ରାଜ୍ୟ ସ୍ପେଶାଲ ରିପୋର୍ଟ

ପୋଷା କୁକୁର ରଖୁଥିଲେ ସାବଧାନ, ଏଣିକି ବାଧ୍ୟତାମୂଳକ ହେବ ପଞ୍ଜୀକରଣ

ଭୁବନେଶ୍ୱର ୧୮/୧୧: ପୋଷା କୁକୁର ରଖୁଛନ୍ତି କି? ସାବଧାନ । ଘରେ କୁକୁର ରଖିବାକୁ ଚାହୁଁଥିଲେ ପ୍ରଥମେ ବିଏମ୍‌ସି ପାଖରେ ପଞ୍ଜୀକରଣ କରିବାକୁ ହେବ । ନଚେତ୍‌ କୁକୁର ରଖିବାକୁ ଅନୁମତି ମିଳିବନି । ଖୁବ୍‌ଶୀଘ୍ର ଏ ନେଇ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିୟୋର (ଏସ୍‌ଓପି) ଆସିବ ବୋଲି ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ।

ପୋଷା କୁକୁର ରଖିବାକୁ ନେଇ ଇନ୍‌ଫୋସିଟି ଅଞ୍ଚଳରେ ତୁମୁଳକାଣ୍ଡ ହେବା ପରେ ବିଏମ୍‌ସି ନୂଆ ଗାଇଡଲାଇନ୍‌ ଆଣିବାକୁ ଯାଉଛି । ପୋଷା କୁକୁର ରଖିବା ପାଇଁ ପଞ୍ଜୀକରଣଠାରୁ ନେଇ କୁକୁରଙ୍କ ମଳତ୍ୟାଗ, ସେମାନଙ୍କୁ ବାହାରେ ବୁଲାଇବା ପାଇଁ ଆବଶ୍ୟକ ନିୟମ ଧାର୍ଯ୍ୟ କରାଯିବ । କୁକୁରଙ୍କୁ ନିୟମିତ ଟିକାକରଣ ସହ ସେମାନଙ୍କ ଖାଦ୍ୟପେୟ ଓ ସ୍ୱାସ୍ଥ୍ୟଗତ ଦିଗକୁ ମଧ୍ୟ ବିଚାରକୁ ନେଇ ଗାଇଡଲାଇନ୍‌ରେ ବ୍ୟବସ୍ଥା ରହିବ । କେଉଁ କେଉଁ ସର୍ବସାଧାରଣ ସ୍ଥାନକୁ ପୋଷା କୁକୁରଙ୍କୁ ନେଇହେବ ଓ ଏଥିପାଇଁ କ’ଣ ସହୁ ନିୟମ ରହିବ ତାହା ବି ଏସ୍‌ଓପିରେ ରଖାଯିବ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।