ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପୋଲାଣ୍ଡ ଉପରେ ମିସାଇଲ ମାଡ଼, ଚିଇଁକି ଉଠିଲା ନାଟୋ, ଜି-୨୦ରେ ପ୍ରସଂଗ ଉଠାଇଲେ ବାଇଡେନ୍

ନୂଆଦିଲ୍ଲୀ: ଆଉ ଗୋଟିଏ ମହାଯୁଦ୍ଧ ସାମ୍ନା କରିପାରନ୍ତି ବିଶ୍ବବାସୀ । ତୃତୀୟ ବିଶ୍ବଯୁଦ୍ଧ ଆଡ଼କୁ ମୁହାଁଉଛି ବିଶ୍ବ । ଋଷର ମିସାଇଲ୍ ପୋଲାଣ୍ଡ ସୀମାରେ ପଡ଼ିବା ପରେ ଚିଇଁକି ଉଠିଛି ନାଟୋ । ମିସାଇଲ ମାଡ଼ ଘଟଣାକୁ ଗମ୍ଭୀରତାର ସହ ନେଇ ଜରୁରୀକାଳୀନ ବୈଠକ ଡାକିଛନ୍ତି ନାଟୋ ସଦସ୍ୟ ଦେଶ । ସେପଟେ ପୋଲାଣ୍ଡ ରାଷ୍ଟ୍ରପତି ମଧ୍ୟ ପ୍ରତିରକ୍ଷା ବିଭାଗ ସହ ବୈଠକ କରିଛନ୍ତି । କୌଣସି ପରିସ୍ଥିତିରେ ମୁକାବିଲା ପାଇଁ ସତର୍କ ରହିବାକୁ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି ।

କୌଣସି ଏକ ମହାଯୁଦ୍ଧ ଛୋଟ ଘଟଣାରୁ ଆରମ୍ଭ ହୋଇଥାଏ । ପ୍ରଥମ ବିଶ୍ବଯୁଦ୍ଧ ପରେ ଦ୍ବିତୀୟ ବିଶ୍ବଯୁଦ୍ଧ ସମାନ ଢଙ୍ଗରେ ଆରମ୍ଭ ହୋଇଥିଲା । ପୋଲାଣ୍ଡ ଉପରେ ଜର୍ମାନୀର ଆକ୍ରମଣ ପରେ ଆରମ୍ଭ ହୋଇଥିଲା ଦ୍ବିତୀୟ ବିଶ୍ବଯୁଦ୍ଧ । ସେହିପରି ମଙ୍ଗଳବାର ଋଷର ମିସାଇଲ ପୋଲାଣ୍ଡ ସୀମାରେ ପଡ଼ିବା ପରେ ଏହାକୁ ତୃତୀୟ ବିଶ୍ବର ପଦଧ୍ବନି ବୋଲି କୁହାଯାଉଛି । ପୋଲାଣ୍ଡର ପୋଲିସି ପ୍ରେଜେୟୋଡ ଅଞ୍ଚଳରରେ ଋଷ ସେନା ମିସାଇଲ୍ ମାଡ଼ରେ ଦୁଇ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏନେଇ ପୋଲାଣ୍ଡ ପ୍ରତିରକ୍ଷା ମନ୍ତ୍ରଣାଳୟ ସ୍ପଷ୍ଟ କରିବା ପରେ ନାଟୋ ସଦସ୍ୟତା ଗ୍ରହଣ କରିଥିବା ଦେଶ ମାନେ ଜରୁରୀକାଳୀନ ବୈଠକ ଡାକିଛନ୍ତି । ନାଟୋ ମୁଖ୍ୟ ଜେନ୍ସ ଷ୍ଟାଲଟେନବର୍ଗ ଏହି ଜୀବନ ନେବା ବିସ୍ଫୋରଣର ତଦନ୍ତ ଜରୁରୀ ବୋଲି କହିଛନ୍ତି । ସେପଟେ ଋଷର ଏହି ମିସାଇଲ ମାଡ଼କୁ ଆମେରିକାର ଖୁଫିଆ ଏଜେନ୍ସି ମଧ୍ୟ ସ୍ପଷ୍ଟ କରିଛି । ଘଟଣାକୁ ନେଇ ପେଣ୍ଟାଗନ୍ ଓ ହ୍ବାଇଟ୍ ହାଉସ୍ ମଧ୍ୟ ଚିନ୍ତା ପ୍ରକଟ କରିଛି ।

ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏହି ପ୍ରସଂଗକୁ ଜି-୨୦ ସମ୍ମିଳନୀରେ ଉଠାଇଛନ୍ତି । ଏହା ସହିତ ଜି-୭ ବୈଠକ ଡାକିଛନ୍ତି ବାଇଡେନ୍ । ପୋଲାଣ୍ଡ ଉପରେ ହୋଇଥିବା ହମଲାର ଯାଞ୍ଚରେ ଆମେରିକା ସହଯୋଗ କରିବ ବୋଲି ଟ୍ବିଟ୍ କରି ସୂଚନା ଦେଇଛନ୍ତି ବାଇଡେନ୍ । ସେପଟେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ମଧ୍ୟ ମିସାଇଲ ଆଟକ୍ ହୋଇଥିବା ନେଇ ଦାବି କରିଛନ୍ତି । ମିସାଇଲ ପଡିବା ନେଇ ଋଷ୍ ରାଷ୍ଟ୍ରଦୂତଙ୍କୁ ଜବାବ ତଲବ କରିବାକୁ କହିଛି ପୋଲାଣ୍ଡ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ