ଖେଳ ଦେଶ ବିଦେଶ

ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦; ବର୍ଷା ଯୋଗୁ ଟସ୍ ବିଳମ୍ବ

ଓ୍ବେଲିଂଟନ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ । ଓ୍ବେଲିଂଟନରେ ବର୍ଷା ଯୋଗୁ ଟସ୍ ପଡ଼ିବାରେ ବିଳମ୍ବ ହୋଇଛି । ପୂର୍ବରୁ ବର୍ଷା ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଥିଲା । ବର୍ଷା ଜରି ରହିଥିବାରୁ ପିଚ୍‌କୁ କଭରରେ ଘୋଡ଼ାଇ ରଖାଯାଇଛି । ବର୍ଷା ଛାଡ଼ିବା ପରେ ଟସ୍ ପଡ଼ିବା ନେଇ ସୂଚନା ମିଳିଛି । ଖୁବ୍ ଶୀଘ୍ର ଓ୍ବେଲିଂଟନରେ ଖେଳ ଆରମ୍ଭ ହେବ ।

ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କୁ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଦଳ । ବିଶ୍ବକପ୍ ପରେ ପ୍ରଥମ ଟି-୨୦ ମ୍ୟାଚ୍ ଖେଳୁଛନ୍ତି ଉଭୟ ଦଳ । ଏହି ଟି-୨୦ ଶୃଙ୍ଖଳାରେ ବିସିସିଆଇ ସିନିୟର ଖେଳାଳିଙ୍କୁ ବିଶ୍ରାମ ଦେଇଥିବାବେଳେ ଯୁବ ଟିମ୍ ନିଜର ଦକ୍ଷତା ଦେଖାଇବେ । ଓପନିଂ ଭାର ଇଷନ କିସାନ ଓ ଶୁଭମନ ଗିଲଙ୍କ କାନ୍ଧ ଉପରେ ରହିଛି । ମଧ୍ୟକ୍ରମ ସମ୍ଭାଳିବେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା, ଶ୍ରେୟସ ଆୟର, ରିଷବ୍ ପନ୍ତ । ୩ଟି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାରେ ପ୍ରଥମ ମ୍ୟାଚରୁ ଘରୋଇ ଦଳକୁ ଚାପରେ ରଖିକୁ ଉଦ୍ୟମ ଚଳାଇଛି ଟିମ୍ ଇଣ୍ଡିଆ । ସେପଟେ ନ୍ୟୁଜିଲାଣ୍ଡ ମଧ୍ୟ ଘରୋଇ ମାଟିରେ ଦବଦବା ଜାହିର କରିବା ଲକ୍ଷ୍ୟରେ ରହିଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ