ରାଜ୍ୟ ସ୍ପେଶାଲ ରିପୋର୍ଟ

ଖସୁଛି ପାରଦ, ବଢିଲା ଶୀତ : ରାଜ୍ୟର ୨୦ ସହରରେ ୧୫ ଡିଗ୍ରୀ ତଳେ ତାପମାତ୍ରା

ଭୁବନେଶ୍ୱର ୧୬।୧୧ : ରାଜ୍ୟର ୨୦ ସହରରେ ୧୫ ଡିଗ୍ରୀ ତଳେ ତାପମାତ୍ରା। ଥଣ୍ଡାରେ ଥରୁଛି ଜି .ଉଦୟଗିରି । କନ୍ଧମାଳ ଜି.ଉଦୟଗିରିରେ ପାରଦ ଖସି ୭.୨ ଡିଗ୍ରୀକୁ ଚାଲି ଆସିଛି । ଅସହ୍ୟ ଥଣ୍ଡାରେ ଥରୁଛି ସାରା ଅଞ୍ଚଳ ।ଫୁଲବାଣୀ ତାପମାତ୍ରା ୧୦ ଦଶମିକ ୫ ଡିଗ୍ରୀ ରେକର୍ଡ ହୋଇଛି।

ସେହିପରି କୋରାପୁଟ ଜିଲ୍ଲାର ସେମିଳିଗୁଡ଼ାରେ ତାପମାତ୍ରା ୯ ଡିଗ୍ରୀ ଥିବା ରେକର୍ଡ ହୋଇଛି । ଦାରିଙ୍ଗବାଡିରେ ୧୧ ଡିଗ୍ରୀ ତାପମାତ୍ରା ଥିବା ରେକର୍ଡ ହୋଇଛି । ରାଜ୍ୟରେ ୩ ଦିନ ହେଲା ସ୍ବାଭାବିକ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି। ସ୍ବାଭାବିକରୁ ଅଢ଼େଇ ଡିଗ୍ରୀ ତାପମାତ୍ରା ହ୍ରାସ ପାଇଛି। ଉତ୍ତର ପଶ୍ଚିମ ଏବଂ ଉତ୍ତର ଦିଗରୁ ଶୁଷ୍କ ଥଣ୍ଡାବାୟୁ ପ୍ରବାହିତ ହେଉଥିବାରୁ ରାଜ୍ୟରେ ଶୀତ ଅନୁଭୂତ ହେଉଛି। ତେବେ ଆଗାମି ୩ରୁ ୪ ଦିନ ପ୍ରବଳ ଥଣ୍ଡା ଅନୁଭୂତ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି , କୋରାପୁଟ ଓ ମାଲକାନଗିରର କିଛି କିଛି ସ୍ଥାନରେ ସକାଳେ କୁହୁଡି ମଧ୍ୟ ଦେଖିବାକୁ ମିଳୁଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।