ରାଜ୍ୟ ସ୍ପେଶାଲ ରିପୋର୍ଟ

ସ୍ବାଭିମାନୀ ‘ଦିବ୍ୟାଙ୍ଗ ଦୈତାରୀ’: ସରକାରଙ୍କ ସହାୟତାକୁ ଭରସା ନକରି ହୋଇଛନ୍ତି ସ୍ବାବଲମ୍ବୀ

ନୀଳଗିରି (ଦିଲ୍ଲୀପ ସ୍ବାଇଁ): ସେ ଦିବ୍ୟାଙ୍ଗ। ହେଲେ ସରକାରଙ୍କ ସହାୟତାକୁ ଭରସା ନକରି ସ୍ବାବଲମ୍ବୀ ହୋଇଛନ୍ତି। ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ସେ ହେଉଛନ୍ତି; ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ୍‌ ସଜନାଗଡ଼ ପଞ୍ଚାୟତ ନୂଆସାହି ଗ୍ରାମର ଦୈତାରୀ ପାତ୍ର। ଆଦରରେ ତାଙ୍କୁ ସ୍ଥାନୀୟ ଲୋକ ଦୈତାରି ମଉସା ବୋଲି ଡାକନ୍ତି।

ଆଜିକୁ ୧୦ ବର୍ଷ ତଳର କଥା। ଦୈତାରୀ ସାଜନାଗଡ଼ରେ ହେଉଥିବା କୁକୁଡ଼ା ଲଢ଼େଇ ଦେଖିବାକୁ ଯାଇଥିଲେ। ଏହି ସମୟରେ ଏକ କୁକୁଡ଼ା ତାଙ୍କ ଉପରକୁ ଡେଇଁପଡ଼ିଥିଲା। ଫଳରେ କୁକୁଡ଼ା ଗୋଡ଼ରେ ବନ୍ଧାଥିବା ଧାରୁଆ କାତି ଦୈତାରିଙ୍କ ଡାହାଣ ଗୋଡ଼ରେ ବାଜିଥିଲା ଏବଂ ଗୋଡ଼ର ଏକ ଶିର କଟିଯାଇଥିଲା। ଦୈତାରୀଙ୍କୁ ପ୍ରଥମେ ବାଲେଶ୍ୱର ଏବଂ ପରେ କଟକ ବଡ଼ ଡାକ୍ତରଖାନା ନିଆଯାଇଥିଲା। ପରିବାର ଲୋକ ତାଙ୍କ ପାଇଁ ପ୍ରାୟ ୫ ଲକ୍ଷ ଟଙ୍କା ଖର୍ଚ୍ଚ କଲେ। ଦୈତାରୀ ଟିକିଏ ସୁସ୍ଥ ହୋଇ ଘରକୁ ଫେରିଲେ। ହେଲେ ସେ ଆଉ ପୂର୍ବ ପରି ଚଲାବୁଲା କରିପାରିଲେ ନାହିଁ। କାମଧନ୍ଦା ବନ୍ଦ ହୋଇଗଲା। ଘର ଚଳିବା କଷ୍ଟକର ଥିଲା। ଦିବ୍ୟାଙ୍ଗ ଭତ୍ତା, ରାସନ୍‌ କାର୍ଡ ଓ ଆବାସ ଘର ପାଇବା ପାଇଁ ଦୈତାରୀ ଅନେକ ଥର ସରପଞ୍ଚଙ୍କଠାରେ ଗୁହାରି କରିଛନ୍ତି। ହେଲେ କିଛି ଫଳ ମିଳିଲାନି। ତେଣୁ ସେ ସରକାରୀ ସହାୟତାକୁ ଆଉ ଅପେକ୍ଷା କଲେ ନାହିଁ। ନିଜ ଉଦ୍ୟମରେ କିଛି କରିବାର ସଂକଳ୍ପ ନେଲେ।

ମନବଳ ଯୋଗୁ ସେ ଘାସ କଟିବାଠାରୁ ଆରମ୍ଭ ଖଲି ତିଆରି, ବିଡ଼ା ବାନ୍ଧିବା ପରି ଅନେକ କାମ କରିବାକୁ ଲାଗିଲେ। ତାଙ୍କର ୪ ପୁଅ କାମ କରିବାକୁ ମନା କଲେ ବି ସେ କାହା ଉପରେ ବୋଝ ହେବାକୁ ନଚାହିଁ କାମ କରିଚାଲିଲେ। ସେ କାମ କରି ପ୍ରତିଦିନ ୧୫୦ରୁ ୨୦୦ ଟଙ୍କା ରୋଜଗାର କରୁଛନ୍ତି। ଏବେ ତାଙ୍କୁ ୬୪ ବର୍ଷ। ଦିବ୍ୟାଙ୍ଗ ଭତ୍ତା, ଆବାସ ଯୋଜନାରେ ଘର ତ ଦୂରର କଥା, ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମଧ୍ୟ ମିଳୁନି। ଆବାସ ଯୋଜନା ତ ତାଙ୍କ ପାଇଁ ସପନ। କିଛି ବର୍ଷ ପୂର୍ବେ ବିଧାୟକ ସୁକାନ୍ତ କୁମାର ନାୟକଙ୍କ ପକ୍ଷରୁ ଦୈତାରୀଙ୍କୁ ଏକ ତିନିଚକିଆ ସାଇକେଲ୍‌ ପ୍ରଦାନ କରାଯାଇଥିଲା। ଯାହା ଭାଙ୍ଗିବାକୁ ବସିଲାଣି।

ଏ ନେଇ ଦୈତାରୀଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ ସରକାରୀ ସହାୟତାକୁ ତୁଚ୍ଛ କରିଦେଇଥିବା କହିଛନ୍ତି। ଚାଲିବାକୁ ସିନା କ୍ଷମତା ନାହିଁ, ହେଲେ ମନରେ ଅନେକ ବଳ ଅଛି। ଏବେ ବି ଭଗବାନ ତାଙ୍କର ଦୁଇ ହାତ ସୁରକ୍ଷିତ ରଖିଛନ୍ତି। ସେଇ ହାତରେ କାମ କରି ସେ ରୋଜଗାର କରୁଛନ୍ତି, ଭବିଷ୍ୟତରେ ମଧ୍ୟ କରିବେ ବୋଲି କହିଛନ୍ତି।

ତେବେ ଦୈତାରୀଙ୍କ ଏ ଅବସ୍ଥା ଦେଖି ଗ୍ରାମବାସୀ ଦୁଃଖପ୍ରକାଶ କରିଛନ୍ତି। ସେମାନେ ସ୍ବାଭିମାନୀ ଦୈତାରୀଙ୍କୁ ସରକାର ତୁରନ୍ତ ସବୁ ପ୍ରକାର ସହାୟତା ଯୋଗାଇ ଦିଅନ୍ତୁ ବୋଲି ଦାବି ଉଠାଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।