ଅପରାଧ ରାଜ୍ୟ

ଓଡ଼ିଆ RAW ଅଫିସରଙ୍କ ସୁଇସାଇଡ୍, ୧୦ ମହଲା ଉପରୁ ଡେଇଁପଡିଲେ

ନୂଆଦିଲ୍ଲୀ ୧୫।୧୧: ଓଡ଼ିଆ RAW ଅଫିସରଙ୍କ ଆତ୍ମହତ୍ୟା ଅଭିଯୋଗ। ଦିଲ୍ଲୀ ଲୋଦି କଲୋନୀ ସ୍ଥିତ ମୁଖ୍ୟାଳୟର ୧୦ମହଲାରୁ ଡେଇଁ ଇଣ୍ଟେଲିଜେନ୍ସ ଏଜେନ୍ସି ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (RAW)ର ଜଣେ ଓଡିଆ ଅଫିସର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏବେ ଯାଏଁ ଆତ୍ମହତ୍ୟା କାରଣ ଅସ୍ପଷ୍ଟ ରହିଛି ।

ଖବର ଅନୁଯାୟୀ, ଅଫିସର ଅନିକେତ କୁମାର କଟକ ଅଞ୍ଚଳର ବାସିନ୍ଦା ଥିଲେ। ସୋମବାର ସକାଳେ ତାଙ୍କ କାର୍ଯ୍ୟାଳୟରେ ପହଞ୍ଚିବାର କିଛି ସମୟ ପରେ ସେ ଦଶମ ମହଲାରୁ ଡେଇଁ ପଡିଥିଲେ ବୋଲି କୁହାଯାଉଛି। ଅନିକେତ ଏଭଳି କାହିଁକି କଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ଆସିନାହିଁ । ତେବେ ସେ ଗତ କିଛି ଦିନ ଧରି ମାନସିକ ଅବସାଦରେ ରହୁଥିବା କୁହାଯାଉଛି । ମଙ୍ଗଳବାର ଅନିକେତଙ୍କ ମୃତଦେହର ପୋଷ୍ଟମର୍ଟମ କରାଯିବ।

ତେବେ ଜଣେ ଗୁଇନ୍ଦା ଅଧିକାରୀ କାହିଁକି ଏପରି ଆତ୍ମହତ୍ୟା କଲେ । ସେନେଇ ଖୋଳତାଡ଼ ଜାରି ରହିଛି । ଅନିକେତଙ୍କ ମୃତ୍ୟୁ ପଛରେ ମାନସିକ ଅବସାଦ ନା ଆଉ କିଛି । ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।