ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଚାକିରି ଆଶାୟୀଙ୍କୁ ବଡ଼ ଭେଟି; ୭୧ ହଜାର ନିଯୁକ୍ତିପତ୍ର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ, ନବନିଯୁକ୍ତଙ୍କୁ ଦେବେ ଗୁରୁମନ୍ତ୍ର

ନୂଆଦିଲ୍ଲୀ: ଚାକିରି ଆଶାୟୀଙ୍କୁ ବଡ଼ ଭେଟି ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମଙ୍ଗଳବାର ନିଯୁକ୍ତି ମେଳା ମାଧ୍ୟମରେ ୭୧ହଜାର ଆଶାୟୀଙ୍କୁ ନିଯୁକ୍ତି ପତ୍ର ବିତରଣ କରାଯିବ । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ସହିତ ନବନିଯୁକ୍ତଙ୍କୁ ଗୁରୁମନ୍ତ୍ର ଦେବେ ପିଏମ ।

ରୋଜଗାର ମେଳା ମାଧ୍ୟମରେ ଅନେକ ଯୁବବର୍ଗଙ୍କୁ ନିଯୁକ୍ତି ସୁଯୋଗ ମିଳିବ ଏବଂ ଦେଶର ବିକାଶରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଆଶା କରାଯାଉଛି । ଗତ ଅକ୍ଟୋବରରେ ରୋଜଗାର ମେଳା ଅଧୀନରେ ୭୫ ହଜାରରୁ ଊଦ୍ଧ୍ୱର୍ଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଥିଲା । ଗୁଜରାଟ ଏବଂ ହିମାଚଳ ପ୍ରଦେଶକୁ ଛାଡ଼ି ଦେଶର ପ୍ରାୟ ୪୫ ସ୍ଥାନରେ ନୂଆ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯିବ ବୋଲି ବିବୃତିରେ କୁହାଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ମଯୋଗୀ ପ୍ରାରମ୍ଭ ମଡ୍ୟୁଲ୍‌ର ଶୁଭାରମ୍ଭ କରିବେ । ଏହି ମଡ୍ୟୁଲାର ବିଭିନ୍ନ ସରକାରୀ ବିଭାଗରେ ନୂଆ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କ ପାଇଁ ଏକ ଅନ୍‌ଲାଇନ କୋର୍ସ । ଏଥିରେ ସରକାରୀ କର୍ମଚାରୀଙ୍କୁ ଆଚରଣ ସଂହିତା, କର୍ମକ୍ଷେତ୍ରରେ ନୈତିକତା, ମାନବସମ୍ବଳ ନୀତି ଆଦି ସାମିଲ ହେବ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ