ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବ୍ରିଟେନ୍‌ରେ ମୋଦି ମ୍ୟାଜିକ୍‌, ଋଷିଙ୍କ ସହ ସାକ୍ଷାତର କିିଛି ସମୟ ପରେ ଭାରତୀୟଙ୍କ ପାଇଁ ଘୋଷଣା ହେଲା ନୂଆ ସ୍କିମ୍‌

ନୂଆଦିଲ୍ଲୀ, ୧୬/୧୧: ବ୍ରିଟେନ୍‌ରେ କାମ କରିଛି ମୋଦି ମ୍ୟାଜିକ୍‌ । ପ୍ରଧାନମନ୍ତ୍ରୀ ଋଷି ସୁନକ ଭାରତୀୟ ପରିବାରଙ୍କୁ ଲଣ୍ଡନରେ କାମ କରିବା ପାଇଁ ୩ ହଜାର ଭିସା ମଞ୍ଜୁରୀ ପାଇଁ ଗ୍ରୀନ୍‌ ସିଗ୍‌ନାଲ୍‌ ଦେଇଛନ୍ତି । ବ୍ରିଟିସ୍‌ ସରକାର ଏନେଇ କହିଛନ୍ତି ଯେ ଭାରତ ହେଉଛି ପ୍ରଥମ ଦେଶ ଯିଏକି ଏହି ଯୋଜନାରେ ଲାଭାନ୍ୱିତ ହେବ । ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଆଜି ବ୍ରିଟେନ୍‌-ଭାରତ ୟଙ୍ଗ୍‌ ଫ୍ରଫେସିଓନାଲ୍‌ ସ୍କିମ୍‌ର ଆରମ୍ଭ କରାଯାଇଛି । ଯେଉଁଥିରେ ୧୮ରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ଶିକ୍ଷିତ ଭାରତୀୟ ନାଗରିକମାନଙ୍କୁ ୩ ହଜାର ଭିସା ଏବଂ ୨ ବର୍ଷ କାମ କରିବା ପାଇଁ ପ୍ରସ୍ତାବ ରହିଛି ।

ସୂଚନା ଥାଉକି ଜି-୨୦ ଶିଖର ସମ୍ମିଳନୀ ଜାରି ରହିଛି । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ୍‌ଙ୍କ ମଧ୍ୟରେ ସାକ୍ଷାତକାର ହୋଇଥିଲା । ଯାହାର କିଛି ସମୟ ପରେ ବ୍ରିଟିଶ୍‌ ସରକାରଙ୍କ ଦ୍ୱାରା ଏହି ଘୋଷଣା କରାଯାଇଛି । ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ପଦରେ ବସିବା ପରେ ଋଷି ସୁନକ୍‌ ଏବଂ ନରେନ୍ଦ୍ର ମଦିଙ୍କ ମଧ୍ୟ.ରେ ଏହା ପ୍ରଥମ ସାକ୍ଷାତକାର ।

ତେବେ ଏହି ଯୋଜନାକୁ ନେଇ ଡାଉନିଂ ଷ୍ଟ୍ରିଟ୍‌ ଏକ ବୟାନରେ କହିଛି, ଯୋଜନାର ଶୁଭାରମ୍ଭ ଭାରତ ସହିତ ଆମର ଦ୍ୱିପାକ୍ଷିକ ସମ୍ୱନ୍ଧକୁ ମଜବୁତ୍‌ କରିବ । ଏଥିରେ ଭାରତ-ପ୍ରଶାନ୍ତ କ୍ଷେତ୍ର ସହିତ ଦୁଇ ଦେଶ ମଧ୍ୟରେ ଅର୍ଥବ୍ୟବସ୍ଥା ସୁଦୃଢ଼ କରିବା ପାଇଁ ମଧ୍ୟ ସାହାଯ୍ୟ ମିଳିବ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ