ରାଜ୍ୟ ସ୍ପେଶାଲ ରିପୋର୍ଟ

କନ୍ଧମାଳରେ ଶୀତ ଲହରୀ ଜାରି

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଶୀତ ଲହରୀ ଜାରି ରହିଛି। ବୁଧବାର ଦିନ ଘୁ.ଉଦୟଗିରି ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରି ସେଲ୍‌ସିୟସ୍‌ ରେକର୍ଡ କରା ଯାଇଥିବା ବେଳେ ଲଗାତାର ଓଡ଼ିଶାର ସବୁଠାରୁ ଥଣ୍ଡା ସହର ରହି ଆସିଛି। ଫୁଲବାଣୀରେ ମଧ୍ୟ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ଏବଂ ଦାରିଙ୍ଗବାଡ଼ିରେ ୧୦.୫ ଡିଗ୍ରି ସେଲ୍‌ସିୟସ୍‌ ରହିଛି।

ଗତକାଲି ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୭.୨ ଡିଗ୍ରି ଥିବା ବେଳେ ଦାରିଙ୍ଗବାଡ଼ିରେ ୧୦ ଡିଗ୍ରି ଏବଂ ଫୁଲବାଣୀରେ ୧୦.୫ ଡିଗ୍ରି ରହିଥିଲା। ଜିଲ୍ଲାର ସବୁଠି ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇଯିବାରୁ ଜନଜୀବନ ବର୍ତ୍ତମାନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଜିଲ୍ଲାର ଫୁଲବାଣୀ, ବେଲଘର, କୋଟଗଡ଼, ରାଇକିଆ, ସୁବର୍ଣ୍ଣଗିରି, ରାଣୀପଥର, କଳିଙ୍ଗା, ମଣ୍ଡାସରୁ ଆଦି ଅଞ୍ଚଳରେ ମଧ୍ୟ ଶୀତର ପ୍ରକୋପ ବୃଦ୍ଧି ପାଇଛି। ଗତ କିଛିଦିନ ଧରି କନ୍ଧମାଳ ଜିଲ୍ଲାରେ ଘନ କୁହୁଡ଼ି ଅନୁଭୂତ ହେଉଛି। ରାତି ୮ଟାରୁ କୁହୁଡ଼ି ଆରମ୍ଭ ହୋଇ ପରଦିନ ପ୍ରାୟ ୧୦ଟା ପର୍ଯ୍ୟନ୍ତ କୁହୁଡ଼ି ଚାଦର ତଳେ କନ୍ଧମାଳ ଢାଙ୍କି ହୋଇ ରହୁଛି। ଘନ କୁହୁଡ଼ି ଯୋଗୁଁ ଯାତାୟତରେ ସମସ୍ୟା ଉପୁଜୁଛି।

ମର୍ଣ୍ଣିଂୱାକ୍‌ରେ ଯାଉଥିବା ଲୋକେ ଚା’ ଦୋକାନମାନଙ୍କରେ ଭିଡ଼ ଜମାଉଥିବା ଦେଖିବାକୁ ମିଳୁଛି। ଶୀତରେ ଯୋଗ, ବ୍ୟାୟାମ ପାଇଁ ବିଭିନ୍ନ ପାର୍କ ଓ ଇନ୍‌ଡୋର ହଲ୍‌ରେ ଲୋକେ ଏକତ୍ରିତ ହେଉଥିବା ଦେଖାଯାଉଛି। ଆଦିବାସୀ ଗାଁମାନଙ୍କରେ ଅଗ୍ନି ସଂଯୋଗ କରି ନିଆଁ ପୋଉଁଥିବାର ଦୃଶ୍ୟ ବି ଦେଖିବାକୁ ମିଳିଛି। ଆସନ୍ତା ସପ୍ତାହେ ଧରି ଏଭଳି ଶୀତଲହରୀ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ ଓ ସତର୍କତା ଜାରି କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।