ରାଜନୀତି ରାଜ୍ୟ

ପଦ୍ମପୁର ଉପନିର୍ବାଚନ : ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ, ନାମାଙ୍କନ ଦାଖଲ କରିବେ ତିନି ଦଳର ପ୍ରାର୍ଥୀ

ପଦ୍ମପୁର ୧୭।୧୧ : ଗୁରୁବାର କମ୍ପିବ ପଦ୍ମପୁର। ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ। ଶେଷ ଦିନରେ ପ୍ରାର୍ଥୀ ପତ୍ର ଦାଖଲ କରିବେ ୩ ପ୍ରମୁଖ ଦଳର ପ୍ରାର୍ଥୀ ।

ତେବେ ଆଜି ଗୋଟିଏ ଦିନରେ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ କୌଣସି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଦେଖିବାକୁ ମିଳିବ। ଏଥିପାଇଁ ଆଜି କମ୍ପିବ ପଦ୍ମପୁର । ପାଟ ପଟୁଆର ଧରି ନୋମିନେସନ ପାଇଁ ବାହାରିବେ ପ୍ରାର୍ଥୀ । ପ୍ରଥମ ଥର ପାଇଁ ଗୋଟିଏ ଦିନରେ ତିନି ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଭରିବାର ଦୃଶ୍ୟ ଦେଖିବାକୁ ମିଳିବ ।

ଗତ ୧୪ ତାରିଖରେ ଆଗୁଆ ନୋମିନେସନ ପାଇଁ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ବାହାରିଥିଲେ ମଧ୍ୟ ଆନ୍ଦୋଳନକାରୀଙ୍କୁ ସମର୍ଥନ ଜଣାଇ ଏଥିରୁ ଓହରିଥିଲେ । ବୁଧବାର ନାମାଙ୍କନ ଦାଖଲ ପାଇଁ ବିଜେଡି ଘୋଷଣା କରିଥିଲେ ମଧ୍ୟ ନୋମିନେସନ କରିନାହାନ୍ତି ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା ।

ସେହିଭଳି ଆଜି ନାମାଙ୍କନ ଭରିବାକୁ ଘୋଷଣା କରିଥିଲା କଂଗ୍ରେସ। ପଦ୍ମପୁର ଉପ ନିର୍ବାଚନରେ କୃଷକ ସଂଗଠନ ଓ ପଦ୍ମପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଆନ୍ଦୋଳନ ଦୁଇ ଦଳ ବିଜେଡି ଓ ବିଜେପି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିଲା । ଏବେ ଉଭୟ ଦଳ ପକ୍ଷରୁ ସମସ୍ୟା ସମାଧାନର ପ୍ରତିଶ୍ରୂତି ପରେ ଆନ୍ଦୋଳନକାରୀ ସେମାନଙ୍କ ଉପରେ ଭରସା କରିବେ ବୋଲି ଆଶା କରାଯାଉଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର