ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଲତା ମଙ୍ଗେଶକର ଗୀତରେ ପାକିସ୍ତାନୀ ଯୁବତୀ କଲେ ଡ୍ୟାନ୍ସ, ଭାବୁକ ହେଲେ ଫ୍ୟାନ୍ସ

ମୁମ୍ଵାଇ ୧୮।୧୧: ଭାରତ ଏବଂ ପାକିସ୍ତାନ। ଦୁଇ ଦେଶ ମଧ୍ୟରେ ସବୁବେଳେ ତିକ୍ତତା ରହିଆସିଛି। କିନ୍ତୁ ଉଭୟ ଦେଶକୁ ସଙ୍ଗୀତ ସବୁବେଳେ ପରସ୍ପରକୁ ଯୋଡି ରଖିଛି। ଉଭୟ ଦେଶର ଲୋକମାନେ ସର୍ବଦା ପରସ୍ପରର ସଙ୍ଗୀତକୁ ଉପଭୋଗ କରି କଳାକାରମାନଙ୍କୁ ପ୍ରଶଂସା କରନ୍ତି। କିଛି ମାସ ପୂର୍ବେ କୋକ୍ ଷ୍ଟୁଡିଓର ଗୀତ ‘ପାସୁରୀ’ ଇଣ୍ଟରନେଟରେ ହଇଚଇ ସୃଷ୍ଟି କରିଥିଲା ​​। ଯାହାକୁ ଦେଖିବ ସେହି ଗୀତରେ ରିଲ୍‌ସ୍‌ କରି ସୋସିଆଲ୍‌ ମିଡିଆରେ ଅପଲୋଡ୍‌ କରୁଥିଲେ। ହେଲେ ବର୍ତ୍ତମାନ ଜଣେ ପାକିସ୍ତାନୀ ଯୁବତୀ ଲତା ମଙ୍ଗେଶକରଙ୍କ ଗୀତ ନାଚୁଥିବାର ଭିଡିଓ ଭାଇରାଲ ହୋଇଛି।

ଜଣେ ପାକିସ୍ତାନୀ ଯୁବତୀ ଲତା ମଙ୍ଗେଶକରଙ୍କ ଲୋକପ୍ରିୟ ଗୀତ ‘ମେରା ଦିଲ ୟେ ପୁକାରେ’ରେ ନାଚିଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଦେଖିବା ମାତ୍ରେ ଲକ୍ଷ ଲକ୍ଷ ଭାରତୀୟ-ପାକିସ୍ତାନୀ ନେଟେନିଜେନଙ୍କ ହୃଦୟ ଛୁଇଁ ଯାଇଛି। ବର୍ତ୍ତମାନ ଏହି ଭାଇରାଲ୍ ଭିଡିଓ ଗୀତଟି ଟ୍ରେଣ୍ଡକୁ ଫେରାଇ ଆଣିଛି। ୧୯୫୪ ମସିହାରେ ‘ନାଗିନ୍’ ପାଇଁ ରଚନା କରାଯାଇଥିଲା ଏବଂ ଏଥିରେ ବୈଜନ୍ତୀ ମାଲା, ପ୍ରଦୀପ କୁମାର, ଜୀବନ୍ ଏବଂ ମୁବାରକ ଭଳି କଳାକାରମାନେ ଅଭିନୟ କରିଥିଲେ। ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ @oyee_ayesha ନାମକ ଆକାଉଣ୍ଟରେ ଅପଲୋଡ୍ କରାଯାଇଛି।

ଭିଡିଓରେ ପାକିସ୍ତାନୀ ଯୁବତୀ ସବୁଜ ସୁଟରେ ନାଚୁଥିବା ବେଳେ ଗୀତର ଲିପ-ସିଙ୍କ କରୁଥିବାବେଳେ କ୍ୟାପସନରେ ଲେଖିଛନ୍ତି, ‘ମୁଁ ନିଜକୁ ଭଲ ପାଏ, ଏବଂ ତୁମେ ଜାଣିଛ କି ମୁଁ ପ୍ରକୃତରେ କୌଣସି ଚିନ୍ତା କରେ ନାହିଁ … ସେଥିପାଇଁ କୌଣସି ଖରାପ ମନ୍ତବ୍ୟ ଦିଅ ନାହିଁ। ଭିଡିଓରେ, ଅତିଥିମାନେ କରତାଳି ଦେଇ ଉପଭୋଗ କରୁଛନ୍ତି। ଏହି ଭିଡିଓ ଇନଷ୍ଟାଗ୍ରାମରେ ଅପଲୋଡ୍ ହେବାର ପାଞ୍ଚ ଦିନ ମଧ୍ୟରେ ୧୦ ଲକ୍ଷ ଭ୍ୟୁ ଏବଂ ଏକ ଲକ୍ଷରୁ ଅଧିକ ଲାଇକ୍ ପାଇଛି। ଅନେକ ପ୍ରକାରର କମେଣ୍ଟ ମଧ୍ୟ ଭିଡିଓରେ ଆସିବାରେ ଲାଗିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ