ରାଜ୍ୟ ସ୍ପେଶାଲ ରିପୋର୍ଟ

ଇଡିକୁ ସଫଳତା : ମିଳିଲା ଅର୍ଚ୍ଚନା ନାଗଙ୍କ ଏଣ୍ଡେଭର କାର୍, ଆଗ ପଛରେ ନଥିଲା ନମ୍ବର ପ୍ଲେଟ୍

ଭୁବନେଶ୍ୱର ୨୦।୧୦ : ମିଳିଲା ଅର୍ଚ୍ଚନାଙ୍କ ଏଣ୍ଡେଭର କାର୍। ଭୁବନେଶ୍ବର ମଞ୍ଚେଶ୍ବର ଶିଳ୍ପାଞ୍ଚଳରୁ ମିଳିଥିବା ଗାଡି ଅର୍ଚ୍ଚନା ନାଗଙ୍କର। ଏଣ୍ଡଭର କାର ଅର୍ଚ୍ଚନା ନାଗଙ୍କର ହୋଇଥିବା ସ୍ପଷ୍ଟ କଲା ଇଡି ।

ଖବର ଅନୁଯାୟୀ, ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଇଡିକୁ ମିଳିଛି ସଫଳତା । ଦୀର୍ଘ ଦିନ ଧରି ନିଖୋଜ ଥିବା ଏଣ୍ଡେଭର କାର୍ ମଞ୍ଚେଶ୍ବର ଶିଳ୍ପାଞ୍ଚଳରୁ ଠାବ ହୋଇଛି । ପରିତ୍ୟକ୍ତ ଅବସ୍ଥାରେ ଏହି କାର ଥିବା ବେଳେ ଏହାର ନମ୍ବର ପ୍ଲେଟ ନାହିଁ। କାରର ଆଗ କି ପଛ ନମ୍ବର ପ୍ଲେଟ ନାହିଁ । ସେ ଗାଡ଼ି ଅର୍ଚ୍ଚନା ନାଗଙ୍କର ବୋଲି ଅନୁମାନ କରାଯାଉଥିଲା । ପରେ ଇଡିର ଅଧିକାରୀ ମାନେ ସେଠାରେ ପହଞ୍ଚି ଇଞ୍ଜିନ ଓ ଚେସିସ ନମ୍ବର ଯାଞ୍ଚ କରିବା ପରେ ତାହା ଅର୍ଚ୍ଚନାଙ୍କ ଏଣ୍ଡେଭର ବୋଲି ସ୍ପଷ୍ଟ ହୋଇଛି । ଏହି କାରଟି ଜଣେ ନେତା ଅର୍ଚ୍ଚନାକୁ ଉପହାର ଦେଇଥିଲେ ବୋଲି ଜଣାପଡିଛି । ଏବେ କିନ୍ତୁ ଏହି ଗାଡିକୁ ନେଇପାରିବେନି ଇଡି ଅଧିକାରୀ । ଗାଡିର ୪ଟି ଚକା ଲିକ୍ ଥିବାରୁ ଗାଡି ନିଆଯାଇପାରିବ ନାହିଁ । ଟେକ୍ନିକାଲ୍ ଟିମ୍ ଆସିବା ପରେ ଗାଡି ନିଆଯିବା ସମ୍ଭବ ବୋଲି କୁହାଯାଉଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।