ରାଜ୍ୟ ସ୍ପେଶାଲ ରିପୋର୍ଟ

ବାଲୁକା କଳାରେ ଫିଫା ବିଶ୍ବକପ୍‌ ଟ୍ରଫି

ପୁରୀ : ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ ଫିଫା ବିଶ୍ବକପ୍‌ର ସ୍ଥାପତ୍ୟ ପ୍ରସ୍ତୁତ କରିଛନ୍ତି। ବିଶ୍ବକପ୍‌ରେ ଅଂଶଗ୍ରହଣ କରୁଥିବା ୩୨ଟି ଦେଶର ମୁଦ୍ରାକୁ ମଧ୍ୟ ସେ ଏହି କଳାରେ ସ୍ଥାନିତ କରିଛନ୍ତି। ୮ଫୁଟର ଏହି ବିଶ୍ବକପ ଟ୍ରଫି ବାଲୁକା କଳାରେ ସେ ଭାରତୀୟ ମୁଦ୍ରା ସମେତ ୩୨ଟି ଦେଶର ୧୩୫୦ଟି ମୁଦ୍ରା ସ୍ଥାନିତ କରିଛନ୍ତି। ପୁରୀ ବେଳାଭୂମିରେ ଏହି କଳା ମାଧ୍ୟମରେ ‘ଗୁଡ୍‌ ଲକ୍‌’ ଲେଖି ଶୁଭେଚ୍ଛା ଜଣାଇଛନ୍ତି।

ବିଶ୍ବର ଜଣାଶୁଣା ବାଲୁକା ଶିଳ୍ପୀ ଭାବେ ପରିଚିତ ଶ୍ରୀ ପଟ୍ଟନାୟକ ବାଲୁକା କଳାରେ କିଛି ନୂଆ କରି ଦେଖାଇବାର ପ୍ରୟାସ ଜାରି ରଖିଛନ୍ତି। ୮ ଫୁଟ୍‌ର ବାଲୁକା ଟ୍ରଫି ପ୍ରସ୍ତୁତି ପାଇଁ ସେ ୫ ଟନ୍‌ ବାଲି ବ୍ୟବହାର କରିଛନ୍ତି। ଟ୍ରଫି ସହ ଏକ ଫୁଟ୍‌ବଲ ପ୍ରସ୍ତୁତ କରିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି, କାତାରରେ ହେବାକୁ ଯାଉଥିବା ଫିଫା ବିଶ୍ବକପ ପରିପ୍ରେକ୍ଷୀରେ ସେ ଏହି କଳା ପ୍ରଦର୍ଶନ ସହ ବିଭିନ୍ନ ଦେଶକୁ ବାଲୁକା କଳା ପ୍ରଦର୍ଶନ ପାଇଁ ଗସ୍ତ ସମୟରେ ସଂଗ୍ରହ କରିଥିବା ମୁଦ୍ରାଗୁଡ଼ିକୁ ଏହି କଳାରେ ସ୍ଥାନିତ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।