ରାଜ୍ୟ ସ୍ପେଶାଲ ରିପୋର୍ଟ

ଖପ୍ରାଖୋଲରୁ ୩୦ ଦାଦନ ଶ୍ରମିକ ଉଦ୍ଧାର, ୩ ସର୍ଦ୍ଦାର ଅଟକ

ପାଟଣାଗଡ଼ ୨୦।୧୧ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲରୁ ୩୦ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । ଏହାସହିତ ୩ ଜଣ ସର୍‌ଦାରଙ୍କୁ ଅଟକ ରହିଛି ପୋଲିସ । ଖପ୍ରାଖୋଲ ପୋଲିସ ଦୁଇଟି ସ୍ଥାନରେ ଚଢ଼ାଉ କରି ଦାଦନ ପାଇଁ ଯାଉଥିବା ଶ୍ରମିକଙ୍କୁ ଉଦ୍ଧାର କରିଛି ।

ଖବର ଅନୁଯାୟୀ, ଦ୍ରୁତ ଗତି ରେ ଯାଉଥିବା ଏକ ଗାଡି ଅଟକାଇ ପଚରା ଉଚୁରା କରିବା ଆବଶ୍ୟକ କାଗଜପତ୍ର ନ ଥାଇ ବେଆଇନ ଦାଦନ ଚାଲାଣ ହେଉଥିବା ଜଣା ପଡିଥିଲା । ଏହାପରେ ଗାଡି ସହ ସମସ୍ତଙ୍କୁ ଖପ୍ରାଖୋଲ ଥାନାକୁ ଅଣାଯାଇଥିଲା । ଶ୍ରମିକମାନେ ବରଗଡ଼ ଜିଲ୍ଲା ଅତାବିରା ଥାନା ବନ୍ଧ ଗାଁର ବୋଲି ଜଣାପଡିଛି । ମୋଟ ୧୦ ଜଣ ପୁରୁଷ , ୮ ଜଣ ମହିଳା ଓ ୫ ଜଣ ଶିଶୁଙ୍କୁ ପୋଲିସ ଉଦ୍ଧାର କରିଛି ।

ସେହିପରି ମାଟିଖାଇ ଛକରୁ ୮ଜଣ ଦାଦନ ଶ୍ରମିକଙ୍କୁ ବାହାର ରାଜ୍ୟକୁ ବେଆଇନ ଭାବେ ଚାଲାଣ ହେଉଥିବା ବେଳେ ଉଦ୍ଧାର କରିଛି ଖପ୍ରାଖୋଲ ପୋଲିସ । ଚାଲାଣ କରୁଥିବା ୩ଜଣ ସରଦାରଙ୍କୁ ମଧ୍ୟ ଥାନାରେ ଅଟକ ରଖି ତଦନ୍ତ କରୁଛି ପୋଲିସ । ଉଦ୍ଧାର ଦାଦନ ଶ୍ରମିକଙ୍କୁ ନିଜ ନିଜ ଗାଁକୁ ପଠାଇ ଦେଇଛି ପୋଲିସ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।