ସାନଖେମୁଣ୍ଡି ୧୫/୧୧: ଗ୍ରୀଲ୍ ତାଡି ୩୦ ଲକ୍ଷ ଟଙ୍କାର ମୋବାଇଲ୍ ଚୋରି । ଗଞ୍ଜାମ ଜିଲ୍ଲା ଜରଡା ଥାନା ଅନ୍ତର୍ଗତ ପାତ୍ରପୁର ବଜାରରୁ ଏହି ଚୋରି ହୋଇଛି । ଦୋକାନ ପଛପଟୁ ୩ଟି ଗ୍ରୀଲ୍ ତାଡି ୩୦ ଲକ୍ଷ ଟଙ୍କାର ମୋବାଇଲ୍ ଲୁଟିଲେ ଦୁର୍ବୃତ୍ତ । ଏହାସହ ସିସିଟିଭି କ୍ୟାମେରା ଓ ହାର୍ଡଡିସ୍କ ମଧ୍ୟ ସାଥିରେ ନେଇଯାଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଥାଉକି, ଗଞ୍ଜାମ ଜିଲ୍ଲା ଜରଡା ଥାନା ଅନ୍ତର୍ଗତ ପାତ୍ରପୁର ବସଷ୍ଟାଣ୍ଡ ନିକଟ ମୁଖ୍ୟ ରାସ୍ତାରେ ଥିବା ଶୁଭମ୍ ଜେନେରାଲ ଷ୍ଟୋରରେ ସୋମବାର ବିଳମ୍ବିତ ରାତିରେ ବଡ ଧରଣର ଚୋରି ହୋଇଛି । ଦୋକାନ ପଛପଟୁ ୩ଟି ଗ୍ରୀଲ୍ ତାଡି ଦୁର୍ବୃତ୍ତମାନେ ସମସ୍ତ ସୋ’କେସରେ ସଜାଇ ରଖାଯାଇଥିବା ପ୍ରାୟ ୩୦ ଲକ୍ଷ ଟଙ୍କାର ମୋବାଇଲ୍ ଚୋରି କରି ନେଇଛନ୍ତି । ଏଥିସହ ସେମାନେ ସିସିଟିଭି କ୍ୟାମେରା ଓ ହାର୍ଡଡିସ୍କ ମଧ୍ୟ ସାଥିରେ ନେଇଯାଇଛନ୍ତି । ମଙ୍ଗଳବାର ଦୋକାନ ଖୋଲିବା ପରେ ମାଲିକ ଏ ସମ୍ପର୍କରେ ଜାଣିବାକୁ ପାଇଥିଲେ ।