୍କ ସଂଖ୍ୟା ବେଶି ରହିଛି। ତେଣୁ, ଦାଦନମାନେ ଏକ ଭୋଟ୍‌ ବ୍ୟାଙ୍କ୍‌ରେ ପରିଣତ ହୋଇସାରିଛନ୍ତି। ଉପନିର୍ବାଚନରେ ଏମାନେ ନିର୍ଣ୍ଣାୟକ ଭୂମିକା ତୁଲାଇବେ ବୋଲି କୁହାଯାଉଛି। ପ୍ରତି ନିର୍ବାଚନରେ ବି ଏହାର ନଜିର୍‌ ରହିଛି। ବାହାର ରାଜ୍ୟରେ ଥିବା ଦାଦନମାନେ ନିଜ ଭିଟାମାଟିକୁ ଫେରି ମତଦାନ ସାବ୍ୟସ୍ତ କରୁଛନ୍ତି। ଏପରିକି, ସେମାନଙ୍କୁ ଭୋଟ୍‌ ପାଇଁ ଫେରାଇ ଆଣିବାକୁ ରାଜନୈତିକ ଦଳଗୁଡ଼ିକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥା’ନ୍ତି। ଏବେ ପଦ୍ମପୁରରେ ବି ସମାନ ଘଟଣା ଘଟିବାର ଯଥେଷ୍ଟ ସମ୍ଭାବନା ଥିବା ରାଜନୈତିକ ବିଶେଷଜ୍ଞଙ୍କ ମତ।

ହସ୍ତଗତ ସୂଚନା ଅନୁସାରେ, ପଦ୍ମପୁର ଉପନିର୍ବାଚନରେ ପ୍ରମୁଖ ତିନିଦଳ ନିଜ ପକେଟ୍‌ ଭୋଟ୍‌ ସୁନିଶ୍ଚିତ କରିବା ସହ ଦାଦନ ଭୋଟ୍‌ବ୍ୟାଙ୍କ୍‌କୁ ଯୋଡ଼ିବା ପାଇଁ ଉଦ୍ୟମ ଚଳାଇଛନ୍ତି। ପୂର୍ବରୁ ବରିହା ପରିବାର ଏସ୍‌ଟି/ଏସ୍‌ସି ଭୋଟ୍‌ ଦମ୍ଭରେ ବିଜୟୀ ହେଉଥିଲେ। ଏହି ବର୍ଗର ଭୋଟ୍‌ ପଦ୍ମପୁର ଉପଖଣ୍ଡରେ ୪୦ ପ୍ରତିଶତ ରହିଛି। ବିଜେପି ଗତ ଦୁଇ ନିର୍ବାଚନରେ ନିଜ ୩୮ ପ୍ରତିଶତ ପକେଟ୍‌ ଭୋଟ୍‌ରେ ସ୍ଥିର ରହିଛି। କଂଗ୍ରେସ ସର୍ବଦା ନିଜ ପକେଟ୍‌ ଭୋଟ୍‌ ଆଧାରରେ ନିର୍ବାଚନ ଲଢ଼ୁଛି। ବିଶେଷକରି ବିଜେଡି ଓ ବିଜେପିର ଭୋଟ୍‌ବ୍ୟାଙ୍କ୍‌ ପାଖାପାଖି ସମାନ ରହୁଛି। ତେଣୁ ଦାଦନ ଭୋଟ୍ ଆଶୀର୍ବାଦ ପାଇଁ ଦୁଇ ଦଳ ଭିତରେ ଭିତିରିଆ ପ୍ରତିଦ୍ବନ୍ଦ୍ବିତା ଚାଲିଥିବା କୁହାଯାଉଛି।

ଯାହାକୁ ଦୃଷ୍ଟିରେ ରଖି ଏହି ଉପନିର୍ବାଚନ ସମୟରେ ଦାଦନମାନେ ଲୋଡ଼ା ପଡ଼ିଛନ୍ତି। ‘ଆମର ଜଣେ ସମ୍ପର୍କୀୟ ବାହାରେ ଥିବାରୁ ଏକ ନିର୍ଦ୍ଦିଷ୍ଟ ଏକ ରାଜନୈତିକ ଦଳର ସ୍ଥାନୀୟ ନେତା ଆମ ମାଧ୍ୟମରେ ଫୋନ୍‌ ନମ୍ବର ସଂଗ୍ରହ ସହିତ ଯୋଗାଯୋଗ କରୁଛନ୍ତି,’ ବୋଲି କହିଛନ୍ତି ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି। ପ୍ରକୃତରେ କେତେସଂଖ୍ୟକ ଦାଦନ ମତଦାନ କରିବା ପାଇଁ ପ୍ରତ୍ୟାବର୍ତ୍ତନ କରୁଛନ୍ତି, ଆଗାମୀଦିନରେ ସ୍ପଷ୍ଟ ହୋଇଯିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର