ଅପରାଧ ରାଜ୍ୟ

ସଧବା ଭଳି ମୋର କରିବ ସତ୍କାର: ସୁଇସାଇଡାଲ ନୋଟ୍‌ରେ ଏମିତ ଲେଖି ଜୀବନ ହାରିଦେଲେ ଯୁବତୀ

ବ୍ରହ୍ମପୁର ୧୫/୧୧: ବ୍ରହ୍ମପୁର ବଡ ବଜାର ଥାନା ଓମ୍ ନଗର ଅଞ୍ଚଳରେ ଚାଞ୍ଚଲ୍ୟ । ଜୀବନ ହାରିଛନ୍ତି ଜଣେ ଯୁବତୀ । ଗତକାଲି ପୋଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଛନ୍ତି । ଗତ ତିନି ଦିନ ପୂର୍ବେ ଯୁବତୀ ଜଣକ ଆତ୍ମହତ୍ୟା କରିଥିବା ବେଳେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଜରୁଛି ।

ମାଜିଷ୍ଟ୍ରେଟ୍‌ ଙ୍କ ଉପସ୍ଥିତିରେ ଝୁଲନ୍ତା ଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଛି । ଘଟଣା ସ୍ଥଳରୁ ସୁସାଇଡ୍ ନୋଟ ମଧ୍ୟ ଜବତ କରିଛି ପୋଲିସ । ଘଟଣା ର ତଦନ୍ତ ପରେ ରହସ୍ୟ ଜଣାପଡିବ ବୋଲି ଏସ୍‌ପି କହିଛନ୍ତି । ବାୟା ନାମକ ଜଣେ ଯୁବକଙ୍କୁ ଭଲ ପାଉଥିବା ବେଳେ ପରେ ପ୍ରେମିକ ଧୋକା ଦେଇଥିବା ଏବଂ ଏଥିପାଇଁ ଆତ୍ମହତ୍ୟା କରିଥିବା ସୂଈସାଇଡ୍ ନୋଟରେ ଲେଖାଥିବା ଜଣାପଡିଛି ।

ସେ ବାୟା କିଏ? ପ୍ରକୃତ ରେ ସେ ଯୁବକ କେତେ ବର୍ଷ ହେଲା ଭଲ ପାଉଥିଲା, ବିବାହ କରିଛି କି ନାହିଁ, ଏ ସବୁର ତଦନ୍ତ କରୁଛି ପୋଲିସ । ସଧବା ଭଳି ମୋର ଶବ ସତ୍କାର କରିବ ବୋଲି ଜବତ ସୂଈସାଇଡ ନୋଟରେ ଲେଖାଅଛି । ଏ ଚିଠି ଉପରେ ମଧ୍ୟ ପୋଲିସ ତଦନ୍ତ କରୁଥିବା ଏସ ପି କହିଛନ୍ତି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।