ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଇଣ୍ଡୋନେସିଆ ଭୂମିକମ୍ପ ; ବଢୁଛି ମୃତାହତଙ୍କ ସଂଖ୍ୟା, ଏବେ ସୁଦ୍ଧା ଗଲାଣି ୧୬୨ ଜୀବନ

ନୂଆଦିଲ୍ଲୀ: ଇଣ୍ଡୋନେସିଆ ଶକ୍ତିଶଳୀ ଭୂମିକମ୍ପରେ ବଢୁଛି ମୃତାହତଙ୍କ ସଂଖ୍ୟା । ଜାଭା ଭୂକମ୍ପରେ ମୃତକଙ୍କ ସଂଖ୍ୟା ୧୬୨ରେ ପହଞ୍ଚିଛି । ଏଥିରେ ଶତାଧିକ ଆହତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ସମସ୍ତ ଗୁରୁତରଙ୍କ ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ରିକ୍ଟର ସ୍କେଲ୍‌ରେ ଭୂମିକମ୍ପର ତୀବ୍ରତା ୫.୫ ରେକର୍ଡ କରାଯାଇଛି ।

ସୋମବାର ଭୟଙ୍କର ଭୂମିକମ୍ପରେ ଥରି ଉଠିଲା ଗ୍ରୀସର କ୍ରେଟେ ଦ୍ୱୀପ । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୫ ମପାଯାଇଛି । ସ୍ଥାନୀୟ ସମୟ ଅନୁସାର ଦ୍ବିପ୍ରହର ୧.୨୫ରେ ଗ୍ରୀସ୍ ସାଇଟିଆର ଉତ୍ତର-ପୂର୍ବରରେ ୬୦ କିମି ଦୂରରେ ଭୂମିକମ୍ପର କେନ୍ଦ୍ରସ୍ଥଳୀ ରହିଥିଲା । ଇରୋପିଆନ ମେଡିଟେରେନିୟନ ସେସମୋଲୋଜିକାଲ ସେଣ୍ଟର(EMSC)ର ସୂଚନା ଅନୁସାରେ ଏହା ୮୦ କିମି ଗଭୀରରେ କେନ୍ଦ୍ରୀଭୂତ ହୋଇଥିଲା। ସୁନାମୀ ଭୟ ରହିଥିବାରୁ EMSC ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଉଚ୍ଚସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦେଇଥିଲା । ଏହି ଛାତିଥରା ଭୂମିକମ୍ପରେ ବର୍ତ୍ତମାନ ସୁଦ୍ଧା ୧୬୨ଜଣଙ୍କର ଜୀବନ ଯାଇଛି । ଏଥିରେ ଅନେକ ଶିଶୁ ରହିଥିବାବେଳେ ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ଏବେବି ଭୂମିକମ୍ପ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାରକାରୀ ଦଳ ମାଟି ତଳେ ଫଶିଥିବା ଲୋକଙ୍କୁ ଉଦ୍ଧାର କରି ନିକଟସ୍ଥ ସିୟାଜୁର ହସ୍‌ପିଟାଲରେ ଭର୍ତ୍ତି କରି ଚିକିତ୍ସା କରୁଛନ୍ତି । ଆହତଙ୍କ ସଂଖ୍ୟା ବଢୁଥିବାରୁ ସ୍ବାସ୍ଥ୍ୟକର୍ମୀମାନେ ମେଡିକାଲ ବାହାରେ ମଧ୍ୟ ଲୋକଙ୍କ ଚିକିତ୍ସା କରୁଛନ୍ତି ।

ଶକ୍ତିଶାଳୀ ଭୂମିକମ୍ପ ଅନେକ ଧନ ସମ୍ପତି ନଷ୍ଟ ହୋଇଛି । ମାଟିରେ ମିଶିଛି ଉଚ୍ଚ ଅଟ୍ଟାଳିକା । ବିଏଏନପିବିର ରିପୋର୍ଟ ଅନୁଯାୟୀ, ପ୍ରାୟ ୨୨୦୦ ଘର ଭାଙ୍ଗି ଯାଇଛି । ଭୂମିକମ୍ପ ଯୋଗୁ ୫ହଜାରରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି । ଅନ୍ୟପଟେ ବିଲ୍ଡିଂ ତଳେ ଫଶି ରହିଥିବା ଲୋକଙ୍କୁ ଉଦ୍ଧାର କରିବାରେ ଲାଗି ପଡ଼ିଛନ୍ତି ରେସକ୍ୟୁ ଟିମ୍ । ପ୍ରଶାସନ ପୀଡ଼ିତଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିବା ସହିତ ଭୟଭୀତ ନହେବାକୁ ପରାମର୍ଶ ଦେଇଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ