ଖେଳ ଦେଶ ବିଦେଶ

ବିରାଟ-ରୋହିତ-ପନ୍ଥଙ୍କଠୁ ବି ଆଗରେ ସୂର୍ଯ୍ୟକୁମାର ଯାଦବ, କରିଛନ୍ତି ସର୍ବାଧିକ ରନ୍‌

ମୁମ୍ବାଇ ୧୯।୧୧: ଟି-୨୦ କ୍ରିକେଟରେ ସେ ଷ୍ଟାର । ଚଳିତ ବର୍ଷ ସବୁଠୁ ଅଧିକ ରନ୍‌ କରିବାରେ ରେକର୍ଡ ଏହି କ୍ରିକେଟରଙ୍କ ନାଁରେ ରହିଛି । ଆପଣ ଜାଣିଛନ୍ତି କିଏ ସେହି କ୍ରିକେଟର । ସେ ଆଉ କିଏ ନୁହେଁ, ତାଙ୍କୁ ମିଷ୍ଟର ୩୬୦ ନାଁରେ ସମସ୍ତେ ଜାଣନ୍ତି । ସେ ହେଉଛନ୍ତି ଭାରତୀୟ କ୍ରିକେଟର ବିସ୍ଫୋରକ ବ୍ୟାଟସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ ।

୨୦୨୨ରେ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟ୍‌ରୁ ଖୁବ୍‌ ରନ ବର୍ଷା ହୋଇଛି । ଚଳିତ ବର୍ଷ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସବୁଠୁ ଅଧିକା ରନ୍‌ କରିବାରେ ରେକର୍ଡ ଏବେ ସୂର୍ଯ୍ୟକୁମାର ଯାଦବଙ୍କ ନାଁ ରହିଛି । ୩୨ ବର୍ଷୀୟ ବ୍ୟାଟସମ୍ୟାନ୍‌ ୩୮ଟି ଇନିଂସ ଖେଳି ୧୨୫୬ ରନ୍‌ ସଂଗ୍ରହ କରିଛନ୍ତି ।ତାଙ୍କ ପଛକୁ ଭାରତୀୟ ବ୍ୟାଟସମ୍ୟାନ୍‌ ତାଲିକାରେ ରିଷଭ ପନ୍ତ ରହିଛନ୍ତି । ସେ ୨୬ଟି ଇନିଂସ ଖେଳି ୧୧୯୦ ରନ୍‌ କରିଛନ୍ତି । ଏହାପରେ ବିରାଟ କୋହଲି ୩୫ଟି ଇନିଂସ ଖେଳି ୧୧୭୬ରନ୍‌, ଶ୍ରେୟର ଆୟର ୩୦ଟି ଇନିଂସ ଖେଳି ୧୧୫୬ ରନ୍‌, ରୋହିତ ଶର୍ମା ୩୮ଟି ଇନିଂସ ଖେଳି ୯୧୫ରନ୍‌ ସଂଗ୍ରହ କରିଛନ୍ତି ।

ସେହିପରି ୨୦୨୨ ଟି-୨୦ ବିଶ୍ୱକପ୍‌ରେ ମଧ୍ୟ ସୂର୍ଯ୍ୟକୁମାରଙ୍କ ଯାଦବଙ୍କ ବ୍ୟାଟ୍‌ ଢେର ସାରା ରନ୍‌ ବର୍ଷା କରିଛି । ଟି-୨୦ ବିଶ୍ୱକପ୍‌ରେ ୬ଟି ପାରି ଖେଳି ୨୩୫ ରନ୍‌ ସଂଗ୍ରହ କରିଛନ୍ତି । ଯେଉଁଥିରେ ତାଙ୍କ ଷ୍ଟ୍ରାଇକ୍‌ ରେଟ୍‌ ୧୯୩.୯୬ ରହିଛି । ଆଇସିସି ଟି-୨୦ ବ୍ୟାଟିଂ ତାରିକାରେ ୮୫୯ ପଏଣ୍ଟ ସହ ସେ ପ୍ରଥମ ସ୍ଥାନରେ ରହିଛନ୍ତି । ତାଙ୍କ ପଛକୁ ପାକିସ୍ତାନୀ ବ୍ୟାଟସମ୍ୟାନ୍‌ ମହମ୍ମଦ ରିଜଓ୍ୱାନ୍‌ ରହିଛନ୍ତି ।ତେବେ ଆଗାମୀ ନ୍ୟୁଜିଲାଣ୍ଡ ସିରିଜ୍‌ରେ ସୂର୍ଯ୍ୟକୁମାରଙ୍କ ବ୍ୟାଟ୍‌ରୁ ଖୁବ୍‌ ରନ୍‌ ବାହାରିବ ବୋଲି ପ୍ରଶଂସକ ଆଶା ରଖିଛନ୍ତି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ