ରାଜ୍ୟ ସ୍ପେଶାଲ ରିପୋର୍ଟ

୨୩ ବର୍ଷ ପରେ ଫେରିଲେ ମୃତ ଘୋଷିତ ବ୍ୟକ୍ତି, ମହାବାତ୍ୟା ସମୟରୁ ନିଖୋଜ ଥିଲେ

ନିମାପଡ଼ା : କାଗଜପତ୍ରରେ ମୃତ ଘୋଷିତ ହୋଇଥିବା ଜଣେ ବ୍ୟକ୍ତି ୨୩ ବର୍ଷ ପରେ ଘରକୁ ଫେରୁଥିବା ଖବର ପ୍ରଚାର ହେବାପରେ ନିମାପଡ଼ା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ପୁରୀ ଜିଲ୍ଲା ଅନ୍ତର୍ଗତ ନିମାପଡ଼ା ବ୍ଲକ୍‌ ବାମନାଳ ପଞ୍ଚାୟତର ପାତି ପାଇକସାହି ଗ୍ରାମ କୀର୍ତ୍ତିଚନ୍ଦ୍ର ବିଶ୍ବାଳ ୧୯୯୯ ମହାବାତ୍ୟାର ଦୁଇଦିନ ପୂର୍ବରୁ ଘରୁ କେଉଁଆଡ଼େ ଚାଲିଯାଇଥିଲେ। ନିଖୋଜ ହେବାପରେ ସେ ସ୍ମୃତିଶକ୍ତି ହରାଇଥିଲେ। କୋଲକାତାର ଏକ ହାମ ରେଡିଓ ସଂସ୍ଥା କୀର୍ତ୍ତିଙ୍କୁ ୨୦୧୦ରେ ଶ୍ରୀକାକୁଲମରେ ଠାବ କରିଥିଲା। ତାଙ୍କୁ ସେଠାରୁ କୋଲକାତା ନେଇ ଚିକିତ୍ସା କରିଥିଲେ। କୀର୍ତ୍ତିଙ୍କ ସ୍ମୃତିଶକ୍ତି ଫେରି ପାଇବାପରେ ତାଙ୍କ ପରିଚୟ ଜଣାପଡ଼ିଥିଲା। ପରେ ସେହି ହାମ୍‌ ରେଡିଓ ସଂସ୍ଥା ତାଙ୍କର ଶାଖା ଅଫିସ କୀର୍ତ୍ତିଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରିଥିଲେ। ବ୍ରହ୍ମପୁରୁ ରବିବାର ସଂଧ୍ୟାରେ ତାଙ୍କୁ ଘରକୁ ଅଣାଯାଇଛି।

ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଦୀର୍ଘବର୍ଷ ଧରି ତାଙ୍କର ଖୋଜଖବର ନମିଳିବାରୁ କାଗଜପତ୍ରରେ ତାଙ୍କୁ ମୃତ ଘୋଷିତ କରାଯାଇଥିଲା। ପରିବାର ବର୍ଗ କୀର୍ତ୍ତିଙ୍କର ଶୁଦ୍ଧିକ୍ରିୟା ବି କରିସାରିଥିଲେ। ଦୀର୍ଘ ୨୩ ବର୍ଷ ପରେ ସେ ଘରକୁ ଫେରିବା ପରେ ପରିବାରରେ ତଥା ଗଁାରେ ଖୁସିର ଲହରୀ ଖେଳିଯାଇଛି।

କୀର୍ତ୍ତିକ ନିଖୋଜ ହେବାବେଳେ ତାଙ୍କ ବୟସ ୫୦ ବର୍ଷ ହୋଇଥିଲା। ଏବେ ସେ ୭୩ ବର୍ଷରେ ପଦାର୍ପଣ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।