ରାଜ୍ୟ ସ୍ପେଶାଲ ରିପୋର୍ଟ

ନନ୍ଦନକାନନ ପାଇଁ ଖୁସିର ଖବର, ତୃତୀୟ ଲାଗି ମା’ ହେବ ସିଂହୀ ‘ବିଜ୍‌ଲୀ’

ଭୁବନେଶ୍ୱର ୧୭।୧୧ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଭାରତୀୟ ସିଂହ ବଂଶ ବୃଦ୍ଧି ପାଇଁ ପୁଣି ଶୁଭ ସଙ୍କେତ ମିଳିଛି । ଆଉ କିଛି ଦିନ ମଧ୍ୟରେ ସିଂହୀ ‘ବିଜ୍‌ଲୀ’ ତୃତୀୟ ଥର ପାଇଁ ମା’ ହେବାକୁ ଯାଉଛି । ସେ ଗର୍ଭଧାରଣ ପରଠାରୁ ତାକୁ ଭିଟାମିନ, ଓଆର୍‌ଏସ୍‌ ଓ ବିଭିନ୍ନ ଟିକା ଦିଆଯାଇ ତାର ଯତ୍ନ ନିଆଯାଉଛି । ଆଉ କିଛି ଦିନ ମଧ୍ୟରେ ବିଜ୍‌ଲୀ ଶାବକ ଜନ୍ମ ଦେବ । ଏଥିପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ଏବେଠାରୁ ସଜାଗ ଅଛନ୍ତି। ବିଜ୍‌ଲୀ ରହୁଥିବା ସଫାରୀର ଏକ ସ୍ୱତନ୍ତ୍ର କୋଠରିରେ ତାକୁ ରଖାଯାଇ ସିସିଟିଭି ମାଧ୍ୟମରେ ଜନ୍ତୁ ରକ୍ଷକ, ମେଡିକାଲ ଅଫିସର ଓ ନନ୍ଦନକାନନର କର୍ମଚାରୀମାନେ ନଜର ରଖିଛନ୍ତି । ୨୦୨୧ ଏପ୍ରିଲ ମାସରେ ବିଳାସପୁର ଚିଡ଼ିଆଖାନାରୁ ଆସିଥିବା ଅଣ୍ଡିରା ସିଂହ ସମ୍ରାଟ ସହିତ ୨୦୨୦ରେ କମଳା ନେହରୁ ଚିଡ଼ିଆଖାନାରୁ ଆସିଥିବା ସିଂହୀ ବିଜ୍‌ଲୀର ମିଳନ କରାଯାଇଥିଲା ।

ସୂଚନାଯୋଗ୍ୟ, ୨୦୨୧ ଜୁଲାଇ ୨୧ରେ ସିଂହୀ ବିଜ୍‌ଲୀ ୪ଟି ଶାବକର ମା’ ହୋଇଥିଲା । ଦୁଇଟି ମୃତ ଜନ୍ମ ହୋଇଥିବା ବେଳେ ମା’ ଶାବକଙ୍କୁ ସ୍ତନ୍ୟପାନ କରାଇନଥିଲା । ତେଣୁ କର୍ତ୍ତୃପକ୍ଷ ଦୁଇ ଛୁଆକୁ ଆଣି ପ୍ରାଣୀ ଉଦ୍ୟାନର ଶିଶୁ ଯତ୍ନ କକ୍ଷରେ ରଖିଥିଲେ । ରହିବାର ଦୁଇ ଦିନ ମଧ୍ୟରେ ଗୋଟିକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଛୁଆ ‘ବର୍ଷା’ କେବଳ ଜୀବିତ । ପରେ ପୁଣି ୨୦ ମାର୍ଚ୍ଚ ୨୦୨୨ରେ ଗୋଟିଏ ଶାବକ ଜନ୍ମ ଦେଇଥିଲା । ତାକୁ କିଛି ଦିନ ପରେ ଗ୍ରହଣ ନକରିବାରୁ ତାକୁ ମଧ୍ୟ ଶିଶୁ ଯତ୍ନ କେନ୍ଦ୍ରରେ ରଖାଯାଇ ପାଳନ କରାଯାଉଛି । ଏବେ ସେହି ଛୁଆ ୮ ମାସର ହୋଇଥିବା ବେଳେ ତାର ନାମ ‘କାମିନୀ’ ରଖାଯାଇଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।