ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଇସ୍ରାଏଲ ଗାଜାପଟ୍ଟିରେ ଭୟାବହ ଅଗ୍ନିକାଣ୍ଡ, ଶରଣାର୍ଥୀ ଶିବିରରେ ନିଆଁ ଲାଗି ୨୧ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଇସ୍ରାଏଲର ଗାଜାପଟ୍ଟିରେ ଭୟଙ୍କର ଅଗ୍ନିକାଣ୍ଡ । ଶରଣାର୍ଥୀ ଶିବିରରେ ନିଆଁ ଲାଗିବା ଯୋଗୁ ୨୧ଜଣଙ୍କ ମୃତ୍ୟୁ ହୋଇଛି । ଗୁରବାର ରାତିରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି । ସ୍ଥାନୀୟ ପ୍ରଶାସନ ଓ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଛନ୍ତି । ଏଥିରେ ଚାରି ମହଲା ବିଶିଷ୍ଟ କୋଠା ସମ୍ପୂର୍ଣ୍ଣ ରୂପେ ଧ୍ବଂସ ହୋଇଯାଇଛି ।

ସମାଚାର ଏଜେନ୍ସି ରାଇଟର୍ସ ଅନୁଯାୟୀ, ଏହି ଭୟାବହ ଅଗ୍ନିକାଣ୍ଡ ଇସ୍ରାଏଲର ଗାଜାପଟ୍ଟି ଜନବସତି ଅଞ୍ଚଳରେ ଥିବା ଶରଣାର୍ଥୀ ଶିବିରରେ ଘଟିଛି । ଅଗ୍ନିକାଣ୍ଡର କିଛି କ୍ଷଣ ମଧ୍ୟରେ ସମ୍ପୂର୍ଣ୍ଣ ୪ମହଲା ବିଶିଷ୍ଟ କୋଠା ନିଆଁର ଆଁରେ ଆସିଥିଲା । ଏହି ଦୁର୍ଘଟଣାରେ ଶିବିରରେ ଥିବା ଶରଣାର୍ଥୀଙ୍କ ମୃତ୍ୟୁ ହୋଇଛି । ମୋଟ୍ ୨୧ ମୃତକଙ୍କ ମଧ୍ୟରେ ୭ଜଣ ଛୋଟ ପିଲାଙ୍କ ଥିବା ଜଣାପଡ଼ିଛି । ଖବର ପାଇ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଛି ।

ଶରଣାର୍ଥୀ ଶିବିରରେ ଥିବା ଗ୍ୟାସୋଲିନ୍ ଯୋଗୁ ନିଆଁ ଲାଗିଥିବା ଜଣାପଡ଼ିଛି । ଦେଖଣାହାରୀଙ୍କ କହିବା ଅନୁଯାୟୀ, ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ, ଶିବିରରେ ଆଶ୍ରୟ ନେଇଥିବା ଲୋକଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା । ଇସ୍ରାଏଲ ସରକାର ଏହି ଦୁଃଖଦ ଘଟଣାକୁ ନେଇ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏହା ସହିତ ଗୋଟିଏ ଦିନ ଶୋକ ଦିବସ ରୂପେ ଘୋଷଣା କରିଛନ୍ତି ।

ଗାଜାର ଏହି ଶରଣାର୍ଥୀ ଶିବିର ଜନବସତି ଅଞ୍ଚଳରେ ରହିଛି । ଏଠାରେ ସ୍ଥାନୀୟ ଲୋକେ ଗ୍ୟାସୋଲିନ, ଡିଜେଲର ଭଣ୍ଡାର କରିଛନ୍ତି । ମାତ୍ରାଧିକ ଗ୍ୟାସୋଲିନ୍ ଯୋଗୁ ନିଆଁ ଲାଗିଥିବା ଜଣାପଡ଼ିଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ