ଅପରାଧ

ସିମକାର୍ଡ ଜାଲିଆତି ମାମଲା, ଭଦ୍ରକରୁ ଜଣକୁ ଉଠାଇନେଲା ଦିଲ୍ଲୀ ପୋଲିସ

ଭଦ୍ରକ ୧୯/୧୧: ସିମକାର୍ଡ ଜାଲିଆତି ମାମଲାରେ ଭଦ୍ରକରୁ ଜଣକୁ ଉଠାଇଲା ନେଲା ଦିଲ୍ଲୀ ପୋଲିସର ସାଇବର ଟିମ୍ । ସୂଚନା ଅନୁଯାୟୀ ଦିଲ୍ଲୀ ସାଇବର ସେଲର ଏକ ସ୍ୱତନ୍ତ୍ର ଟିମ ଦୁଇ ଦିନ ହେଲା ଭଦ୍ରକରେ ରହି ମୋବାଇଲ ଫୋନରେ ବ୍ୟବହୃତ ହେଉଥିବା ସିମକାର୍ଡ ଜାଲିଆତିର ତଦନ୍ତ କରିଥିଲେ । ଚରମ୍ପା ଅଞ୍ଚଳର ଗୌତମ ନାମକ ଜଣେ ସିମକାର୍ଡ ବ୍ୟବସାୟୀ ଙ୍କୁ ତାଙ୍କ ମୋବାଇଲ ଦୋକାନରୁ ଉଠାଇ ଆଣିଛି । ସ୍ଥାନୀୟ ଅଦାଲତରେ ହଜାର କରାଇ ପରେ ରିମାଣ୍ଡରେ ତାକୁ ଦିଲ୍ଲୀ ନେଇଛନ୍ତି ।

ରାଜସ୍ଥାନ-ହରିୟାଣାର ସୀମାନ୍ତ ମେ୍ୱାତ ଅଞ୍ଚଳରେ ବହୁ ସଂଖ୍ୟାରେ ଜାଲ ସିମକାର୍ଡ ବ୍ୟବହାର ହୋଉଥିବାର ଦିଲ୍ଲୀ ସାଇବର ସେଲ ଜାଣିବାକୁ ପାଇଥିଲା । ଭଦ୍ରକରୁ ପାଖାପାଖି ୧୦୦୦ରୁ ଉର୍ଦ୍ଧ୍ୱ ନକଲି ସିମକାର୍ଡ ଇସ୍ୟୁ ହୋଇଥିବା ସୂଚନା । ମେୱାତ ଅଞ୍ଚଳରେ କିଛି ଯୁବକ ପହଞ୍ଚି ଗୌତମ ଦୋକାନରୁ ଅଧିକ ମୂଲ୍ୟ ଦେଇ ଏହି ସିମକାର୍ଡ କିଣି ନେଇଥାନ୍ତି ।

ଏହି ସିମକାର୍ଡ ଗୁଡିକ ମେ୍ୱାତ ଅଞ୍ଚଳରେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ଘଟାଉଛନ୍ତି । ବିଶେଷ କରି ଯୌନ ଅପରାଧ ସମ୍ପର୍କିତ ଭିଡିଓ କଲ ଆଦିରେ ଏହି ସିମକାର୍ଡ ବ୍ୟବହାର ହେଉଥିଲା । ତେବେ ଏହିଭଳି କେତେକ ଘଟଣାର ତଦନ୍ତ କରି ଦିଲ୍ଲୀ ସାଇବର ପୋଲିସ ଜାଣିବାକୁ ପାଇଥିଲା କି ଏହିସବୁ ସିମକାର୍ଡ ଭଦ୍ରକରେ ଈସୁ ହେଉଥିଲା ବୋଲି ।

ଭଦ୍ରକର ଗୌତମ ଜଣେ ଜଣେ ଲୋକମାନଙ୍କ ଠାରୁ ଏକାଧିବାର ବାୟମେଟ୍ରିକରେ / ଫିଙ୍ଗର ପ୍ରିଣ୍ଟ ସଂଗ୍ରହ କରି ଜାଲ ସିମକାର୍ଡ ଈସୁ କରୁଥିଲେ । ଏଥିପାଇଁ ସେ ଅଧିକ ମୂଲ୍ୟରେ ଅର୍ଥ ନେଉଥିଲେ । ଏମିତି ବହୁବାର ଜାଲ ସିମକାର୍ଡ ଈସୁ କରୁଥିଲେ ଗୌତମ ଯାହାକି ଜାଣିବାକୁ ପାଇଥିଲା ଦିଲ୍ଲୀ ପୋଲିସ. ତେଣୁ ଦିଲ୍ଲୀ ପୋଲିସ ଗୌତମ କୁ ଅଧିକ ପଚରା ଉଚରା ପାଇଁ ରିମାଣ୍ଡରେ ଦିଲ୍ଲୀ ନେଇଛନ୍ତି ବୋଲି ଦିଲ୍ଲୀ ସାଇବର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ଅପରାଧ ରାଜ୍ୟ

ଏଏସଆଇଙ୍କ ଘରେ ଭିଜିଲାନ୍ସ ରେଡ୍, ଗଞ୍ଜେଇ ମାଫିଆଙ୍କୁ ସହଯୋଗ କରି ହୋଇଥିଲେ ଗିରଫ

ମାଲକାନଗିରି ୨୮।୦୪ : ମାଲକାନଗିରି ଜିଲ୍ଲାର ପୂର୍ବତନ ଏଏସଆଇ ଜୟଦାସ ଖରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଭିଜିଲାନ୍ସ ପକ୍ଷରୁ ମିଳିତ ଭାବେ
ଅପରାଧ ରାଜ୍ୟ

ନାଗ ସହିତ ନାଗିନ୍‌ ଡ୍ୟାନ୍ସ, ୫ ଅଟକ

କରଞ୍ଜିଆ ୨୮।୦୪: ନାଗକୁ ଧରି ନାଗିନ୍‌ ଡ୍ୟାନ୍ସ । ବରଯାତ୍ରୀ ଶୋଭାଯାତ୍ରାରେ ନାଚିବା ପଡିଲା ମହଙ୍ଗା । ସାପ ଖେଳାଳି ସମେତ ୫ଜଣ ବାଦ୍ୟକାରଙ୍କୁ ଅଟକ ରଖିଛି