ନୀଳଗିରି ୧୬/୧୧: ଜାତୀୟ ପତାକାକୁ ଅସମ୍ମାନ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ପରିସରରେ ।
ସରକାର ଅଖଣ୍ଡ ଭାରତ ନେଇ ଘରେ ଘରେ ଜାତୀୟ ପତାକାକୁ ସ୍ୱାଧୀନତା ଦିବସ ଅବସରରେ ଉଡାଇବା ପାଇଁ ଆହ୍ୱାନ ଦେଇଥିଲେ । ଚାରିଆଡେ ଉଡିଲା ସତ, ହେଲେ ଏହା ପରେ ଜାତୀୟ ପତାକାର ସମ୍ମାନ ରକ୍ଷା କରିବା ସହ ସାଇତି କିପରି ରଖାଯାଉଛି ତାହା ଉପରେ କାହାରି ନଜର ନାହିଁ । ବ୍ଲକ ପରିସରରେ ଏକ ପଣସ ଗଛ ଡାଳରେ ଜାତୀୟ ପତାକା ଉଡୁଥିବାର ନଜରକୁ ଆସିଛି ।
ଘଟଣାକୁ ନେଇ ଅଞ୍ଚଳବାସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିବା ବେଳେ ଅଧିକାରୀଙ୍କ ନଜର ମଧ୍ୟ ପଡି ପାରୁନି । ଜାଣିଶୁଣି ଏଭଳି ଅସମ୍ମାନ କରାଯାଉଥିବାରୁ ଘଟଣାର ତଦନ୍ତ ଜରୁରୀ ବୋଲି ଦାବି ହୋଇଛି ।