ଦେଶ ବିଦେଶ ମନୋରଞ୍ଜନ

ପରଲୋକରେ ମହେଶ ବାବୁଙ୍କ ପିତା କୃଷ୍ଣ ଘଟ୍ଟାମାନେନିଙ୍କ, ୨ମାସ ପୂର୍ବରୁ ହୋଇଥିଲା ମାଆଙ୍କର ମୃତ୍ୟୁ

ମୁମ୍ଵାଇ ୧୫।୧୧: ଚଳିତ ବର୍ଷ ଫିଲ୍ମ ଇଣ୍ଡଷ୍ଟ୍ରିରୁ କ୍ରମାଗତ ଦୁଃଖଦ ଖବର ସାମ୍ନାକୁ ଆସୁଛି। ନିକଟରେ ଲୋକପ୍ରିୟ ସାଉଥ ଅଭିନେତା ମହେଶ ବାବୁଙ୍କ ମାଆଙ୍କ ମୃତ୍ୟୁ ହୋଇଥିଲା । ଏହି ସମୟରେ ଅଭିନେତାଙ୍କ ପିତା କୃଷ୍ଣ ଘାଟାମଣିଙ୍କ ଦେହାନ୍ତ ହୋଇଛି। ହାଇଦ୍ରାବାଦର ଏକ ଘରୋଇ ମେଡିକାଲରେ ସକାଳ ୪ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କୃଷ୍ଣ ସୁପରଷ୍ଟାର ଇଣ୍ଡଷ୍ଟ୍ରିରେ ବେଶ ଜଣାଶୁଣା ଥିଲେ ।

ସୂଚନା ମୁତାବକ, ସୋମବାର ଦିନ ହାର୍ଟ ଆଟାକ୍ ଆସିବା କାରଣରୁ କୃଷ୍ଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସ୍ଵାସ୍ଥ୍ୟାବସ୍ଥା ଅଧିକ ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ସିଫ୍ଟ କରାଯାଇ ଭେଣ୍ଟିଲେଟରରେ ରଖାଯାଇଥିଲା । କହିବାକୁ ଗଲେ ୨ ମାସ ପୂର୍ବରୁ ମହେଶ ବାବୁ ମା’ ଦୁନିଆକୁ ଛାଡି ଚାଲିଯାଇଥିଲେ । ତାଙ୍କ ବିୟୋଗର ଦୁଃଖରୁ ପରିବାର ଲୋକ ବାହାରି ନଥିବା ବେଳେ ପୁଣିଥରେ ମାଡି ପଡିଛି ଦୁଃଖର ଆଉ ଏକ ବାଦଲ ।

କୃଷ୍ଣଙ୍କ ଦେହାନ୍ତରେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଏବଂ ଆନ୍ଧ୍ରପ୍ରଦେଶର ସିଏମ ଜଗନ ମୋହନ ରେଡ୍ଡୀ ଶୋକପ୍ରକାଶ କରିବ ସହ ସମବେଦନା ଜଣାଇଛନ୍ତି । ଅନ୍ୟପଟେ ମହେଶ ବାବୁଙ୍କ ପିତାଙ୍କ ଦେହାନ୍ତ ଖବର ଶୁଣି ତାଙ୍କ ଫ୍ୟାନ୍ସମାନେ ବି ଦୁଃଖିତ ହୋଇପଡ଼ିଛନ୍ତି । ସୋସିଆଲ ମିଡିଆରେ ଫ୍ୟାନ୍ସ ଓ ସେଲିବ୍ରିଟମାନେ ଶ୍ରଦ୍ଧାଞ୍ଜଳୀ ଦେଉଥିବା ଦେଖିବାକୁ ମିଳିଛି । କହିବାକୁ ଗଲେ ମହେଶ ବାବୁଙ୍କ ପିତା କୃଷ୍ଣ ତେଲୁଗୁ ସିନେମାର ସବୁଠାରୁ ବଡ ଅଭିନେତା ଭାବରେ ପରିଗଣିତ ହୁଅନ୍ତି। ନିଜ କ୍ୟାରିୟରରେ ପ୍ରାୟ ୩୫୦ ଫିଲ୍ମରେ କାମ କରିଥିଲେ। ଏହା ବ୍ୟତୀତ ସେ ଅନେକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ