ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ରସାୟନିକ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, କ୍ଷଣକ ମଧ୍ୟରେ ଚାଲିଗଲା ୩୬ ଜୀବନ

ନୂଆଦିଲ୍ଲୀ: ଚୀନରେ ଭୟଙ୍କର ଅଗ୍ନିକାଣ୍ଡ । ଚୀନର ହେନାନ ପ୍ରାନ୍ତରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଏକ କାରଖାନାରେ ନିଆଁ ଲାଗିବା ଯୋଗୁ ପ୍ରାୟ ୩୬ଜଣଙ୍କ ମୃତ୍ୟୁ ହୋଇଛି । ଭୟାବହ ଅଗ୍ନିକାଣ୍ଡରେ ୨ଜଣ ଆହତ ହୋଇଥିବାବେଳେ ୨ଜଣ ନିଖୋଜ ରହିଛନ୍ତି । ଅଗ୍ନିଶମ ବାହିନୀ ୪ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଛି ।

ଚୀନ୍ ମିଡିଆ ରିପୋର୍ଟ ଅନୁଯାୟୀ, ହେନାନର ଓ୍ବେନଫାଙ୍ଗ ଜିଲ୍ଲାରେ ଏହି ଅଗ୍ନିକାଣ୍ଡ ଘଟିଛି । ସୋମବାର ଏକ ରସାୟନିକ ଉଦ୍ୟୋଗ କମ୍ପାନୀରେ ନିଆଁ ଲାଗିଥିଲା । କ୍ଷଣକ ମଧ୍ୟ ପୂରା ଫ୍ୟାକ୍ଟ୍ରି ନିଆଁର ଆଁ ମଧ୍ୟକୁ ଆସିଯାଇଥିଲା । ଖବର ପାଇ ୬୦ଟି ଦମକଳ ବାହିନୀ ୪ଘଣ୍ଟାର କଠିନ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲା । ନିଆଁ ଲାଗିବା ସମୟରେ କାରଖାନା ଭିତରେ ପ୍ରାୟ ୨୦୦ରୁ ଅଧିକ କର୍ମଚାରୀ ଥିଲେ । ଏମାନଙ୍କ ମଧ୍ୟରୁ ୩୬ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ୨ଜଣ ଏବେବି ନିଖୋଜଥିବା ଜଣାପଡ଼ିଛି ।

୨୦୧୫ ମସିହାରେ ମଧ୍ୟ ଚୀନରେ ଏଭଳି ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ତିଆଁଜିନ୍‌ର ରସାୟନିକ ଫ୍ୟାକ୍ଟ୍ରିରେ ନିଆଁ ଲାଗିଥିଲା । କାରଖାନାରେ ବିସ୍ଫୋରଣ ହେବା ଫଳରେ ୧୭୩ଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଅନେକ ଅଗ୍ନିଶମ ଓ ପୋଲିସ କର୍ମଚାରୀ ଥିଲେ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ