ରାଜ୍ୟ ସ୍ପେଶାଲ ରିପୋର୍ଟ

ଆନ୍ଦୋଳନକାରୀଙ୍କୁ ବାର୍‌ ଆସୋସିଏସନର ନୋଟିସ୍, ଆନ୍ଦୋଳନରୁ ଓହରି ତୁରନ୍ତ କାର୍ଯ୍ୟରେ ଯୋଗ ଦିଅନ୍ତୁ…

କଟକ ୧୫।୧୧ : ଆନ୍ଦୋଳନ ଚଳାଇଥିବା ୫ ବାର୍ ଆସୋସିଏସନ ଆନ୍ଦୋଳନରୁ ଓହରି ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ଷ୍ଟେଟ ବାର କାଉନସିଲ୍ ର ନିର୍ଦ୍ଦେଶ। ନଚେତ ଆନ୍ଦୋଳନରେ ସାମିଲ ଥିବା ଆଇନଜୀବୀଙ୍କ ଲାଇସେନ୍ସ ବାତିଲ ହେବ ବୋଲି ଚିଠିରେ କୁହାଯାଇଛି । ବାର କାଉନସିଲ ଅଫ ଇଣ୍ଡିଆର ନିଷ୍ପତ୍ତି କ୍ରମେ ଷ୍ଟେଟ ବାର କାଉନସିଲ୍ ଏହି ନିର୍ଦ୍ଦେଶ ଦେଇଛି।

ଖବର ଅନୁଯାୟୀ, ସମ୍ବଲପୁର, ବଡମ୍ବା, ଟାଙ୍ଗି, ତାଳଚେର , ପାଲଲହଡା ବାର୍ ଆସୋସିଏସନକୁ ନୋଟିସ୍ ଦିଆଯାଇଛି। ହାଇକୋର୍ଟ ସ୍ଥାୟୀ ବେଞ୍ଚ ଓ ଅନ୍ୟାନ୍ୟ ଦାବିରେ ଆଇନଜୀବୀ ଆନ୍ଦୋଳନ କରୁଛନ୍ତି । ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ମାମଲାରେ ଶୁଣାଣି କରି ସୋମବାର ସୁପ୍ରିମକୋର୍ଟ ଚେତାବନୀ ଦେଇ କହିଥିଲେ,୨ ଦିନ ଭିତରେ ଆନ୍ଦୋଳନ ପ୍ରତ୍ୟାହାର ନକଲେ ସମସ୍ତଙ୍କ ଲାଇସେନ୍ସ ରଦ୍ଦ କରାଯିବ । ସର୍ବୋଚ୍ଚ ନ୍ୟାୟଳୟ ଉଦବେଗ ପ୍ରକାଶ କରି କହିଥିଲେ, ଆନ୍ଦୋଳନ ଯୋଗୁ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ସାଧାରଣ ଲୋକ ନ୍ୟାୟ ପାଇବାରକୁ ବଞ୍ଚିତ ହେଉଛନ୍ତି । କେବଳ ସାଧାରଣ ଜନତା ନୁହନ୍ତି,ଜୁନିଅର ବାର ମେମ୍ବରମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଓଡିଶା ଷ୍ଟେଟ୍ ବାର କାଉନସିଲକୁ ବାର କାଉନସିଲ୍ ଅଫ ଇଣ୍ଡିଆ ଚିଠି ଲେଖିଥିଲେ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।