ଅପରାଧ ରାଜ୍ୟ

ଦୁଇ ବ୍ରିଜ୍‌କୁ ବିପଦ, ମନଇଚ୍ଛା ବେଆଇନ ବାଲି ଉତ୍ତୋଳନ

ରାଉରକେଲା: ସରିଛି ଲିଜ୍‌ ଅବଧି, କିନ୍ତୁ ବେଧଡକ ଉଠୁଛି ବାଲି। ତା’ପୁଣି ଦୈନିକ ଶହ ଶହ ଟ୍ରକ। ଦିନରାତି ଚାଲୁଛି ଏଭଳି ବେଆଇନ କାମ। ଏହାର ମାତ୍ରା ଏତେ ଅଧିକ ଯେ ଲିଜ୍ ଥିବା ସମୟକୁ ବି ବଳି ଯାଇଛି। ଏଭଳି ସାଂଘାତିକ ସ୍ଥିତି କୌଣସି ଉପାନ୍ତ ବ୍ଲକରେ ନୁହେଁ, ରାଉରକେଲା ତହସିଲ ଅଧୀନସ୍ଥ ଏକାଧିକ ବାଲିଘାଟରେ। ଲିଜ୍‌ ଅବଧି ସରିଥିଲେ ହେଁ ବାଲି ଉଠାଣ ଆଦୌ ବନ୍ଦ ହେଉନି। ପୂର୍ବରୁ ଲିଜ୍‌ ପାଇଥିବା ଠିକା ସଂସ୍ଥା ଓ ବାଲି ମାଫିଆମାନେ ମିଳିମିଶି ମନଇଚ୍ଛା ବାଲି ଉଠାଉଛନ୍ତି। ଏମାନଙ୍କୁ ଯେତିକି ସ୍ଥାନରୁ ବାଲି ଉଠାଣ ପାଇଁ ଅନୁମତି ମିଳିଥିଲା, ତା’ଠାରୁ ଅଧିକ ଏରିଆରେ ବାଲି ଉଠାଉଛନ୍ତି। ମାଫିଆ ଓ ଠିକା ସଂସ୍ଥାଙ୍କର ଏଭଳି ବେଆଇନ ବାଲି ଉତ୍ତୋଳନରୁ ଦ୍ବିତୀୟ ବ୍ରାହ୍ମଣୀ ପୋଲ ଓ ଝିରପାଣି ବ୍ରିଜ୍‌ ପ୍ରତି ଭୀଷଣ ବିପଦ ସୃଷ୍ଟି ହୋଇଛି। ପୋଲ ଚତୁଃପାର୍ଶ୍ବରୁ ବାଲି ଉଠାଣ ସମ୍ପୂର୍ଣ୍ଣ ନିଷେଧ ଥିବା ସତ୍ବେ ଉତ୍ତୋଳନ ଚାଲିଛି। ବେଆଇନ ହୋଇଥିଲେ ହେଁ ସେଥିରେ ଖୋଲାଖୋଲି ଭାବେ ପୋକଲିନ୍‌ ଭଳି ବଡ଼ ବଡ଼ ଯାନ ବ୍ୟବହାର କରାଯାଉଛି। କିନ୍ତୁ ତଦାରଖ ଦାୟିତ୍ବରେ ଥିବା ରାଉରକେଲା ତହସିଲର ବିଭାଗୀ ଅଧିକାରୀ ଓ ଏନ୍‌ଫୋର୍ସମେଣ୍ଟ ସ୍କ୍ବାର୍ଡ ଆଜି ଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ପାରିନାହାନ୍ତି। କୌଣସି ବାଲିଟ୍ରକ୍ ବା ବାଲି ଉତ୍ତୋଳନ ଉପରେ ଚଢ଼ାଉ ହୋଇଥିବା ଅନେକ ଦିନ ହେଲା ଶୁଣା ଯାଇନାହିଁ।

ଉଲ୍ଲେଖନୀୟ ଯେ ସେକ୍ଟର-୧୬ ତୁମକେଲା ଓ ସେକ୍ଟର-୧୩ ଲୁଆକେରା ବାଲିଘାଟର ଲିଜ୍‌ ଅବଧି ସରିବା ପରେ ପୁନଃ ଟେଣ୍ଡର ଆହ୍ବାନ କରାଯାଇଛି। ତୁମକେଲା ବାଲିଘାଟ ନେବାକୁ ଜଗତସିଂହପୁରର ଏକ ସଂସ୍ଥା ଓ ଲୁଆକେରା ବାଲିଘାଟ ପାଇଁ ଆନ୍ଧ୍ରପ୍ରଦେଶର ଠିକା ସଂସ୍ଥା ଯୋଗ୍ୟ ବିବେଚିତ ହୋଇଛନ୍ତି। ତୁମକେଲା ଘାଟକୁ ବାର୍ଷିକ ପ୍ରାୟ ୧ କୋଟି ୫୦ ଲକ୍ଷ ଓ ଲୁଆକେରାକୁ ବା‌ର୍ଷିକ ୨ କୋଟି ୫୦ ଲକ୍ଷ ଟଙ୍କାରେ ନିଲାମ କରାଯାଇଛି। ସମସ୍ତ ପ୍ରକ୍ରିୟା ସରି ନଥିବାରୁ ଦୁଇ ଠିକା ସଂସ୍ଥାକୁ ବାଲିଘାଟରୁ ବାଲିଉଠାଇବାକୁ ଏଯାଏଁ ଅନୁମତି ମିଳିନି। ଏହାର ସୁଯୋଗ ନେଉଛନ୍ତି ସ୍ଥାନୀୟ ଅଞ୍ଚଳର କିଛି ବାଲି ମାଫିଆ। ସେମାନେ ସ୍ଥାନୀୟ ପ୍ରଶାସନକୁ ଖୋଲାଖୋଜି ଚ୍ୟାଲେଞ୍ଜ ଦେଲାଭଳି ଅଥବା ଅଧିକାରୀମାନଙ୍କ ପକେଟ ଗରମ କରି ଦୈନିକ ପୋକ୍‌ଲେନ୍‌ ଓ ଜେସିବି ସହାୟତାରେ ଶହ ଶହ ଟ୍ରକ ବାଲି ଉଠାଉଥିବା ଅଭିଯୋଗ ହେଉଛି। ସେମିତି କୋଏଲନଗର ବାଲିଘାଟକୁ ଜଣେ ଠିକାଦାରଙ୍କୁ ନିଲାମ କରାଯାଇଛି।

କିନ୍ତୁ ଲିଜ୍‌ ପାଇଥିବା ଠିକାଦାରଙ୍କ ସତେ ଆହୁରି ଅନେକ ଲୋକ ବିନା ଟିପିରେ ବାଲି ଉଠାଇ ଚାଲିଛନ୍ତି। ସମସ୍ତେ ସବୁ ଦେଖୁଥିଲେ ହେଁ ସେମାନଙ୍କୁ ରୋକା ଯାଉନାହିଁ। ଝିରପାଣି ପୋଲ ନିକଟରୁ ଦୈନିକ ଶହ ଶହ ଟ୍ରକ ବାଲି ଉଠୁଥିବାରୁ ପୋଲ ପ୍ରତି ବିପଦ ରହିଛି। ଦ୍ବିତୀୟ ବ୍ରାହ୍ମଣୀ ସେତୁ ପ୍ରତି ବିପଦ ଥିବାରୁ ତରକେରା (୧) ବାଲି ଘାଟରୁ ବାଲି ଉତ୍ତୋଳନକୁ ତୁରନ୍ତ ବନ୍ଦ କରିବାକୁ ଅନେକ ଦିନ ତଳୁ ଦାବି ହେଉଥିଲା। ଅବଶ୍ୟ ସେଥିପାଇଁ ନିକଟରେ ତରକେରା (୧) ବାଲିଘାଟରୁ ବାଲି ଉତ୍ତୋଳନକୁ ସମ୍ପୂର୍ଣ୍ଣ ନିଷେଧ କରିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ସବୁ କାଗଜ କଲମରେ ସୀମିତ ରହିଛି। ଏବେ ମଧ୍ୟ ତରକେରା (୧) ବାଲିଘାଟରୁ ନିଧୁର୍ମ ବାଲି ଉଠାଣ ଚାଲିଛି। ଦ୍ବିତୀୟ ବ୍ରାହ୍ମଣୀ ସେତୁ ପ୍ରତି ବିପଦ ସୃଷ୍ଟି ହୋଇଥିବାରୁ ଏହି ବାଲି ଉତ୍ତୋଳନ ନିଷେଧାଜ୍ଞାକୁ ଅତି କଡ଼ାକଡ଼ି ଭାବେ ପାଳନ କରିବାର ଆବଶ୍ୟକତା ଅଛି। କିନ୍ତୁ ତହସିଲ ଓ ଅନ୍ୟ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ଏଥିପ୍ରତି ଆଦୌ ନିଷ୍ଠା ପ୍ରଦର୍ଶନ କରୁ ନାହାନ୍ତି। ନିରବ ରହିବାଲାଗି ସେମାନେ ମୋଟାଅଙ୍କର ପାରିତୋଷିକ ପାଉଛନ୍ତି ବୋଲି ଆଲୋଚନା ହେଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।