ରାଜ୍ୟ

ସଡ଼କ ଦୁର୍ଘଟଣାରେ ବଦଳି ଗଲା ଜୀବନର ମୋଡ, ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଚଣ୍ଡିଖୋଲ ୧୯/୧୧: ପୋଲିସ ଚାକିରୀ ପାଇଁ ଇଣ୍ଟରଭ୍ୟୁ ପାଇଁ ଯାଉଥିବା ବେଳେ ସଡ଼କ ଦୁର୍ଘଟଣା ବଦଳାଇ ଦେଲା ଜୀବନର ମୋଡ଼ । ଦୀର୍ଘ ୬ ବର୍ଷ ଧରି ଗୋଡ଼ ଯନ୍ତ୍ରଣାରେ ଶାରୀରିକ ଅକ୍ଷମ ହୋଇ ପଡି ରହିଛନ୍ତି ଘରେ । ଚିକିତ୍ସା ପାଇଁ ଅର୍ଥସାଜିଛି ବାଧକ । ଆମେ କହୁଛୁ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବାଲିକୁଦା ଗ୍ରାମର ପ୍ରଶାନ୍ତ କୁମାର ଓଝାଙ୍କ କଥା ।

ପ୍ରଶାନ୍ତ ୨୦୧୬ରେ ପୋଲିସ ଚାକିରୀ ପାଇଁ ଇଣ୍ଟରଭିୟୁ ଦେବାକୁ ଯାଉଥିବା ବେଳେ ସଡ଼କ ଦୁର୍ଘଟଣାରେ ଗୋଡ଼ରେ ଜୋରରେ ଆଘାତ ଲାଗିଥିଲା । ମେଡିକାଲରେ ଚିକିତ୍ସା ହେଉଥିଲେ । ଏ ନେଇ ଡାକ୍ତରଙ୍କ ପରାମର୍ଶ ଅନୁଯାଇ ସେ ୬ ଥର ଗୋଡ଼ର ସର୍ଜରୀ କରିଥିଲେ ସୁଦ୍ଧା ଆଜି ବି ସେହି ଗୋଡ଼ ଯନ୍ତ୍ରଣାରେ ଜର୍ଜରିତ ହେଉଛନ୍ତି ପ୍ରଶାନ୍ତ । ସେହିଦିନ ଠୁ ଶାରୀରିକ ଅକ୍ଷମ ଭାବେ ଘରେ ପଡି ରହିଛନ୍ତି ।

ଘରର ଆର୍ଥିକ ପରିସ୍ଥିତି ବେଶ ଶୋଚନୀୟ ହୋଇ ପଡିଛି । ପ୍ରଶାନ୍ତଙ୍କ ବାପା ଦିନ ମଜୁରିଆ ଭାବେ କାମ କରି ଯେଉଁ ରୋଜଗାର କରୁଛନ୍ତି ସେଥିରେ ପରିବାର ଚଳାଇବା ବେଶ କଷ୍ଟସାଧ୍ୟ ହୋଇ ପଡୁଛି । ପ୍ରଶାନ୍ତଙ୍କ ପୋଲିସ ଚାକିରୀ କରିବାର ସ୍ୱପ୍ନ ସ୍ବପ୍ନରେ ହିଁ ରହିଗଲା । ୬ ଥର ସର୍ଜରୀ ପରେ ଗୋଡ଼ ଯନ୍ତ୍ରଣା କମୁ ନଥିବାରୁ ଗୋଡ଼ କଟାଯିବ ବୋଲି ଡାକ୍ତର କହିଛନ୍ତି ।

ଛଅ ବର୍ଷ ଧରି ଚିକିତ୍ସାରେ ପରିବାର ପକ୍ଷରୁ ବହୁ ଅର୍ଥ ଖର୍ଚ୍ଚ କରି ସାରିଲେଣି । ଏବେ ଔଷଧ କିଣିବା ପାଇଁ କି ଅଧିକ ଚିକିତ୍ସା ପାଇଁ ପାଖରେ ଅର୍ଥ ନଥିବାରୁ ଜୀବନ ସହ ସଂଘର୍ଷ କରୁଛନ୍ତି ପ୍ରଶାନ୍ତ । କେନ୍ଦ୍ରାପଡ଼ା କ୍ରେଡିଟ କୋ ଅପରେଟିଭ ବ୍ୟାଙ୍କ୍ ପକ୍ଷରୁ ପ୍ରଶାନ୍ତଙ୍କ ପାଖରେ ପହଂଚି କିଛି ଆର୍ଥିକ ସହାୟତା କରିଛନ୍ତି.ସରକାରୀ ସ୍ତରରେ ପରିବାରକୁ ସହଯୋଗ କରିବା ପାଇଁ ପରିବାର ଲୋକେ ସରକାରଙ୍କ ପାଖରେ ନିବେଦନ କରିଛନ୍ତି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।