ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଧାୟକଙ୍କ ଦରମା ବଢ଼ିବ

ଭୁବନେଶ୍ବର : ବିଧାୟକଙ୍କ ଦରମା ବଢ଼ିବ। ବିଧାନସଭା ଉପେଦଷ୍ଟା କମିଟି ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି। ଖୁବ୍‌ଶୀଘ୍ର ଉପଦେଷ୍ଟା କମିଟି ପକ୍ଷରୁ ଏହି ପ୍ରସ୍ତାବ ବାଚସ୍ପତିଙ୍କୁ ଦିଆଯିବ। ପ୍ରସ୍ତାବ ଉପରେରାଜ୍ୟ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଏହା ପୂର୍ବରୁ ବିଧାନସଭା ଅଧିବେଶନରେ ବିଧାୟକଙ୍କ ଦରମା ବୃଦ୍ଧି ନେଇ ଦଳମତ ନିର୍ବିଶେଷରେ ମତ ପ୍ରକାଶ ପାଇଥିଲା। ସେହି ଆଧାରରେ ଉପଦେଷ୍ଟା କମିଟି ଆଲୋଚନା କରିବା ସହ ଏଭଳି ନିଷ୍ପତ୍ତି ନେଇଛି।

ଏହି ପ୍ରସ୍ତାବ ସହ ପୂର୍ବତନ ବିଧାୟକଙ୍କୁ ମିଳୁଥିବା ପେନସନ୍‌ ଓ ଚିକିତ୍ସା ଖର୍ଚ୍ଚ ବୃଦ୍ଧି କରିବା ପାଇଁ ମଧ୍ୟ ଆଲୋଚନା ହୋଇଛି। ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ସୂଚନା ମୁତାବକ, ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ବିଧାୟକଙ୍କ ଦରମା କମ୍‌ ରହିଛି। ଏଠାରେ ସମସ୍ତ ଖର୍ଚ୍ଚ ବାବଦକୁ ବିଧାୟକଙ୍କୁ ମାସିକ ୯୮ହଜାର ଟଙ୍କା ମିଳୁଥିବା ବେଳେ ଅନ୍ୟ ରାଜ୍ୟରେ ଏହାର ପରିମାଣ ୨ ଲକ୍ଷରୁ ଅଧିକ ରହିଛି। ତେବେ ଏଠାରେ କେତେ ବଢ଼ିବ, ସେନେଇ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।