ଅପରାଧ ରାଜ୍ୟ

ଗ୍ରୀଲ୍ ତାଡି ଲୁଟିନେଲେ ୩୦ ଲକ୍ଷ ଟଙ୍କାର ମୋବାଇଲ୍, ନେଇଗଲେ ସିସିଟିଭ୍ ଓ ହାର୍ଡଡିସ୍କ

ସାନଖେମୁଣ୍ଡି ୧୫/୧୧: ଗ୍ରୀଲ୍ ତାଡି ୩୦ ଲକ୍ଷ ଟଙ୍କାର ମୋବାଇଲ୍ ଚୋରି । ଗଞ୍ଜାମ ଜିଲ୍ଲା ଜରଡା ଥାନା ଅନ୍ତର୍ଗତ ପାତ୍ରପୁର ବଜାରରୁ ଏହି ଚୋରି ହୋଇଛି । ଦୋକାନ ପଛପଟୁ ୩ଟି ଗ୍ରୀଲ୍ ତାଡି ୩୦ ଲକ୍ଷ ଟଙ୍କାର ମୋବାଇଲ୍ ଲୁଟିଲେ ଦୁର୍ବୃତ୍ତ । ଏହାସହ ସିସିଟିଭି କ୍ୟାମେରା ଓ ହାର୍ଡଡିସ୍କ ମଧ୍ୟ ସାଥିରେ ନେଇଯାଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଥାଉକି, ଗଞ୍ଜାମ ଜିଲ୍ଲା ଜରଡା ଥାନା ଅନ୍ତର୍ଗତ ପାତ୍ରପୁର ବସଷ୍ଟାଣ୍ଡ ନିକଟ ମୁଖ୍ୟ ରାସ୍ତାରେ ଥିବା ଶୁଭମ୍ ଜେନେରାଲ ଷ୍ଟୋରରେ ସୋମବାର ବିଳମ୍ବିତ ରାତିରେ ବଡ ଧରଣର ଚୋରି ହୋଇଛି । ଦୋକାନ ପଛପଟୁ ୩ଟି ଗ୍ରୀଲ୍ ତାଡି ଦୁର୍ବୃତ୍ତମାନେ ସମସ୍ତ ସୋ’କେସରେ ସଜାଇ ରଖାଯାଇଥିବା ପ୍ରାୟ ୩୦ ଲକ୍ଷ ଟଙ୍କାର ମୋବାଇଲ୍ ଚୋରି କରି ନେଇଛନ୍ତି । ଏଥିସହ ସେମାନେ ସିସିଟିଭି କ୍ୟାମେରା ଓ ହାର୍ଡଡିସ୍କ ମଧ୍ୟ ସାଥିରେ ନେଇଯାଇଛନ୍ତି । ମଙ୍ଗଳବାର ଦୋକାନ ଖୋଲିବା ପରେ ମାଲିକ ଏ ସମ୍ପର୍କରେ ଜାଣିବାକୁ ପାଇଥିଲେ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।